କେତେ ମାସ ପର୍ଯ୍ୟନ୍ତ ରହିବ କରୋନା ସଂକ୍ରମଣ, ବିଶେଷଜ୍ଞ କହିଲେ ଏପରି…

ଓ୍ବାଶିଂଟନ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନାର ଲକ୍ଷଣ ପ୍ରକାଶ ପାଇଥିବା ଲୋକଙ୍କଠାରେ ସଂକ୍ରମଣ ୬ ମାସ ପର୍ଯ୍ୟନ୍ତ ରହିଥାଏ ବୋଲି ଓ୍ବାଶିଂଟନ ବିଶ୍ୱ ବିଦ୍ୟାଳୟର ମେଡ଼ିକାଲ ସ୍କୁଲ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନେଇ ସହକାରୀ ପ୍ରଫେସର ଅଲ୍‌ ଅଲ୍ଲୀ କହିଛନ୍ତି ଯେ, ସାମାନ୍ୟ ଲକ୍ଷଣ ପାଇଥିବା ଲୋକଙ୍କଠାରେ ବି ମୃତ୍ୟୁର ଆଶଙ୍କା ରହିଛି। ସର୍ଭେରେ ୮୭୦୦ କରୋନା ଆକ୍ରାନ୍ତଙ୍କୁ ସାମିଲ କରାଯାଇଥିଲା। ସେହିପରି ସର୍ଭେରେ ୫୦ ଲକ୍ଷ ସୁସ୍ଥ ଲୋକ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଆକ୍ରାନ୍ତ ୬ ମାସ ମଧ୍ୟରେ ପୁଣି ଡାକ୍ତରଙ୍କ ସହିତ ଶାରୀରିକ ସମସ୍ୟାକୁ ନେଇ ପରାମର୍ଶ କରିଥିଲେ। କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌, ସ୍ନାୟୁଗତ ସମସ୍ୟା ମାନସିକ ଦୁର୍ବଳତା, ଡାଇବେଟିସ୍‌, ହାର୍ଟ ସମସ୍ୟା, ଡାଇରିଆ, ହଜମ ପ୍ରକ୍ରିୟା ସମ୍ପର୍କିତ ସମସ୍ୟା, କିଡ୍‌ନୀ ସମସ୍ୟା, ରକ୍ତ ଜମାଟ ବାନ୍ଧିବା ସମସ୍ୟା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, କେଶ ଉପୁଡ଼ିବା, ଅତ୍ୟଧିକ ଥକା ଲାଗିବା ଆଦି ସମସ୍ୟା ବହୁ ମାସ ପର୍ଯ୍ୟନ୍ତ ଦେଖାଯିବାର ଆଶଙ୍କା ରହିଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ପ୍ରତି ୧୦୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ୬ ମାସ ମଧ୍ୟରେ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାଦୟୀ ନଦୀ ଜଳ ବିବାଦ: କର୍ନାଟକ ବିରୋଧରେ ଅଭିଯୋଗ ଆଣିଲା ଗୋଆ…

ପଣଜୀ,୧୧।୨ : ଗୋଆର ବିଭିନ୍ନ ସଂଗଠନ ପଡୋଶୀ କର୍ନାଟକ ଦ୍ୱାରା ମହାଦୟୀ ନଦୀ ଜଳ ବିବାଦ ନେଇ କର୍ନାଟକ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାଦୟୀ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ...

ଅଜାନ ଶବ୍ଦରେ ଶୋଇପାରୁ ନାହାନ୍ତି କୁଳପତି: ଜିଲାପାଳଙ୍କୁ ଲେଖିଲେ ଚିଠି

ପ୍ରୟାଗରାଜ,୧୭।୩: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ଆହ୍ଲାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ମସଜିଦ୍‌ରୁ ଶୁଭା ଯାଉଥିବା ଅଜାନ ଶବ୍ଦରେ ଶୋଇ ପାରୁ ନାହାନ୍ତି।...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; ପିଲାଙ୍କୁ ନେଇ ଚିନ୍ତା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ରାଜ୍ୟରେ ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି: ଜୟଶଙ୍କର

ନୂଆଦିଲ୍ଲୀ,୨୭।୯: ୪ ମାସରୁ ଅଧିକ ସମୟ ଧରି ମଣିପୁରରେ ହିଂସା ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, କେନ୍ଦ୍ରରୁ ରାଜ୍ୟ ସରକାର ପର୍ଯ୍ୟନ୍ତ...

ଆତଙ୍କବାଦ ନିରୋଧୀ ଲଢ଼େଇରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୯(ପି.ଟି.): ବିଭିନ୍ନ କ୍ଷେତ୍ରରେ ଭାରତର ନେତୃତ୍ୱ ଏବେ ଚ୍ୟାଲେଞ୍ଜବିହୀନ ହୋଇଛି ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଆଗୁଆ ରାଷ୍ଟ୍ର ଭାବେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଚାଇନାରେ କରୋନା ହାହାକାର, ଡାକ୍ତରଙ୍କ ଦାବି ୧୦ କୋଟି ଲୋକ ହେବେ ସଂକ୍ରମିତ, ୧୦ ଲକ୍ଷରୁ ଅଧିକଙ୍କର ହୋଇପାରେ ମୃତ୍ୟୁ

ବେଜିଂ,୨୫ ।୧୨: ଚାଇନାରେ କରୋନା ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଏହି ମହାମାରୀ ଦ୍ୱାରା...

ଡିମ୍ପଲଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୧୫।୧୧: ଉତ୍ତରପ୍ରଦେଶର ମୈନପୁରୀ, ରାମପୁର ଏବଂ ଖତୌଲି ଆସନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୈନପୁରୀ ଉପବିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ...

Advertisement
Archives

Model This Week