Home Left

ଜଷ୍ଟିସ୍‌ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ/ କଟକ ଅଫିସ୍‌: ୧।୧:ଜଷ୍ଟିସ ଏସ୍‌. ମୁରଲୀଧର ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍‌ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି…

୧,୪୨୯ କୋଟି ଟଙ୍କା ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ,୧।୧:ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ ସଂସ୍କାର ପ୍ରକ୍ରିୟାକୁ ଏବେ ଅଗ୍ରାଧିକାର ଦିଆଯାଉଛି। ଓଡ଼ିଶା ଏଭଳି ପ୍ରକ୍ରିୟା ହାତକୁ ନେବାରେ ସକ୍ଷମ ହୋଇଛି। ଏହି ଧାରା ଆଗକୁ ନେବା ଲାଗି ରାଜ୍ୟ ୧,୪୨୯ କୋଟି ଟଙ୍କା ଖୋଲାବଜାରରୁ ଋଣ କରିବ।…

ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍‌ଟାଗ୍‌

ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍‌ଟାଗ୍‌ ମାଧ୍ୟମରେ ଶତପ୍ରତିଶତ ଟୋଲ୍‌ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ ବୃଦ୍ଧି କରିଛନ୍ତି। ଏନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ମନ୍ତ୍ରଣାଳୟ ଜଣାଇଦେଇଛି।…

ଆଜିଠାରୁ ଡବଲ ହେଲ୍‌ମେଟ ଚେକିଂ

ଭୁବନେଶ୍ୱର,୧ା୧(ବ୍ୟୁରୋ): ଜାନୁୟାରୀ ପହିଲାରୁ ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯିବ। ଏ ନେଇ ଯାଞ୍ଚ କଡ଼ାକଡ଼ି କରାଯିବ। ଯେଉଁମାନେ ହେଲ୍‌ମେଟ ପିନ୍ଧି ନ ଥିବେ ସେମାନଙ୍କର ଅନ୍ୟାନ୍ୟ ଗାଡି କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ବାଣିଜ୍ୟ…

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା ପରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବେକରେ…

ଏହି କ୍ରିକେଟର୍‌ଙ୍କୁ ଡରୁଥିଲେ ଧୋନୀ

୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା। ଭାରତ ବିଶ୍ୱଚାମ୍ପିୟନ୍‌ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂ। ଏହି ବିଶ୍ୱକପ୍‌ରେ ସେ ୪ଥର ମ୍ୟାନ୍‌ ଅଫ୍‌ ଦ…

ପ୍ରେମ ଓ ସହନଶୀଳତାରେ ପରିପୂର୍ଣ୍ଣ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧୨: ନୂଆବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ସ୍ନେହ ଓ ସହନଶୀଳତା ଭିତ୍ତିକ ଏକ ସମାଜ ଗଠନ ଦିଗରେ କାର୍ଯ୍ୟ କାରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ନୂଆବର୍ଷ ସଭିଙ୍କ ପାଇଁ ଆଣିଥାଏ ଏକ…

ଘୁଞ୍ଚିଲା ଭାରତୀୟ ମହିଳା ଦଳର ଅଷ୍ଟ୍ରେଲିଆ ଗସ୍ତ

ମେଲବୋର୍ନ,୩୧।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଗୁରୁବାର କୁହାଯାଇଛି। ଫଳରେ କୋଭିଡ୍‌-୧୯ କାରଣରୁ ଭାରତୀୟ ମହିଳା ଦଳ ଦୀର୍ଘ ଦିନ ହେଲା ପଡ଼ିଆରୁ ଦୂରେଇ ରହିଛି। ଭାରତୀୟ…

୧୫ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଧରାପଡିଲେ ସୁନ୍ଦରଗଡ଼ ପୌର ନିର୍ବାହୀ ଅଧିକାରୀ

ସୁନ୍ଦରଗଡ଼,୩୧।୧୨(ଡି.ଏନ୍‌.ଏ.): ପୌର କର୍ମଚାରୀଙ୍କ ୟୁନିଫର୍ମ ବିଲ୍‌ ମଞ୍ଜୁର ପାଇଁ ଜଣେ ଦରଜିଙ୍କଠାରୁ ୧୫ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଗୁରୁବାର ସୁନ୍ଦରଗଡ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ…

ଜେପିଏଲ୍‌ କ୍ରିକେଟ ଟୁର୍ନାମେଣ୍ଟ: ଖୁଣ୍ଟବନ୍ଧ ଚାମ୍ପିୟନ

ଜହ୍ନାପଙ୍କ, ୩୧।୧୨ (ଡି.ଏନ.ଏ): ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ମେଡିକାଲ ପଡ଼ିଆରେ ୟୁଥ ସ୍ପୋର୍ଟିଂ ଆନୁକୂଲ୍ୟରେ ଚାଲିଥିବା ୨ୟ ଜେପିଏଲ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଫାଇନାଲ ଖେଳ ସହ ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମିଫାଇନାଲ ଜହ୍ନାପଙ୍କ ଦଳ ଏବଂ…

ସୁସ୍ଥ ହେଲେ ୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧।୧୨: ରାଜ୍ୟରେ ଗୁରୁବାର ୩୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ଆରୋଗ୍ୟ ଲାଭ କରିଛନ୍ତି ସର୍ବାଧିକ ୭୧ ଜଣ। ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୧, ପୁରୀ ୨୯, ଖୋର୍ଦ୍ଧା ୨୨, ବାଲେଶ୍ୱର ଓ ବରଗଡ଼ରୁ ୧୭, ଭଦ୍ରକ ୧୨, କଟକ,…

ଅନ୍ଧାରୀ କପ କ୍ରିକେଟ ଟୁର୍ନାମେଣ୍ଟ: ବାଟଗାଁ ଚାମ୍ପିୟନ

ନାକଟିଦେଉଳ,୩୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ବଳମ ଗ୍ରାମ ୟୁଥ୍‌ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅନ୍ଧାରୀ କପ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ନାକଟିଦେଉଳ ଏକାଦଶକୁ ହରାଇ ବାଟଗାଁ ଦଳ ଚାମ୍ପିୟନ ହୋଇଥିଲା। ବାଟଗାଁ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri