Posted inଖେଳ

ଆଇପିଏଲ୍‌-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲରେ ଦୁଇ ହାଇପ୍ରୋଫାଇଲ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ମୁହଁାମୁହିଁ ହେବେ। ଏହି ମ୍ୟାଚ୍‌ରେ ରୋହିତ, ସୂର୍ଯ୍ୟକୁମାର ଯାଦବ ଓ ଚେନ୍ନାଇ ଯୁବ ଓପନର ଋତୁରାଜ ଗାଏକ୍ୱାଡ ଓ ଅଭିଜ୍ଞ ଫାଫ୍‌ ଡୁପ୍ଲେସିଙ୍କ ମଧ୍ୟରେ ହେଭିଓ୍ବେଟ ଲଢ଼େଇ ଦେଖିବାକୁ ମିଳିବ।
ମୁମ୍ବାଇ ତା’ର ଗତ ମ୍ୟାଚ୍‌ରେ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା। ସେହିପରି ଚେନ୍ନାଇ ମଧ୍ୟ ସମାନ ଢଙ୍ଗରେ ୭ ଉଇକେଟରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା। ଫଳରେ ଉଭୟ ଦଳ ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବେ। ତାରକା ଓପନର କ୍ୱିଣ୍ଟନ ଡିକକ୍‌ ଫର୍ମକୁ ଫେରିବା ମୁମ୍ବାଇ ପାଇଁ ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହୋଇଛି। ରାଜସ୍ଥାନ ବିପକ୍ଷରେ ୭୦ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଡିକକ୍‌ ଏ ପର୍ଯ୍ୟନ୍ତ ଲିଗ୍‌ରେ ୧୧୭ ରନ ସଂଗ୍ରହ କରିଛନ୍ତି। ମୁମ୍ବାଇର ମିଡ୍‌ଲ ଅର୍ଡର ଅସ୍ଥିର ପ୍ରଦର୍ଶନ କରୁଥିବା ବେଳେ ଗତ ମ୍ୟାଚ୍‌ରେ କିନ୍ତୁ ଭଲ ପ୍ରଦର୍ଶନ କରିଥିଲା ା ସୂର୍ଯ୍ୟକୁମାର ଯାଦବ ଏ ପର୍ଯ୍ୟନ୍ତ ୧୭୦ ରନ ସଂଗ୍ରହ କରିଛନ୍ତି। ଭଲ ଆରମ୍ଭକୁ ସେ ବଡ଼ ସ୍କୋରରେ ପରିଣତ କରିବାର ଆବଶ୍ୟକତା ରହିଛି। କୃନାଲ ପାଣ୍ଡ୍ୟା ମଧ୍ୟ ଆଶାନୁରୂପ ନ ଖେଳି ଏ ପର୍ଯ୍ୟନ୍ତ ୬୮ ରନ ସଂଗ୍ରହ କରିଛନ୍ତି। ଆଗକୁ ସେ ଆହୁରି ଉନ୍ନତ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ହାର୍ଡ ହିଟିଂ କିରନ ପୋଲାର୍ଡ ମାତ୍ର ୮୧ ରନ ସଂଗ୍ରହ କରିଛନ୍ତି। ଗତ ମ୍ୟାଚ୍‌ରେ ସେ ତାଙ୍କର ବିସ୍ଫୋରକ ଶୈଳୀର ନମୁନା ପ୍ରଦର୍ଶନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ମାତ୍ର ୩୬ ରନ ସଂଗ୍ରହ କରିଛନ୍ତି। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟ ଲିଗ୍‌ରେ ଏ ପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଡେଥ୍‌ ଓଭରରେ ଏହି ଦୁଇ ବୋଲର ପ୍ରତିପକ୍ଷ ଦଳକୁ ସମସ୍ୟାରେ ପକାଇବାରେ ସଫଳ ହୋଇଛନ୍ତି। ଚେନ୍ନାଇ ବିପକ୍ଷରେ ଏହି ପ୍ରଦର୍ଶନ ଦୋହରାଇବାର ଆବଶ୍ୟକତା ରହିଛି। ଲେଗ୍‌ ସ୍ପିନର ରାହୁଲ ଚହର ୧୧ଟି ଉଇକେଟ ନେଇ ମୁମ୍ବାଇର ସଫଳତମ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ କୃନାଲ, ଅଫ୍‌ ସ୍ପିନର ଜୟନ୍ତ ଯାଦବ ସହାୟତା ଦେବାର ଆବଶ୍ୟକତା ରହିଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ନାଥନ କୁଲ୍ଟର ନାଇଲଙ୍କ ଉପରେ ଭରସା କରିବ କିମ୍ବା ଇଶାନ୍‌ କିଷନଙ୍କୁ ଖେଳାଇବ ତାହା ଦେଖିବାକୁ ବାକି ରହିଲା।
ଅପରପକ୍ଷରେ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ଚେନ୍ନାଇ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହାସଲ କରିଛିି। ଏ ପର୍ଯ୍ୟନ୍ତ ଡୁପ୍ଲେସି ୨୭୦ ଓ ଋତୁରାଜ ୧୯୨ ରନ ସଂଗ୍ରହ କରିଛନ୍ତି। ଫର୍ମରେ ଥିବା ଏହି ଦୁଇ ଖେଳାଳି ଦଳକୁ ଭଲ ଆରମ୍ଭ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଚେନ୍ନାଇର ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ମୋଇନ ଅଲୀ ୧୪୮, ସୁରେଶ ରାଇନା ୧୨୧ ରନ ସଂଗ୍ରହ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଅମ୍ବାତି ରାୟୁଡୁ ୬୪ ଓ ରବୀନ୍ଦ୍ର ଜାଡେଜା ୧୦୯ ରନ ସଂଗ୍ରହ କରିଛନ୍ତି। ବ୍ୟାଟ୍ସମ୍ୟାନ ଭୂମିକାରେ ଜାଡେଜା ବହୁତ ଉନ୍ନତି କରିଛନ୍ତି। ଅଧିନାୟକ ଧୋନୀ ଏ ପର୍ଯ୍ୟନ୍ତ ମାତ୍ର ୩୭ ରନ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନଙ୍କ ଯୋଗଦାନ ମଧ୍ୟ ଭଲ ରହିଛି। ବୋଲିଂରେ ଚେନ୍ନାଇର ଦୀପକ ଚହର ୮ ଓ ସାମ କୁରାନ ୬ ଉଇକେଟ ଅକ୍ତିଆର କରି ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶାର୍ଦ୍ଦୁଳ ଠାକୁର ୪ ଉଇକେଟ ନେଇଛନ୍ତି। ଟିକେଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଠାକୁର ବ୍ରେକ ଥ୍ରୁ ଦେବାର କ୍ଷମତା ରଖୁଛନ୍ତି। ବ୍ୟାଟିଂରେ କମାଲ କରିଥିତ୍ବା ଜାଡେଜା ବୋଲିଂରେ ୫ ଉଇକେଟ ନେଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ସେହିପରି ମୋଇନ ୪ ଉଇକେଟ ଅକ୍ତିଆର କରିଛନ୍ତି। ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ମୁମ୍ବାଇ ଇଣ୍ଡିଆନ୍ସ ଦଳ:
ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଧବଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଷନ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡିକକ୍‌, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ ଲିନ୍‌, ସୌରଭ ତିଓ୍ବାରୀ, ମୋହସିନ ଖାଁ, ଆଡମ ମିଲନେ, ନାଥନ କୁଲଟର ନାଇଲ, ପୀୟୂଷ ଚାଓ୍ବଲା, ମାର୍କ ଜନସନ, ୟୁଧବୀର ସିଂ, ଜେମ୍ସ ନିଶାମ ଓ ଅର୍ଜୁନ ତେନ୍ଦୁଲକର।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର. ସାଇ କିଶୋର, ମୋଇନ ଅଲୀ, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା ଓ ସି. ହାରି ନିଶାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri