ମାସକରେ ୩୨ଶହ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୫

ଅନୁଗୋଳ ଜିଲାରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ଲହର। ବିଶେଷକରି ଏପ୍ରିଲ ମାସରେ ୩୨ଶହ ସଂକ୍ରମିତ ଚିହ୍ନଟ ହେବା ଜିଲାବାସୀଙ୍କୁ ଚକିତ କରିଥିବାବେଳେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ୍‌ କଟକଣାକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପାଳନ କରାଯାଉଥିବା କୁହାଯାଉଥିଲେ ମଧ୍ୟ ପଜିଟିଭ୍‌ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଜାରି ରହିଛି। କିଛିଦିନ ହେଲା ଦୈନିକ ସଂକ୍ରମଣ ସଂଖ୍ୟା ୩ଶହରୁ ଊର୍ଦ୍ଧ୍ୱରେ ରହୁଛି। ମେ’ ମାସରେ ଏହା କେଉଁ ସ୍ତରରେ ପହଞ୍ଚିଥିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ ୨୯ ତାରିଖ ସୁଦ୍ଧା ଅନୁଗୋଳ ଜିଲାରୁ ମୋଟ୍‌ ୨ ଲକ୍ଷ ୩୪ ହଜାର ୨୨୮ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ସେଥିରୁ ୭୮ ହଜାର ୮୬୬ ଆର୍‌ଟି-ପିସିଆର୍‌, ୧ ଲକ୍ଷ ୫୪ ହଜାର ୧୭୮ ଆର୍‌ଏଟି ଓ ୧୧୮୪ ଟ୍ରୁ-ନଟ୍‌ ମାଧ୍ୟମରେ ପରୀକ୍ଷା କରାଯାଇ ମୋଟ୍‌ ୧୬ ହଜାର ୪୫ ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ସେଥିରୁ କେବଳ ଅନୁଗୋଳ ଜିଲାରୁ ୧୫ ହଜାର ୩୮୨ ଜଣ ଥିଲେ। ତେବେ ଶୁକ୍ରବାର ଜିଲାରୁ ୩୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୧୫ ହଜାର ୬୯୨ରେ ପହଞ୍ଚିଛି। ସେହିପରି ଜିଲାରୁ ୧୩ ହଜାର ୩୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ୨୭୦୨ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେହିପରି ଶୁକ୍ରବାର ଜଣେ ସଂକ୍ରମିତଙ୍କ ଜୀବନହାନି ଘଟିଥିବାରୁ ଜିଲାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି। ଗତ ଫେବୃୟାରୀ ଓ ମାର୍ଚ୍ଚ ମାସ ୨ ମାସରେ ଜିଲାରେ ମାତ୍ର ୨୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ କେବଳ ଏପ୍ରିଲ ମାସରେ ୩୧୯୦ ଜଣ ପଜିଟିଭ୍‌ ବାହାରିବା ଦିନକୁ ଦିନ ଜିଲାରେ ସ୍ଥିତି କିପରି ଗମ୍ଭୀର ହେଉଛି ତାହା ଦର୍ଶାଉଛି। ତେବେ ମେ’ ମାସରେ ଯଦି ସଂଖ୍ୟା ଏପରି ବଢ଼ିଚାଲେ ତା’ହେଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଅସମ୍ଭବ ନୁହେଁ। ତଥାପି ଜିଲାରେ କରୋନା କଟକଣା ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ପ୍ରଶାସନ ଓ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ଅମାନିଆ ଲୋକେ ଓ ବ୍ୟବସାୟୀ ବାରମ୍ବାର ଉଲ୍ଲଂଘନ କରି ଚାଲିଛନ୍ତି। ଏହି କାରଣରୁ ପଜିଟିଭ୍‌ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଜାରି ରହିଥିବା କୁହାଯାଉଛି।

ନିୟମ ମାନିଲେ ସଂକ୍ରମଣ କମିବ
ଲୋକମାନଙ୍କ ପାଇଁ ପ୍ରଶାସନ ସବୁ କରୁଛି। କେବଳ ସେମାନେ ସଚେତନ ହେଲେ ସଂକ୍ରମଣ ଚେନ୍‌ ଭାଙ୍ଗିପାରିବ। ଅଯଥା ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ହେଲେ ଜନଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଏଥିରୁ ବର୍ତ୍ତିବା ପାଇଁ ଲୋକମାନଙ୍କୁ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରିବାକୁ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ପ୍ରଶାସନ ରୋକ୍‌ ଲଗାଉ
କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ହେଲେ ସଙ୍ଗରୋଧ ନିୟମକୁ କଡ଼ାକଡ଼ି ପାଳନ ନ କରି ସଂକ୍ରମିତମାନେ ଖୋଲାମେଲାରେ ବୁଲାବୁଲି କରୁଥିବାରୁ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ଏଥିରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ଆବଶ୍ୟକ।
-ରୁଦ୍ରମୋହନ ଶତପଥୀ, ଅନୁଗୋଳବାସୀ
କଠୋର ପଦକ୍ଷେପ ନିଆଯାଉ
ଜିଲାରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଏଥିରେ ରୋକ୍‌ ଲଗାଇବାକୁ ହେଲେ ପ୍ରଶାସନକୁ ଅଧିକ କଠୋର ହେବାକୁ ପଡ଼ିବ। ଅମାନିଆମାନଙ୍କ ପ୍ରତି କଠୋର ଦଣ୍ଡ ବ୍ୟବସ୍ଥା କରାଗଲେ ଏହା ନିୟନ୍ତ୍ରଣକୁ ଆସିପାରିବ। କାମ ନ ଥାଇ ବଜାରରେ ବୁଲୁଥିବା ଲୋକଙ୍କ ଉପରେ ନଜର ରଖାଯାଉ।
-ସୌଭାଗ୍ୟ ପ୍ରଧାନ,ଅନୁଗୋଳ
ସ୍ବାବ୍‌ ଦେଇ ବାହାରେ ବୁଲୁଛନ୍ତି
କିଏ ସଂକ୍ରମିତ, କିଏ ନୁହେଁ ତାହା ଜାଣି ହେଉନି। ଅନେକ ଲୋକ ଟେଷ୍ଟ ପାଇଁ ସ୍ବାବ୍‌ ଦେଇ ବାହାରେ ବୁଲୁଛନ୍ତି। ତେଣୁ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ସଙ୍ଗରୋଧ ବ୍ୟବସ୍ଥା ଠିକ୍‌ରେ ପାଳନ ହେଉଛି କି ନାହଁ ତାହା ତଦାରଖ କରାଗଲେ ଏପରି ସ୍ଥିତି ହୁଅନ୍ତା ନାହିଁ।
-ରଶ୍ମିରଞ୍ଜନ ପ୍ରଧାନ, ଅନୁଗୋଳ

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri