ଜିଲାରେ ବଢୁଛି ତଟକ୍ଷୟ ସମସ୍ୟା

କେନ୍ଦ୍ରାପଡ଼ା ଅଫିସ,୨୨।୧୧: କେନ୍ଦ୍ରାପଡ଼ା ଜିଲାରେ ସାମୁଦ୍ରିକ ତଟକ୍ଷୟ ଏକ ସମସ୍ୟା ଭାବେ ଉଭାହୋଇଛି। ଏଥିଯୋଗୁ ୧୯୬୦ରୁ ୨୦୧୬ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରୁ ୮୮ ବର୍ଗ କିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି। ରାଜନଗର ବ୍ଲକ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ୱାଲ୍‌ କ୍ରମାଗତ ନଷ୍ଟ ହେବା ଫଳରେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଟକ୍ଷୟ ଫଳରେ ଆଗାମୀ ଦିନରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ଆଶଙ୍କା ଘେରରେ ଥିବାବେଳେ ସୁନାମି ପ୍ରବଣ ୬୪ ଗ୍ରାମକୁ ବିପଦ ମାଡିଆସୁଛି ବୋଲି ସ୍ଥାନୀୟ ପରିବେଶବିତ୍‌ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି।
୪୮ କିଲୋମିଟର ସମୁଦ୍ର ତଟ ମଧ୍ୟରୁ ୨୮ କିଲୋମିଟର ଅଞ୍ଚଳରେ ତଟକ୍ଷୟ ଉତ୍କଟ ରୂପ ଧାରଣ କରିଛି। ଏହି ସମସ୍ୟା ଯୋଗୁ ରାଜନଗର ବ୍ଲକର ସାତଭାୟାବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି। ପାପୁଲି ମୁହାଣରୁ ଧାମରା ମୁହାଣ ପର୍ଯ୍ୟନ୍ତ ତଟକ୍ଷୟ ଜାରି ରହିଥିବା ବେଳେ ପେଣ୍ଠଠାରେ ନିର୍ମିତ ଜିଓ ଟ୍ୟୁବ୍‌ୱାଲ୍‌ ସୁରକ୍ଷିତ ନ ଥିବା ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି। ସେ ଦର୍ଶାଇଛନ୍ତି, ଓଡିଶାର ୪୮୦ କିଲୋମିଟର ସମୁଦ୍ର ତଟ ମଧ୍ୟରୁ ୩୬ ପ୍ରତିଶତ ଅଞ୍ଚଳରେ ସମୁଦ୍ରର ଉତ୍ତାଳ ଲହଡି ବିପଦ ସୃଷ୍ଟି କରିଛି। ଜିଲା ପ୍ରଶାସନର ତଥ୍ୟ ଅନୁଯାୟୀ ଏଥିରୁ କେନ୍ଦ୍ରାପଡ଼ା ଜିଲାର ତଟାଞ୍ଚଳ ବାଦ୍‌ ପଡିନାହିଁ। ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରୁ ୧୯୬୦ ମସିହାରୁ ଅଦ୍ୟାବଧି ୮୮ ବର୍ଗକିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି। ଏପରି କି ବିଗତ ସାମୁଦ୍ରିକ ଝଡ଼ ସମୟରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ହେଉଥିବା ତଟକ୍ଷୟ ଉଦ୍‌ବେଗଜନକ ସ୍ଥିତିରେ ଅଛି। ଗତ ୨ ବର୍ଷ ମଧ୍ୟରେ ଅଗରନାଶୀ, ବାବୁବାଲି ଆଦି ଅଲିଭ୍‌ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ସଙ୍କୁଚିତ ହୋଇଛି ବୋଲି ବୁଦ୍ଧିଜୀବୀ ତଥ୍ୟ ଉପସ୍ଥାପନ କରିଛନ୍ତି। ପେଣ୍ଠ ଗ୍ରାମର ହରିହର ଦାସ କହିଛନ୍ତି, ତଟକ୍ଷୟ ରୋକିବା ପାଇଁ ୱାର୍ଲଡ ବ୍ୟାଙ୍କ ସହାୟତାରେ ୩୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ଜିଓ ଟ୍ୟୁବୱାଲ୍‌ ନିର୍ମିତ ହୋଇଥିଲା। ତେବେ ନିର୍ମାଣ ସମୟରେ ଏହାର ଗୋଟିଏ ଟ୍ୟୁବ୍‌ ଫାଟିବା ସହ ବିଭିନ୍ନ ସମୟରେ ନିଆଁ ଲାଗି ୫୦ରୁ ଊର୍ଦ୍ଧ୍ୱ ଗାବିୟନ ବକ୍ସ ପୋଡିଗଲାଣି। ସେହିପରି ଏଠାରେ ସାମୁଦ୍ରିକ ଢ଼େଉ ମାଡ ଫଳରେ ଗାବିୟନ ବକ୍ସର ରଶି ଛିଡୁଥିବାବେଳେ ନିକଟସ୍ଥ ବନ୍ଧର ପଥରଗୁଡିକୁ ସମୁଦ୍ର ମଧ୍ୟକୁ ଟାଣିନେଉଛି। ଫଳରେ ଏହି ଟ୍ୟୁବ ୱାଲ୍‌ ସୁରକ୍ଷିତ ହେଉ ନାହିଁ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହନ୍ତି, ତଟକ୍ଷୟ ରୋକିବା ପାଇଁ ହେନ୍ତାଳବଣ ସକ୍ଷମ। ତେବେ ବନ ବିଭାଗ ପକ୍ଷରୁ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବାରୁ ହାବେଳିଖଟି, ସାତଭାୟା, ନାଶୀ ଆଦି ଅଞ୍ଚଳରେ ତଟକ୍ଷୟ ବଢ଼ୁଛି। ଏଥିସହିତ ତଟାଞ୍ଚଳରୁ ଚିଙ୍ଗୁଡିଘେରି ଉଚ୍ଛେଦ ଓ ଅନୁପ୍ରବେଶ ରୋକିବା ଜରୁରୀ ହୋଇପଡିଛି। ଜାତୀୟ ଉଦ୍ୟାନ ଓ ଜିଲାର ଚିହ୍ନଟ ୬୪ ସୁନାମିପ୍ରବଣ ଗ୍ରାମର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଅନୁଧ୍ୟାନ ହେବା ଆବଶ୍ୟକ। ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ କହିଛନ୍ତି, ତଟକ୍ଷୟରୁ ମୁକ୍ତି ପାଇଁ ପ୍ରତିବର୍ଷ ହେନ୍ତାଳବଣ ସୃଷ୍ଟି କରାଯାଉଛି। ଏହାସହ ରାସାୟନିକ ପଦାର୍ଥ ଓ ବର୍ଜ୍ୟବସ୍ତୁ ସମୁଦ୍ର ମଧ୍ୟକୁ ନ ଛାଡିବା ପାଇଁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?