ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୋଟପିଲାକୁ ଦେଖିବାକୁ ମିଳୁଛି। ଛୋଟ ପିଲାଟି ହାତରେ କିଛି ନାଲି ନାଲି ଖାଦ୍ୟ ପଦାର୍ଥ ଧରି ଥିବା ବେଳେ ପକ୍ଷୀମାନେ ଆସି ତା’ ହାତରୁ ଖାଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Innocence is innocent does💕 pic.twitter.com/EN388BZafT
— Susanta Nanda IFS (@susantananda3) August 16, 2021