ହାତୀ ସୁରକ୍ଷାକୁ ଏନ୍‌ଜିଟି ବଳ

ଯାଜପୁର ଅଫିସ, ୧୯ା୮: ଓଡ଼ିଶାରେ ୧୯୯୦ରୁ ୨୦୦୦ ମଧ୍ୟରେ ବର୍ଷକୁ ହାରାହାରି ହାତୀ ମୃତ୍ୟୁ ହାର ୩୩ ଥିଲା। ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ବାର୍ଷିକ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଥିଲା, ଯାହାକି ୨୦୧୦ ପରେ ୭୬ ହୋଇଯାଇଛି। ବିଶେଷକରି ୨୦୧୦ ଏପ୍ରିଲରୁ ୨୦୨୧ ଅଗଷ୍ଟ ମଧ୍ୟରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ୩୮୯ ମୃତ୍ୟୁ ସ୍ବାଭାବିକ ଥିବାବେଳେ ବାକି ହାତୀଙ୍କ ଜୀବନହାନି ଶିକାର, ଦୁର୍ଘଟଣାଜନିତ। ଓ୍ବାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁଏସ୍‌ଓ) ପକ୍ଷରୁ ମିଳିଥିବା ଏହି ତଥ୍ୟ ଚିନ୍ତାଜନକ ଥିବାବେଳେ ସରକାର ହାତୀ ସୁରକ୍ଷା ଯୋଜନାକୁ ବାସ୍ତବ ରୂପ ଦେବାରେ ପ୍ରାୟ ୧୦ ବର୍ଷ ହେଲା ଅବହେଳା କରିଆସୁଛନ୍ତି। ଏନେଇ ହୋଇଥିବା ଅଭିଯୋଗର ଶୁଣାଣି କରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ ଥିବା ୧୪ଟି ହାତୀ ଚଲାପଥ (କରିଡର) ସମ୍ପର୍କରେ ୨ ମାସ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଆକ୍ସନ ପ୍ଲାନ ଦାଖଲ କରିବାକୁ ଏନ୍‌ଜିଟିର ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ବି. ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଓ୍ବାଇଲ୍ଡ୍‌ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁଏସ୍‌ଓ) ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତିଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଙ୍କରପ୍ରସାଦ ପାଣି ଗତ ୫ା୯ା୨୦୧୬ରେ ହାତୀ ଚଲାପଥ ଯୋଜନାରେ ସାମ୍ନାକୁ ଆସିଥିବା ବିଭିନ୍ନ ଅନିୟମିତତାକୁ ଭିତ୍ତି କରି ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଅଗଷ୍ଟ ୨୦୧୦ରେ ହାତୀମାନଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇ ‘ଗଜଃ’ ନାମରେ ଏକ ଯୋଜନା ପ୍ରଣୟନ କରାଯାଇଥିଲା। ଏହିକ୍ରମରେ ଓଡ଼ିଶାର ପ୍ରିନ୍ସିପାଲ ଚିଫ୍‌ କନଜରଭେଟର ଅଫ୍‌ ଫରେଷ୍ଟ (ପିସିସିଏଫ୍‌) ରାଜ୍ୟରେ ୮୭୦.୬୧ ବର୍ଗ କିମି ଅଞ୍ଚଳକୁ ନେଇ ୪୨୦.୮ କିମି ଲମ୍ବ ଓ ୦.୦୮ରୁ ୪.୬ କିମି ଓସାର ବିଶିଷ୍ଟ ୧୪ଟି ହାତୀ କରିଡର ସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। ଏନେଇ ପରିବେଶ ଓ ପ୍ରାଣୀପ୍ରେମୀମାନେ ଦାବି କରି ନିରାଶ ହେବା ପରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ।
ଗତ ମାର୍ଚ୍ଚରେ ବିଧାୟକ ମୋହନଚରଣ ମାଝି ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ମିଳିଥିଲା ଯେ ୧୪ଟି ହାତୀ ଚଲାପଥ ଏବଂ ୩ଟି ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୧୦ ବର୍ଷରେ ହାତୀ ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟ୍‌ ଯୋଜନାରେ ପ୍ରାୟ ୧୧୫ କୋଟି ଓ କାମ୍ପା ଯୋଜନାରେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେବଳ ଚିହ୍ନଟ କରିଡରର ପୁନରୁଦ୍ଧାର କାର୍ଯ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କ ତଥ୍ୟ ଅନୁସାରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ବଳ୍ପ ଓ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ବଳ୍ପମିଆଦୀ ଯୋଜନାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ପ୍ରତିବର୍ଷ ସ୍ଥାନୀୟ ଲୋକଙ୍କୁ ବନ୍ୟଜନ୍ତୁ ଘଉଡାଇବା, ବନ୍ୟଜନ୍ତୁ ଶିକାର ନିରୋଧକ, ହସ୍ତୀ ସୁରକ୍ଷା ଦଳ ଉପରେ କାର୍ଯ୍ୟ କରାଯାଇଛି। ଏଥପାଇଁ ୧୨୨ ଜଣ ଗଜବନ୍ଧୁମାନଙ୍କୁ ନିୟୋଜିତ କରାଯାଇଛି। ହେଲେ ପୂର୍ବରୁ ଯୋଜନା ଅନୁଯାୟୀ ଆବଣ୍ଟିତ ଅନୁଦାନ ଠିକ୍‌ ଭାବେ ଖର୍ଚ୍ଚ ହେଉ ନ ଥିବାରୁ ହାତୀ ମୃତ୍ୟୁ ଓ ଉପଦ୍ରବ ସଂଖ୍ୟା କମିବାର ନଁା ଧରୁ ନାହିଁ ବୋଲି ଏନ୍‌ଜିଟିରେ ଆବେଦନକାରୀ ଦର୍ଶାଇଥିଲେ। ଏହାବାଦ୍‌ ଗତ ୧୬ା୯ା୨୦୨୦ରେ ଆବେଦନକାରୀ ଏକ ସତ୍ୟପାଠରେ ୧୪ ହାତୀ ଚଲାପଥ ମଧ୍ୟରୁ ୯ଟି କାମକୁ ନୁହେଁ ବୋଲି ଦର୍ଶାଇଥିଲେ। ପରିବେଶ ସୁରକ୍ଷା ଆଇନ-୧୯୮୬ ଅନୁଯାୟୀ ଏଯାଏ ହାତୀ ଚଲାପଥ ଉପରେ ବିଜ୍ଞପ୍ତି ଜାରି କରାଯାଇ ପାରିନାହିଁ ବୋଲି ଆବେଦନକାରୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଗଲେ ଜୈବ ବିବିଧତା ଧ୍ୱଂସ ମୁଖରୁ ରକ୍ଷା ପାଇ ପାରିବ ା ନ ହେଲେ ଆଗାମୀ ଦିନରେ ହାତୀ କେବଳ ପ୍ରତିଛବିରେ ଦେଖିବାକୁ ମିଳିବ ବୋଲି ପରିବେଶପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri