ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ

ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଲକ୍ଷ୍ମୀ ତାରିଣୀ-୩ ନାମକ ଟ୍ରଲରକୁ ଜବତ କରିଥିଲା। ଜବତ ଟ୍ରଲରରେ ଭଦ୍ରକ ଅଞ୍ଚଳର ୯ ମତ୍ସ୍ୟଜୀବୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ସରକାରୀ ସିଜର ଲିଷ୍ଟରେ ଜବତ ଟ୍ରଲରରୁ ଅନ୍ୟାନ୍ୟ ଜିନିଷ ସହ ୨ କୁଇଣ୍ଟାଲ ସାମୁଦ୍ରିକ ମାଛ ଥିବା ଗହୀରମଥା ରେଞ୍ଜ ଅଫିସର ଦେବାଶିଷ ଭୋଇ ଦର୍ଶାଇଥିଲେ। ବନପାଳ ପ୍ରଫୁଲ୍ଲ କୁମାର ମାଝି ଏତିକି ପରିମାଣର ସାମଗ୍ରୀ ଜବତ ନେଇ ବିଭାଗକୁ ରିପୋର୍ଟ କରିଥିଲେ। ହେଲେ ଜବତ ମାଛ ନିଲାମ ସମୟରେ ୨ କୁଇଣ୍ଟାଲ ଜାଗାରେ ୧୮ କୁଇଣ୍ଟାଲ ବିକ୍ରି ପାଇଁ ମସୁଧା ହୋଇଥିଲା। ଏ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ରାଜନଗର ଡିଏଫ୍‌ଓ ଏହି କେଳେଙ୍କାରୀ ଘଟଣାର ତଦନ୍ତ ଅତିରିକ୍ତ ବନ ସଂରକ୍ଷକଙ୍କ ଦ୍ୱାରା କରାଇଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ବୁଧବାର ଡିଏଫଓ ବିକାଶ ରଞ୍ଜନ ଦାଶ ବନପାଳ ମାଝିଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।
ହେଲେ କେଳେଙ୍କାରୀରେ ସମ୍ପୃକ୍ତି ଥିବା ଅନ୍ୟମାନଙ୍କୁ ଘଣ୍ଟ ଘୋଡାଯାଇଥିବା କୁହାଯାଉଛି। ବନପାଳ ମାଝି ମାଛ ନିଲାମ ସମ୍ପର୍କରେ ଗଣମାଧ୍ୟମକୁ ସତ୍ୟ ଘଟଣା କହିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଉଛି। ଜବତ ହେଉଥିବା ଟ୍ରଲରର ମାଛ ଦୁର୍ନୀତିରୁ ନଜର ହଟାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ କୁହାଯାଇଛି। ଏହାପରେ ଆଗାମୀଦିନରେ କୌଣସି ବନ କର୍ମଚାରୀ ବା ଅଧିକାରୀ ପାଟି ନ ଖୋଲିବାକୁ ପରୋକ୍ଷରେ ତାଗିଦ୍‌ କରାଯାଇଛି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ଦାଶଙ୍କୁ ପଚାରିବାରେ ପ୍ରାଥମିକ ତଦନ୍ତ ଅନୁସାରେ ଗହୀରମଥା ବନପାଳ ମାଝିଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଯଦି ଆଉ କାହାର ସମ୍ପୃକ୍ତି ଥିବା ଜଣାପଡିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୮୬...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସୋମବାର ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ...

୨ କୋକେନ ମାଫିଆଙ୍କୁ ରିମାଣ୍ଡରେ ନେଲା ଏସଟିଏଫ୍‌

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୪ ଦିନ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡ ପାଇଁ ଆବେଦନ...

ଅମ୍ଫନ୍‌ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ରତ୍ନଗିରି,୨୧।୫(ଡି.ଏନ୍‌.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍‌ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର...

ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର...

ହାତୀ ଉପଦ୍ରବ: ୨ ବନ କର୍ମଚାରୀଙ୍କୁ ଅଟକାଇଲେ ଗ୍ରାମବାସୀ

ହିନ୍ଦୋଳ,୨୮ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଗ୍ରାମବାସୀ ହାତୀ ଉପଦ୍ରବ ଯୋଗୁ ଶନିବାର ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ହିନ୍ଦୋଳ-ଅନୁଗୋଳ...

ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ

ଜୁନାଗଡ଼, ୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାରିଙ୍ଗ ଜଙ୍ଗଲ ଗଣ ବଳାତ୍କାର ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣାକୁ ନେଇ ସୋମବାର ରାଜ୍ୟ ମହିଳା...

ନିର୍ବାଚନ ରଣାଙ୍ଗନରେ ୭୭ ବର୍ଷୀୟ ସୁବାସ

ଆରଡ଼ି, ୩୧।୧ (ଡି.ଏନ.ଏ.) ଅର୍ଥ ନୁହେଁ ପ୍ରାର୍ଥୀଙ୍କୁ ଦେଖନ୍ତୁ, ବକ୍ତବ୍ୟ ନୁହେଁ ବ୍ୟକ୍ତିଙ୍କୁ ଦେଖନ୍ତୁ, ଚିତ୍ର ନୁହେଁ ଚରିତ୍ର ଦେଖନ୍ତୁ। ଏଭଳି ଲେଖାଥିବା ପୁସିଂ କାର୍ଡ...

Advertisement
Archives

Model This Week