ଥମିଲା ଭାଲିଆଡିହି ଶ୍ମଶାନ ବିବାଦ: ୨୫ ଘଣ୍ଟା ପରେ ଦାହହେଲା ମୃତଦେହ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ଼ ଜିଲା ଗୋଡିପଡା ଫାଣ୍ଡି ଭାଲିଆଡିହି ଶ୍ମଶାନରେ ମୃତଦେହ ଦାହକୁ ନେଇ ଉପରସାହି ଓ ପାଇକସାହି ମଧ୍ୟରେ ଶୁକ୍ରବାର ଅପରାହ୍ନରୁ ଲାଗିରହିଥିବା ଉତ୍ତେଜନା ଶନିବାର ସନ୍ଧ୍ୟାରେ ଥମିଛି। ଉପରସାହି ଲୋକ ମୃତଦେହ ଦାହ କରିବାକୁ ଦାବି କରୁଥିବାବେଳେ ପାଇକସାହି ଲୋକ ଏହାକୁ ବିରୋଧ କରିବାରୁ ବିବାଦ ଦେଖାଦେଇଥିଲା। ଉତ୍ତେଜନା ବଢୁଥିବା ଦେଖି ଫୋର୍ସ ମୁତୟନ ହୋଇଥିଲେ। ଖବର ପାଇ ଅତିରିକ୍ତ ଏସ୍‌ପି ଉମାକାନ୍ତ ନାୟକ, ଓଡ଼ଗାଁ ତହସିଲଦାର, ଶରଣକୁଳ ଏସ୍‌ଡିପିଓ, ବିଭିନ୍ନ ଥାନାର ଆଇଆଇସି ପହଞ୍ଚି ବୁଝାଶୁଝା ପରେ ଶନିବାର ସନ୍ଧ୍ୟା ୬ଟାରେ ମୃତଦେହ ଦାହ ହୋଇଛି। ସୂଚନାଯୋଗ୍ୟ ଭାଲିଆଡିହି ହାଇସ୍କୁଲ ପାଖ ଶ୍ମଶାନରେ ମୃତଦେହ ଦାହ ହୋଇଆସୁଛି। ତେବେ କିଛିବର୍ଷ ହେଲା ପାଇକସାହି ଲୋକ ଏହାକୁ ବିରୋଧ କରିଆସୁଛନ୍ତି। ବିବାଦ ଲାଗିରହିବାରୁ କିଛି ମାସ ତଳେ ଓଡ଼ଗାଁ ତହସିଲଦାର ଯାଇ ଶ୍ମଶାନର ମାପଚୁପ କରି ଚିହ୍ନଟ କରିଥିଲେ। ଏଭଳିସ୍ଥଳେ ଶୁକ୍ରବାର ଅପରାହ୍ନରେ ଉପରସାହିର ନାଥ ପ୍ରଧାନ(୭୦)ଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ମୃତଦେହ ଦାହ ପାଇଁ ଶ୍ମଶାନକୁ ନେଇଥିଲେ। ହେଲେ ପାଇକସାହି ଲୋକ ବିରୋଧ କରିଥିଲେ। ଶ୍ମଶାନରେ ଅପରାହ୍ନ ୫ଟାରୁ ମୃତଦେହ ପଡିରହିଥିବାବେଳେ ତାଙ୍କ ସ୍ତ୍ରୀ ଓ ପୁଅ ଜଗିରହିଥିଲେ। ଏ ନେଇ ଶରଣକୁଳ ଆଇଆଇସି ବିମଳ ନାୟକ କୁହନ୍ତି, ଶ୍ମଶାନ ବିବାଦର ସମାଧାନ ହୋଇଛି। ତେବେ ଉଭୟ ପକ୍ଷଙ୍କ ସହ ସୋମବାର ଶରଣକୁଳ ଝାଡେଶ୍ୱରୀ ମନ୍ଦିରରେ ଆଲୋଚନା କରାଯାଇ ସମାଧାନ କରାଯିବାକୁ ନିଷ୍ପତ୍ତି ପରେ ମୃତଦେହ ଦାହ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri