Home Left

ଅଗଷ୍ଟର ପ୍ରତି ଶନିବାର ସରକାରୀ ଅଫିସ୍‌ ବନ୍ଦ

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ନିମନ୍ତେ ଶୁକ୍ରବାର ରାଜ୍ୟ ସରକାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିବ। ଏଥିସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ…

ଭିଡିଓ ଜାରି କରି କ’ଣ କହିଲେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ,୩୧।୭-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟା ଏକ ଭିଡିଓ ଜାରି କରି କହିଛନ୍ତି, ଭଗବାନ ଓ ନ୍ୟାୟପାଳିକା ଉପରେ ମୋର ବିଶ୍ବାସ ଅଛି।…

ଏହି କମିଟିରେ ସ୍ଥାନ ପାଇଲେ ବୀରେନ୍ଦ୍ର ସେହ୍ବାଗ

ନୂଆଦିଲ୍ଲୀ, ୩୧ା୭ (ପି.ଟି.)-ଚଳିତବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏକ ୧୨ ଜଣିଆ ସିଲେକ୍ସନ କମିଟି ଗଠନ କରିଛନ୍ତି। ଏଥିରେ ପୂର୍ବତନ ଭାରତ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଓ ହକି ଷ୍ଟଲ୍‌ଓ୍ବାର୍ଟ ସର୍ଦ୍ଦାର ସିଂ…

ଚର୍ଚ୍ଚାରେ ମହିଳା ଆଇଏଏସ୍‌ ଅଫିସରଙ୍କ ଦେଶୀ ଲୁକ୍‌

ଜୟପୁର, ୩୧।୭: ଅନେକ ଲୋକ ବଡ଼ ପଦବୀରେ ଅବସ୍ଥାପିତ ହେବାପରେ ଆଧୁନିକତାର ଆଲୋକରେ ହଜିଯାଇ ସର୍ବପ୍ରଥମେ ନିଜ ପରମ୍ପରାକୁ ଭୁଲିଯାଆନ୍ତି। କିନ୍ତୁ ରାଜସ୍ଥାନର ମହିଳା ଆଇଏଏସ୍‌ ଅଫିସର ମୋନିକା ଯାଦବ ସମ୍ପୂର୍ଣ୍ଣ ରୂପେ ଏହାର ବିପରୀତ। ମୋନିକାଙ୍କ ଦେଶୀ ଲୁକ୍‌ ଏବେ…

ପୋଲ ତଳେ ପଡିଛି ପିପିଇ କିଟ୍‌: ଗ୍ରାମବାସୀ ଭୟଭୀତ

ଶଙ୍କରାଖୋଲ,୩୧ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ୧୫୭ ନଂ. ଜାତୀୟ ରାଜପଥ ନିକଟ ଗୁଡ୍ରିଗଁା ପୋଲ ତଳେ ୫ଟି ପିପିଇ କିଟ୍‌ ପଡ଼ିଥିବା ଶୁକ୍ରବାର ସକାଳେ ଗ୍ରାମବାସୀ ଦେଖିଥିଲେ। ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କରୋନା ରୋଗୀମାନଙ୍କ ସ୍ବାବ୍‌…

ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ବଞ୍ଚାଛନ୍ତି। ରେଢାଖୋଲ ବ୍ଲକ୍‌ ରେଙ୍ଗାଲି ପଞ୍ଚାୟତ କସଣ୍ଡା ଗ୍ରାମର ନିରଞ୍ଜନ ମିର୍ଦ୍ଧାଙ୍କ ଶିଶୁପୁତ୍ର…

ଇଦ୍‌ ପାଇଁ ୮ ଫୁଟ୍‌ ଲମ୍ବ, ୧୬୦ କେଜିର ଛେଳି

ରାୟପୁର, ୩୧।୭: ଛତିଶଗଡ଼ ଦୁର୍ଗ ଜିଲାର ଏକ ଛେଳି ଏହାର ଅନନ୍ୟ କାରଣ ଲାଗି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଛେଳିର ବିଶେଷତା କାହାକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ଏହି ଛେଳିର ବିଶେଷତ୍ୱ ହେଉଛି ଏହାର ଲମ୍ବ ୮ ଫୁଟ୍‌…

ନିର୍ଯାତିତା ନାବାଳିକା ଆତ୍ମହତ୍ୟା ମାମଲା : ଜଙ୍ଗଲରୁ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ,୩୧।୭-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ଶାରୀରିକ ଏବଂ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ବିଷପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସୁବାସ ମୁଦୁଲି ଓରଫ୍‌ ସୁବା (୨୯)ଙ୍କୁ ପୋଲିସ ଶୁକ୍ରବାର ବୋଧିଆବେରେଣୀ…

ଦିନକୁ ୨୦ହଜାର ଟେଷ୍ଟ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ)- କୋଭିଡ୍‌ ଆକ୍ରାନ୍ତଙ୍କ ଚିହ୍ନଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଅଗଷ୍ଟରୁ ୧୨ହଜାର ବଦଳରେ ଦୈନିକ ୨୦ହଜାର ଟେଷ୍ଟ କରାଯିବ ବୋଲି ଶୁକ୍ରବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ…

୩ ରୁ ଅଧିକ ଦିନ ରହିଲେ କ୍ୱାରାଣ୍ଟାଇନ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ୱାରାଣ୍ଟାଇନ ହେବେନି। ୩ ଦିନରୁ ଅଧିକ କେହି ରହିଲେ ସେମାନଙ୍କୁ…

ଲାଲୁ ପ୍ରସାଦଙ୍କ ସୁରକ୍ଷାରେ ନିୟୋଜିତ ସବ୍‌ଇନ୍ସପେକ୍ଟରଙ୍କୁ ହତ୍ୟା

ରାଞ୍ଚି, ୩୧।୭: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ରାଞ୍ଚିସ୍ଥିତ ଆର୍‌ଏମ୍‌ଏସ୍‌ରେ ଚିକିତ୍ସିତ ହେଉଛନ୍ତି। ଏଠାରେ ଲାଲୁଙ୍କ ସୁରକ୍ଷାରେ ନିୟୋଜିତ ଜଣେ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ)ଙ୍କ ହତ୍ୟା କରାଯାଇଥିବା ସୂଚନା ମିଳିଛି। କାମେଶ୍ୱର ରବିଦାସ ନାମକ ଏହି ଏସ୍‌ଆଇଙ୍କ କ୍ଷତବିକ୍ଷତ…

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ଅଗଷ୍ଟ ମାସରେ ସବୁ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଗ୍ରୁପ-ଏ ସହ ସମସ୍ତ କର୍ମଚାରୀଙ୍କୁ ମିଶାଇ ୫୦%ରେ ଅଫିସ କାର୍ଯ୍ୟ ଚାଲିବ। ସେହିପରି ପ୍ରତି ଶନିବାର ଛୁଟି ରହିବ। ଯେପରି କୌଣସି କାର୍ଯ୍ୟ ପ୍ରଭାବିତ ନ ହୁଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri