Home Left

କୋଟିଆର ତିନି ଗ୍ରାମରେ ଆନ୍ଧ୍ର କରିବ ଜିଲା ପରିଷଦ ନିର୍ବାଚନ

ପଟ୍ଟାଙ୍ଗୀ,୫।୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତିନି ଗ୍ରାମ ତଳ ଗଞ୍ଜେଇ ପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଗତ ଫେବୃୟାରୀ୧୩ରେ କରିଥିଲା। ଏହାକୁ ନେଇ ଏବେବି ବାଦ ବିବାଦ ଲାଗିରହିଥିବାବେଳେ…

ଜର୍ସିରେ ମଦ ଲୋଗୋ ରଖିବାକୁ ମନା କଲେ ଏହି ଖେଳାଳି: ଫ୍ରାଞ୍ଚାଇଜ୍‌‌ ନେଲା ଏମିତି ନିଷ୍ପତ୍ତି

ଚେନ୍ନାଇ,୫।୪: ମୁସଲମାନ କ୍ରିକେଟରମାନେ ସେମାନଙ୍କର ଧାର୍ମିକ ଭାବନାକୁ ସର୍ବଦା ସମ୍ମାନ କରନ୍ତି। ଏହି ତାଲିକାରେ ମୋଇନ ଅଲିଙ୍କ ନାମ ବୋଧହୁଏ ପ୍ରଥମେ ନିଆଯିବ। ଏବେ ଆଇପିଏଲରେ ସେ ନିଜ ଜର୍ସିରୁ ମଦ୍ୟପାନ ବିଜ୍ଞାପନ ହଟାଇବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ନିଜ…

ଭିକ୍କି କୌଶଲ-ଭୂମି ପେଡନେକର କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ବଲିଉଡ୍‌ରେ କରୋନା ସଂକ୍ରମଣ ଜାରି ରହିଛି। ସୋମବାର ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ୍‌ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଭୂମି ଏବଂ ଭିକ୍କି ସେମାଙ୍କଠାରେ କରୋନା ଲକ୍ଷଣ…

ଆଜି ରାଜ୍ୟରେ ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୫୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୨୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ମାଲାୟାଲମ ସିନେମାର ପ୍ରସିଦ୍ଧ  ତଥା ଲେଖକ ପି ବାଲାଚନ୍ଦ୍ରନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ କେରଳର ଭାଏକୋମ ସ୍ଥିତ ତାଙ୍କ ବାସଭବନରେ ସୋମବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଶେଷ ନିଶ୍ୱାସ ତ୍ୟାଗ…

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌ ଖୁବ୍‌ କମ୍‌ ସମୟରେ ଅଧିକ ଲୋକଙ୍କୁ ସଂକ୍ରମଣ କରିବାରେ ସକ୍ଷମ ହେଉଛି। ଏହି…

ବଲାଙ୍ଗୀର ମ୍ୟୁନିସିପାଲଟି ରାସ୍ତାରେ ଡ୍ରେନ୍‌ ପାଣି: ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ବଲାଙ୍ଗୀର ଅଫିସ, ୫।୪: ବଲାଙ୍ଗୀର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୮ ତୁଲସୀନଗର ପଡ଼ାରେ ଏକ ଡ୍ରେନ ନିର୍ମାଣ କାମ ଅଧା ପଡ଼ିଥିବାରୁ ରାସ୍ତା ଉପରେ ଡ୍ରେନ ପାଣି ସୁଅ ଛୁଟୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା…

ମତଦାନର ଗୋଟିଏ ଦିନ ପୂର୍ବରୁ ଭୋଟର ଲିଷ୍ଟରୁ ଶଶିକଳାଙ୍କ ନାମ ଗାଏବ

ଚେନ୍ନାଇ,୫।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ନିକଟତମ ବନ୍ଧୁ ଶଶିକଳାଙ୍କ ନାମ ଭୋଟର ଲିଷ୍ଟରୁ ଉଭାନ ହୋଇଯାଇଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।…

୨୪ ଘଣ୍ଟାରେ ୪୫ ଜଙ୍ଗଲରେ ନିଆଁ

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୪୫ଟି ଜଙ୍ଗଲରେ ନିଆଁ ଲାଗିଛି। ରବିବାର ଏଭଳି ଘଟିଥିବା ଜଣାପଡ଼ିଛି। ଏହାଯୋଗୁ ୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୭ ପ୍ରାଣୀ ଜଳି ଯାଇଛନ୍ତି। ଜଙ୍ଗଲ ନିଆଁ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର…

ରାଜଧାନୀରେ ସିଲ୍‌ ହେଲା ଘରୋଇ କୋଚିଂ ସେଣ୍ଟର

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେତେକ ଘରୋଇ ଶିକ୍ଷାନୁଷ୍ଠାନ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ତେବେ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ କରାଯାଇଛି। ଜୋନାଲ ଡେପୁଟି କମିଶନର…

ମମତାଙ୍କୁ ସାହା ହେବେ ଜୟା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ। ଏପର୍ଯ୍ୟନ୍ତ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ମତଦାନରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ଭାଜପା ବିଜୟ ଦାବି କରୁଛନ୍ତି। ଏହି ସମୟରେ, ଟିଏମସି ବାକି ପାଞ୍ଚଟି…

୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼,(ଡି.ଏନ୍‌.ଏ.)୫।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ସ୍ଥାୟୀ ପ୍ରତିକାର ଦାବିରେ ଟିଟିଲାଗଡ଼ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସୋମବାର ସହରର ସମସ୍ତ ଦୋକାନବଜାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri