ସୋସିଆଲ ମିଡିଆରେ ଲାଗିପାରିବନି କଟକଣା

ନୂଆଦିଲ୍ଲୀ, ୧।୫: ଯଦି ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗକୁ ସୋସିଆଲ ମିଡିଆ ଜରିଆରେ ପରସ୍ପର ମଧ୍ୟରେ ଶେୟାର କରନ୍ତି, ତେବେ ଉକ୍ତ ସୂଚନା ଉପରେ କୌଣସି ରାଷ୍ଟ୍ର କଟକଣା ଲଗାଇବା ଉଚିତ ନୁହେଁ। ସୋସିଆଲ ମିଡିଆରେ ସୂଚନାର ଅବାଧ ପ୍ରବାହ ଉପରେ କଟକଣା ଲଗାଇବାର ଯେକୌଣସି ଉଦ୍ୟମକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କୋଭିଡ୍‌ ମାମଲାର ଶୁଣାଣି ବେଳେ ସ୍ପଷ୍ଟ କରିଦେଇଛନ୍ତି।
ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଜାତୀୟ ସଙ୍କଟ ବୋଲି କହିଛନ୍ତି। ଇଣ୍ଟରନେଟ୍‌ରେ ମିଥ୍ୟା ଅଭିଯୋଗ ଉଠାଯାଉଥିବା ଆଳ ଦେଖାଇ ଏହା ଉପରେ କଟକଣା ନ ଲଗାଇବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ କର୍ତ୍ତୃପକ୍ଷ ଏବଂ ପୋଲିସ ମୁଖ୍ୟମାନଙ୍କୁ ସତର୍କ କରିଦେଇଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସୂଚନାର ଅବାଧ ପ୍ରବେଶ ଜାରି ରହିବା ଏବଂ ଆମେ ନାଗରିକମାନଙ୍କ ସ୍ବର ଶୁଣିବା ଆବଶ୍ୟକ। ଅକ୍ସିଜେନ୍‌, ବେଡ୍‌ କିମ୍ବା ଡାକ୍ତର ଅଭାବ ପ୍ରସଙ୍ଗକୁ ନେଇ ଯଦି କେହି ସୋସିଆଲ ମିଡିଆରେ ବାର୍ତ୍ତା ଛାଡ଼ୁଥାନ୍ତି, ତେବେ ଗୁଜବ ପ୍ରସାର ଆଳରେ କାର୍ଯ୍ୟାନୁଷାନ ନ ନେବାକୁ ସେ କେନ୍ଦ୍ର, ରାଜ୍ୟ ଓ ସମସ୍ତ ପୋଲିସ ମହାନିର୍ଦ୍ଦେଶକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଅସୁବିଧାରେ ପଡ଼ି କୌଣସି ନାଗରିକ ପୋଷ୍ଟ କରିଥିବା ବାର୍ତ୍ତା ଉପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ତାହାକୁ ଆମେ ଅଦାଲତ ଅବମାନନା ଭାବେ ଗ୍ରହଣ କରିବୁ ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ମିଥ୍ୟା ଭୟ ସୃଷ୍ଟି କରାଯାଉଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପ୍ରଶାସନ କେତେଜଣଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ)ରେ ମାମଲା ରୁଜୁ କରିଥିଲେ।
କୋଭିଡ୍‌-୧୯ ପରିଚାଳନାରେ ଜାତୀୟ ନୀତି ପ୍ରସ୍ତୁତି ଲାଗି ସର୍ବୋଚ୍ଚ ଅଦାଲତ ନିଜ ଆଡ଼ୁ ମାମଲାର ଶୁଣାଣି କରିଥିଲେ। ଦେଶରେ ଏବେ ଅକ୍ସିଜେନ୍‌ର ଘୋର ଅଭାବ ସୃଷ୍ଟି ହୋଇଛି। ଅତ୍ୟଧିକ ସଂକ୍ରମିତ ରାଜ୍ୟଗୁଡ଼ିକର ଅମ୍ଳଜାନ ଚାହିଦା ପୂରଣ ଲାଗି କେନ୍ଦ୍ର ସରକାର କିଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି, ଜଣାଇବା ପାଇଁ ଅଦାଲତ କହିଥିଲେ। ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରିକି ସ୍ବାସ୍ଥ୍ୟ କର୍ମଚାରୀ ଓ ଆଗଧାଡ଼ିର କର୍ମୀମାନଙ୍କ ଚିକିତ୍ସା ଲାଗି ବେଡ୍‌ ମିଳୁନାହିଁ। ଗତ ୭୦ ବର୍ଷ ମଧ୍ୟରେ ଦେଶରେ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବର୍ତ୍ତମାନର ଗମ୍ଭୀର ସ୍ଥିତି ସମୟରେ ପର୍ଯ୍ୟାପ୍ତ ହେଉ ନ ଥିବା ଖଣ୍ଡପୀଠ ଅନୁଭବ କରିବା ପରେ ହୋଟେଲ, ମନ୍ଦିର, ଚର୍ଚ୍ଚ ଓ ଅନ୍ୟ ସ୍ଥାନଗୁଡ଼ିକୁ କୋଭିଡ୍‌ କେୟାର ସେଣ୍ଟରରେ ପରିବର୍ତ୍ତନ ଲାଗି ପ୍ରସ୍ତୁତ ରଖିବାକୁ କହିଛନ୍ତି। ଗରିବ ଲୋକେ ଟିକା ପାଇଁ ଅର୍ଥ ପୈଠ କରିବାକୁ ସମର୍ଥ ନ ଥିବାରୁ କେନ୍ଦ୍ର ସରକାର ଜାତୀୟ ଟିକାକରଣ ମଡେଲ ଆପଣାଇବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଟିକା ପାଇଁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମକୁ ବିଚାରକୁ ନେଇ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସମ୍ପର୍କରେ ସରକାର ଚିନ୍ତା କରନ୍ତୁ। ସ୍ବାସ୍ଥ୍ୟସେବା କ୍ଷେତ୍ର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିକୁ ଆସିଯାଇଥିବାରୁ ଏଭଳି ସଙ୍କଟ ସମୟରେ ଅବସରପ୍ରାପ୍ତ ଡାକ୍ତର କିମ୍ବା ଅଫିସରମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।
ସେହିଭଳି କେଉଁ ରାଜ୍ୟ କେତେ ଟିକା ପାଇବା ଉଚିତ ସେ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ଘରୋଇ ଟିକା ଉତ୍ପାଦନକାରୀ କମ୍ପାନୀ ଉପରେ ଛଡ଼ା ନ ଯାଉ ବୋଲି ଖଣ୍ଡପୀଠ କହିବା ସହ ଜାତୀୟ ରାଜଧାନୀର କୋଭିଡ୍‌ ସ୍ଥିତିକୁ ନେଇ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ରାଜନୈତିକ ବିବାଦ ନ କରି କେନ୍ଦ୍ର ସହ ସମନ୍ବୟ ରଖି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ଦେଶରେ ମେଡିକାଲ ଅକ୍ସିଜେନର ଅଭାବ ନାହିଁ ଏବଂ ରାଜ୍ୟଗୁଡ଼ିକର ଆବଶ୍ୟକତାକୁ ଚାହିଁ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ସରକାର କହିଥିଲେ। ଗତବର୍ଷ ଅଗଷ୍ଟରେ ଦୈନିକ ଅକ୍ସିଜେନ ଉତ୍ପାଦନ ୬,୦୦୦ ମେଟ୍ରିକ ଟନ୍‌ ଥିବାବେଳେ ଏବେ ତାହା ୯,୦୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହଠାତ୍‌ ଅତ୍ୟଧିକ ବୃଦ୍ଧି ପାଇବା ପରେ ଗତ ୨୨ ତାରିଖରେ ସର୍ବୋଚ୍ଚ ଅଦାଲତ ନିଜ ଆଡ଼ୁ ଏହାକୁ ଶୁଣାଣି ପାଇଁ ଗ୍ରହଣ କରି ଅକ୍ସିଜେନ, ଔଷଧ ସମେତ ଜରୁରୀ ସେବା ପରିଚାଳନା ପାଇଁ କେନ୍ଦ୍ର ସରକାର ଜାତୀୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ୧୦ ପ୍ରଶ୍ନ

କୋଭିଡ୍‌ ଟିକା ଉତ୍ପାଦନକାରୀ କମ୍ପାନୀରେ ସରକାର ଅର୍ଥ ବିନିଯୋଗ କରିଥିବାରୁ ଟିକା ସର୍ବସାଧାରଣ ସାମଗ୍ରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କେନ୍ଦ୍ର ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ନୀତି କାହିଁକି ଆପଣାଉ ନାହାନ୍ତି ଏବଂ ୧୦୦ ପ୍ରତିଶତ ଟିକା କ’ଣ ପାଇଁ କିଣୁନାହାନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଥିବା ୧୦ଟି ପ୍ରଶ୍ନ ନିମ୍ନରେ ଦିଆଗଲା।
କୋଭିଡ୍‌-୧୯ ସଂସ୍ପର୍ଶରେ ଆସୁଥିବା ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କ ଚିକିତ୍ସା ପାଇଁ କ’ଣ କରିଛ?
ଟିକା କମ୍ପାନୀରେ କେନ୍ଦ୍ର ସରକାର କେତେ ଟଙ୍କା ବିନିଯୋଗ କରିଛନ୍ତି ଓ ଗତବର୍ଷ କେତେ ଅଗ୍ରିମ ଦେଇଛନ୍ତି? ଟିକା ବିକଶିତ କରିବାରେ ଗବେଷଣା ବାବଦକୁ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ଅବଦାନ କେତେ ରହିଛି?
ଅକ୍ସିଜେନ୍‌ ଆବଣ୍ଟନ ସମ୍ପର୍କରେ ପ୍ରତି ମୁହୂର୍ତ୍ତର ତଥ୍ୟ ଦେଖାଇବା ପାଇଁ ବ୍ୟବସ୍ଥା କରାଯାଇପାରିବ କି?
ତୃତୀୟ ପର୍ଯ୍ୟାୟରେ ଟିକା ନେବା ପାଇଁ କୋଓ୍ବିନ ପୋର୍ଟାଲରେ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିବାବେଳେ ନିରକ୍ଷର ବ୍ୟକ୍ତି ଏବଂ ଯେଉଁମାନଙ୍କ ପାଖରେ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ ସେମାନଙ୍କ ପଞ୍ଜୀକରଣ ସମ୍ପର୍କରେ କେନ୍ଦ୍ର କିପରି ନିଶ୍ଚିତ ହେବ?
ଟିକା ନେବାରେ ଗୋଟିଏ ରାଜ୍ୟ ତୁଳନାରେ ଅନ୍ୟ ରାଜ୍ୟକୁ ପ୍ରାଥମିକତା ମିଳିବ କି?
କେନ୍ଦ୍ର ମାତ୍ର ୫୦% ଟିକା କିଣୁଥିବାବେଳେ ଘରୋଇ ଟିକା କମ୍ପାନୀର ନିରପେକ୍ଷତାକୁ ନେଇ କିପରି ସୁନିଶ୍ଚିତ ହେବ?
ରୟାଲ୍‌ଟି କମିଲେ ମଧ୍ୟ ଔଷଧ ଉତ୍ପାଦନ ଯେପରି ହୋଇପାରିବ, ସେ ନେଇ କେନ୍ଦ୍ର ସରକାର ରୋଗୀ ଆଇନର ଧାରା ୯୨ ଲାଗୁ କରିବା ଏବଂ ବାଧ୍ୟତାମୂଳକ ଲାଇସେନ୍ସ ଇସ୍ୟୁ ସମ୍ପର୍କରେ ବିଚାର କରୁଛି କି?
କୋଭିଡ୍‌-୧୯ର ମ୍ୟୁଟାଣ୍ଟ ଚିହ୍ନଟ କରିବା ଲାଗି ଲାବରେଟୋରିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କି?
ହସ୍ପିଟାଲ ଦେୟ ନିୟନ୍ତ୍ରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି? ଏଥିପାଇଁ ଜାତୀୟ ନୀତି ରହିଛି କି?
ଆଷ୍ଟ୍ରାଜେନିକା ଆମେରିକା ନାଗରିକଙ୍କୁ କମ୍‌ ଦାମ୍‌ରେ ଟିକା ଯୋଗାଉଥିବାବେଳେ ଆମେ କାହିଁକି ଅଧିକ ଗଣିବୁ?


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri