Posted inଜାତୀୟ

ଅଧିବେଶନ ଡାକି କୃଷି ଆଇନ ହଟାଅ

ନୂଆଦିଲ୍ଲୀ,୩ା୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଅନ୍ନଦାତାଙ୍କ ଆଦୌ ସ୍ବାର୍ଥ ଅନୁକୂଳ ନୁହେଁ। ଏଥିରୁ କେହି ଜଣେ ହେଲେ କୃଷକ ଲାଭବାନ ହେବେ ନାହିଁ, ବରଂ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗିଯିବ। ତେଣୁ କୃଷି ସଂସ୍କାର ନାମରେ ଅଣାଯାଇଥିବା ଏହି ବିବାଦୀୟ ଆଇନକୁ ସରକାର ତୁରନ୍ତ ପାର୍ଲମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି ପ୍ରତ୍ୟାହାର କରନ୍ତୁ ବୋଲି ଦିଲ୍ଲୀ ଓ ଏହାର ସୀମା ସଂଲଗ୍ନ ରାଜ୍ୟଗୁଡ଼ିକରେ ଆନ୍ଦୋଳନରତ ଚାଷୀମାନେ ଦାବି କରିଛନ୍ତି। କୃଷି ଆଇନ, ୨୦୨୦କୁ ନ ହଟାଇଲେ ଦିଲ୍ଲୀର ସମସ୍ତ ରାସ୍ତାକୁ ବନ୍ଦ କରିଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କ୍ରାନ୍ତିକାରୀ କିଷାନ ୟୁନିୟନ୍‌ ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି, କେନ୍ଦ୍ର ସରକାର କୃଷକ ସଙ୍ଗଠନଗୁଡ଼ିକୁ ବିଭାଜନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏପରି ହେବାକୁ ଦିଆଯିବ ନାହିଁ। ୩ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ବିକ୍ଷୋଭରତ ଚାଷୀ ଆନ୍ଦୋଳନରୁ ଓହରିବେ ନାହିଁ। ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକନ୍ତୁ ବୋଲି ପାଲ୍‌ ଦାବି କରିଛନ୍ତି। ଚାଷୀନେତା ଗୁର୍‌ନାମ ସିଂ ଚାନ୍ଦୋନି କହିଛନ୍ତି, ସରକାର ଏହି ଆଇନକୁ ପ୍ରତ୍ୟାହାର ନ କଲେ ଦାବି ପୂରଣ ପାଇଁ ଚାଷୀମାନେ ଆଗକୁ ଅଧିକ ପଦକ୍ଷେପ ନେବେ। ଏହା ପୂର୍ବରୁ ୩୨ଟି କୃଷକ ସଙ୍ଗଠନର ନେତାମାନେ ସିଙ୍ଘୁ ବର୍ଡରରେ ଏକ ବୈଠକ କରିଥିଲେ। ଏଥିରେ ଭାରତୀୟ କିଷାନ ୟୁନିୟନ୍‌ ନେତା ରାକେଶ ଟିକାଏତ୍‌ ମଧ୍ୟ ଉପସ୍ଥିତ ଥିଲେ। ଇତିମଧ୍ୟରେ ଚାଷୀ ଆନ୍ଦୋଳନକୁ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍‌ଟିସି)ର ସମର୍ଥନ ମିଳିଛି। କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କଲେ ଡିସେମ୍ବର ୮ ତାରିଖରୁ ସମଗ୍ର ଉତ୍ତର ଭାରତରେ ପରିବହନ ସେବାକୁ ଠପ୍‌ କରିଦିଆଯିବ ବୋଲି ୯୫ ଲକ୍ଷ ଟ୍ରକ୍‌ ମାଲିକଙ୍କ ସର୍ବୋଚ୍ଚ ସଙ୍ଗଠନ ଏଆଇଏମ୍‌ଟିସି ଅଧ୍ୟକ୍ଷ କୁଲତରନ ସିଂ ଅଟଓ୍ବାଲ ଚେତାବନୀ ଦେଇଛନ୍ତି। ସେପଟେ ଦିଲ୍ଲୀରେ କୃଷକ ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚତ୍ବା କାରଣରୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ନିକଟରେ ବିକ୍ଷୋଭରତ ଚାଷୀଙ୍କୁ ରଖିବା ପାଇଁ ଷ୍ଟାଡିୟମ୍‌ଗୁଡ଼ିକୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବାକୁ ଦିଲ୍ଲୀ ପୋଲିସ ଆମ୍‌ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ଅନୁରୋଧ କରିଥିଲା। ଦିଲ୍ଲୀ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବାରୁ ଭାଜପା ଶାସିତ କେନ୍ଦ୍ର ସରକାର ତାଙ୍କ ଉପରେ ରାଗିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇବାବେଳେ ତାହା ଅଧା ହୋଇଯାଇଛି। ଏହି ସୁଟ୍‌ବୁଟ୍‌ ସରକାର ଅମଳରେ କେନ୍ଦ୍ରର ବନ୍ଧୁମାନଙ୍କ ଆୟ ଚାରିଗୁଣ ବଢ଼ିଛି। ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୁରୁବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଖଟ୍ଟାରଙ୍କ ବାସଭବନ ଘେରିଲା କଂଗ୍ରେସ
ପଞ୍ଜାବର ଯୁବ କଂଗ୍ରେସ କର୍ମୀମାନେ ବୁଧବାର ଚଣ୍ଡିଗଡ଼ରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି। ସେମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦ୍ର ଓ ହରିୟାଣା ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଓ୍ବାଟର କ୍ୟାନନ୍‌ରୁ ପାଣିମାଡ଼ କରିଛି। ପଞ୍ଜାବ ଯୁବ କଂଗ୍ରେସ ଅଧ୍ୟକ୍ଷ ବରିନ୍ଦର ଧିଲୋନଙ୍କ ସମେତ ଅନେକ କର୍ମୀଙ୍କୁ ଚଣ୍ଡିଗଡ଼ ପୋଲିସ ଅଟକ। ଗତ ୨୬ ଓ ୨୭ରେ ପଞ୍ଜାବର କୃଷକମାନେ ଦିଲ୍ଲୀ ଯାଉଥିବାବେଳେ ହରିୟାଣା ସୀମାରେ ପୋଲିସ ଅଟକାଇ ସେମାନଙ୍କ ଉପରେ ପାଣିବର୍ଷା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ତେଣୁ ହରିୟାଣାର ଖଟ୍ଟାର ସରକାରଙ୍କୁ ଚେତାଇଦେବା ପାଇଁ ଆମେ ଏଠାକୁ ଆସିଛୁ ବୋଲି ଧିଲୋନ କହିଛନ୍ତି। ନ୍ୟାୟ ନ ମିଳିବା ଯାଏ ଲଢ଼େଇ ଜାରି ରହିବ। ସମାଜର ସବୁ ବର୍ଗର ଲୋକ ଏହାକୁ ସମର୍ଥନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri