ଜନଜାତିଙ୍କ ଅର୍ଥନୈତିକ ବିକାଶ କରୁଛି ‘ମିଶନ ଜୀବିକା’

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କର ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ଗତବର୍ଷ ଅକ୍ଟୋବର ମାସରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେସୁଦ୍ଧା ୫୪୫ଟି କୃଷି ଓ ଅଣକୃଷି କ୍ଲଷ୍ଟର ମାଧ୍ୟମରେ ୧ ଲକ୍ଷ ୧୮ ହଜାର ୩୩୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। କୃଷିଭିତ୍ତିକ ଓ ଅଣକୃଷିଭିତ୍ତିକ ଜୀବିକା ନିମନ୍ତେ ଉନ୍ନତମାନର କୃଷି ଉତ୍ପାଦନ, ଜଳସେଚନ ଓ ଉପଯୁକ୍ତ ସମୟରେ ବଜାରୀକରଣ କରାଯାଇଛି। ଗୁଣାତ୍ମକ ସାମଗ୍ରୀର ଉପଯୋଗ କରାଯାଇ କୃଷିଭିତ୍ତିକ କ୍ଲଷ୍ଟର ଯଥା ଚଣା କ୍ଲଷ୍ଟର, ମକା କ୍ଲଷ୍ଟର, ଅର୍ଥକରୀ ପନିପରିବା କୁକୁଡା ଚାଷ କ୍ଲଷ୍ଟର ଦ୍ୱାରା ଜନଜାତିର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏତଦ୍‌ବ୍ୟତୀତ କୃଷି ଓ ଜଳସେଚିତ ଜମିର ପରିସୀମା ବୃଦ୍ଧି ହୋଇଛି। ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଦ୍ୱାରା ପତିତ ଜମିକୁ ଚାଷ ଉପଯୋଗୀ କରାଯାଇପାରିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବୁଧବାରଠାରୁ ଆରମ୍ଭ ହୋଇଥିବା ୱେବିନାର ସିରିଜ୍‌ ‘ଟ୍ରାଇବାଲ୍‌ ଡାଏଲଗ୍‌’ରେ ଯୋଗଦେଇଥିବା ବକ୍ତାମାନେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
‘ଜନଜାତିଙ୍କ ଜୀବନଜୀବିକା’ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ‘ଟ୍ରାଇବାଲ୍‌ ଡାଏଲଗ୍‌’ର ପ୍ରଥମ ଅଧ୍ୟାୟକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରିଥିଲେ। ଆଦିବାସୀ ମନ୍ତ୍ରଣାଳୟର ଯୁଗ୍ମ ସଚିବ ନଭ୍‌ଜିତ କପୁର ଯୋଗଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଦିବାସୀ ଉନ୍ନୟନ ଯୋଜନା ସମ୍ପର୍କରେ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଜୀବିକା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଆଲୋକପାତ କରି ଏହାଦ୍ୱାରା ଜନଜାତି ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ହେବା ସହିତ ଜୀବନଧାରଣର ମାନରେ ଉନ୍ନତି ହୋଇପାରୁଛି ବୋଲି କହିଥିଲେ। ପଦ୍ମଶ୍ରୀ କମଳା ପୂଜାରୀ, ଆଇଏଏସ୍‌ ଅଫିସର ଡ. ଅରବିନ୍ଦ କୁମାର ପାଢ଼ୀ, ସିୱାଇଏସ୍‌ଡି ପ୍ରତିଷ୍ଠାତା ଜଗଦାନନ୍ଦ, ‘ପ୍ରଦାନ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନରେନ୍ଦ୍ର ଦାମୋଦରନ୍‌ ଜନଜାତିଙ୍କର ଜୀବନ ଓ ଜୀବିକା ନିର୍ବାହର ବିଭିନ୍ନ ଦିଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା(ଏସ୍‌ଟି) ତଥା ଓଟିଡିଏସ୍‌ର ସିଇଓ ଗୁହା ପୁନମ୍‌ ତାପସ କୁମାର ଏହି ୱେବିନାର୍‌କୁ ପରିଚାଳନା କରିଥିଲେ। ଏଣିକି ବିଭାଗ ପକ୍ଷରୁ ପ୍ରତି ମାସ ପ୍ରଥମ ସପ୍ତାହରେ ‘ଟ୍ରାଇବାଲ୍‌ ଡାଏଲଗ୍‌’ର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ପାରିଲାନି ଯାତ୍ରୀବାହୀ ଟ୍ରେନ୍‌

ଚଣ୍ଡିଖୋଲ,(ଡି.ଏନ୍‌.ଏ.)/ ଭୁବନେଶ୍ୱର, (ବ୍ୟୁରୋ) ୩ା୧: ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରୁ ଶେଷ କରାଯାଇ ପୂର୍ବତଟ ରେଳପଥକୁ ହସ୍ତାନ୍ତର କରାଯାଇଛି। ଏହାପରେ ବିଭାଗ ପକ୍ଷରୁ...

ତଦନ୍ତ ପାଇଁ ବାଙ୍ଗାଲୋର ଯିବ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍‌...

ଏକକ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ: କରୋନା ଆକ୍ରାନ୍ତ ଦେଇପାରିବେ ପରୀକ୍ଷା

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଏକକ ପିଜି ପ୍ରବେଶିକା ପରୀକ୍ଷା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆସନ୍ତା ୧୨ ତାରିଖରୁ...

ଆଗୁଆ ବିଧାନସଭା ବନ୍ଦ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୨।୪(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃୟାରୀରୁ ଆସନ୍ତା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟଦିବସ ନିର୍ଘଣ୍ଟ ହୋଇଥିଲା ା କିନ୍ତୁ ହଠାତ୍‌...

ଚୋରି ସୁନା ବିକି ସ୍କୁଟି କିଣିଥିଲେ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ନିବେଦିତା ରାୟଙ୍କ ଘରୁ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଗିରଫ ହୋଇଛନ୍ତି...

ବିନା ସୂଚନା ଫଳକରେ ଚାଲିଥିଲା କୋଟି କୋଟି ଟଙ୍କାର କାମ: ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

କେସିଙ୍ଗା,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ପଛପଟେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଓ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିନା ସୂଚନା ଫଳକରେ...

ପିପିଲି ନିର୍ବାଚନମଣ୍ଡଳୀର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ: ରୁଦ୍ର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ଶପଥ ନେଇଛନ୍ତି। ମଙ୍ଗଳବାର ବିଧାନସଭାରେ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପଦ ଓ ଗୋପନୀୟତାର...

ବାଇକ୍‌ ଚାଳକଙ୍କୁ ୨୨ ହଜାର ଫାଇନ୍‌

ସୁନ୍ଦରଗଡ,୨୭।୧୨(ଡି.ଏନ୍‌.ଏ.): ମଦ ପିଇ ଗାଡ଼ି ଚଲାଇବା ବାଇକ୍‌ ଚାଳକଙ୍କୁ ପଡିଲା ମହଙ୍ଗା। ଏ ନେଇ ୨୨ ହଜାର ୫ ଶହ ଫାଇନ୍‌ ଗଣିଛନ୍ତି। ସୁନ୍ଦରଗଡ଼ ପରିବହନ...

Advertisement
Archives

Model This Week