ମାସକରେ ୩୨ଶହ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୫

ଅନୁଗୋଳ ଜିଲାରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ଲହର। ବିଶେଷକରି ଏପ୍ରିଲ ମାସରେ ୩୨ଶହ ସଂକ୍ରମିତ ଚିହ୍ନଟ ହେବା ଜିଲାବାସୀଙ୍କୁ ଚକିତ କରିଥିବାବେଳେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ୍‌ କଟକଣାକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପାଳନ କରାଯାଉଥିବା କୁହାଯାଉଥିଲେ ମଧ୍ୟ ପଜିଟିଭ୍‌ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଜାରି ରହିଛି। କିଛିଦିନ ହେଲା ଦୈନିକ ସଂକ୍ରମଣ ସଂଖ୍ୟା ୩ଶହରୁ ଊର୍ଦ୍ଧ୍ୱରେ ରହୁଛି। ମେ’ ମାସରେ ଏହା କେଉଁ ସ୍ତରରେ ପହଞ୍ଚିଥିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ ୨୯ ତାରିଖ ସୁଦ୍ଧା ଅନୁଗୋଳ ଜିଲାରୁ ମୋଟ୍‌ ୨ ଲକ୍ଷ ୩୪ ହଜାର ୨୨୮ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ସେଥିରୁ ୭୮ ହଜାର ୮୬୬ ଆର୍‌ଟି-ପିସିଆର୍‌, ୧ ଲକ୍ଷ ୫୪ ହଜାର ୧୭୮ ଆର୍‌ଏଟି ଓ ୧୧୮୪ ଟ୍ରୁ-ନଟ୍‌ ମାଧ୍ୟମରେ ପରୀକ୍ଷା କରାଯାଇ ମୋଟ୍‌ ୧୬ ହଜାର ୪୫ ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ସେଥିରୁ କେବଳ ଅନୁଗୋଳ ଜିଲାରୁ ୧୫ ହଜାର ୩୮୨ ଜଣ ଥିଲେ। ତେବେ ଶୁକ୍ରବାର ଜିଲାରୁ ୩୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୧୫ ହଜାର ୬୯୨ରେ ପହଞ୍ଚିଛି। ସେହିପରି ଜିଲାରୁ ୧୩ ହଜାର ୩୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ୨୭୦୨ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେହିପରି ଶୁକ୍ରବାର ଜଣେ ସଂକ୍ରମିତଙ୍କ ଜୀବନହାନି ଘଟିଥିବାରୁ ଜିଲାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି। ଗତ ଫେବୃୟାରୀ ଓ ମାର୍ଚ୍ଚ ମାସ ୨ ମାସରେ ଜିଲାରେ ମାତ୍ର ୨୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ କେବଳ ଏପ୍ରିଲ ମାସରେ ୩୧୯୦ ଜଣ ପଜିଟିଭ୍‌ ବାହାରିବା ଦିନକୁ ଦିନ ଜିଲାରେ ସ୍ଥିତି କିପରି ଗମ୍ଭୀର ହେଉଛି ତାହା ଦର୍ଶାଉଛି। ତେବେ ମେ’ ମାସରେ ଯଦି ସଂଖ୍ୟା ଏପରି ବଢ଼ିଚାଲେ ତା’ହେଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଅସମ୍ଭବ ନୁହେଁ। ତଥାପି ଜିଲାରେ କରୋନା କଟକଣା ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ପ୍ରଶାସନ ଓ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ଅମାନିଆ ଲୋକେ ଓ ବ୍ୟବସାୟୀ ବାରମ୍ବାର ଉଲ୍ଲଂଘନ କରି ଚାଲିଛନ୍ତି। ଏହି କାରଣରୁ ପଜିଟିଭ୍‌ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଜାରି ରହିଥିବା କୁହାଯାଉଛି।

ନିୟମ ମାନିଲେ ସଂକ୍ରମଣ କମିବ
ଲୋକମାନଙ୍କ ପାଇଁ ପ୍ରଶାସନ ସବୁ କରୁଛି। କେବଳ ସେମାନେ ସଚେତନ ହେଲେ ସଂକ୍ରମଣ ଚେନ୍‌ ଭାଙ୍ଗିପାରିବ। ଅଯଥା ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ହେଲେ ଜନଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଏଥିରୁ ବର୍ତ୍ତିବା ପାଇଁ ଲୋକମାନଙ୍କୁ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରିବାକୁ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ପ୍ରଶାସନ ରୋକ୍‌ ଲଗାଉ
କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ହେଲେ ସଙ୍ଗରୋଧ ନିୟମକୁ କଡ଼ାକଡ଼ି ପାଳନ ନ କରି ସଂକ୍ରମିତମାନେ ଖୋଲାମେଲାରେ ବୁଲାବୁଲି କରୁଥିବାରୁ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ଏଥିରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ଆବଶ୍ୟକ।
-ରୁଦ୍ରମୋହନ ଶତପଥୀ, ଅନୁଗୋଳବାସୀ
କଠୋର ପଦକ୍ଷେପ ନିଆଯାଉ
ଜିଲାରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଏଥିରେ ରୋକ୍‌ ଲଗାଇବାକୁ ହେଲେ ପ୍ରଶାସନକୁ ଅଧିକ କଠୋର ହେବାକୁ ପଡ଼ିବ। ଅମାନିଆମାନଙ୍କ ପ୍ରତି କଠୋର ଦଣ୍ଡ ବ୍ୟବସ୍ଥା କରାଗଲେ ଏହା ନିୟନ୍ତ୍ରଣକୁ ଆସିପାରିବ। କାମ ନ ଥାଇ ବଜାରରେ ବୁଲୁଥିବା ଲୋକଙ୍କ ଉପରେ ନଜର ରଖାଯାଉ।
-ସୌଭାଗ୍ୟ ପ୍ରଧାନ,ଅନୁଗୋଳ
ସ୍ବାବ୍‌ ଦେଇ ବାହାରେ ବୁଲୁଛନ୍ତି
କିଏ ସଂକ୍ରମିତ, କିଏ ନୁହେଁ ତାହା ଜାଣି ହେଉନି। ଅନେକ ଲୋକ ଟେଷ୍ଟ ପାଇଁ ସ୍ବାବ୍‌ ଦେଇ ବାହାରେ ବୁଲୁଛନ୍ତି। ତେଣୁ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ସଙ୍ଗରୋଧ ବ୍ୟବସ୍ଥା ଠିକ୍‌ରେ ପାଳନ ହେଉଛି କି ନାହଁ ତାହା ତଦାରଖ କରାଗଲେ ଏପରି ସ୍ଥିତି ହୁଅନ୍ତା ନାହିଁ।
-ରଶ୍ମିରଞ୍ଜନ ପ୍ରଧାନ, ଅନୁଗୋଳ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?