କେବଳ ଏହି ଭୁଲ ପାଇଁ ଅଭିଷେକଙ୍କୁ ୨ ରାତି ବେଡ୍‌ରୁମ୍‌ ବାହାରେ ରଖିଥିଲେ ଐଶ୍ୱର୍ଯ୍ୟା, କାରଣ ଜାଣିଲେ…

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଦମ୍ପତି ଭାବରେ ବେଶ ଜଣାଶୁଣା। ପରସ୍ପର ପାଇଁ ଉଭୟଙ୍କ ପ୍ରେମ ସ୍ପଷ୍ଟ ଭାବରେ ଦେଖାଯାଏ। ଏପରିକି ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର ଝଗଡ଼ା ହେବା ଖବର ଇଣ୍ଡଷ୍ଟ୍ରିରେ କେବେ ଆସିନାହିଁ। ତଥାପି, ପ୍ରତ୍ୟେକ ସ୍ବାମୀ-ସ୍ତ୍ରୀଙ୍କ ପରି କଥା କଥାରେ ଯୁକ୍ତିତର୍କ ହୋଇଯାନ୍ତି। କିନ୍ତୁ ଦୁହିଁଙ୍କ ମଧ୍ୟରେ କେବେ ବି ଅଲଗା ହେବାର ଖବର ଆସି ନଥିଲା। ମାତ୍ର ଥରେ ଦୁହିଁଙ୍କ ମଧ୍ୟରେ ଏତେ ବିବାଦ ଲାଗି ରହିଲା ଯେ, ଅଭିଷେକଙ୍କୁ ଦୁଇ ରାତି ବେଡ୍‌ ରୁମ ବାହାରେ ବିତାଇବାକୁ ପଡିଲା।

ଅଭିଷେକ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ଥରେ ସେ ଐଶ୍ୱର୍ଯ୍ୟାଙ୍କ କ୍ରୋଧର ଶିକାର ହୋଇଥିଲେ। ଏ ନେଇ ତାଙ୍କୁ ଦୁଇରାତି ବେଡ୍‌ ରୁମ୍‌ ବାହାରେ ବିତାଇବାକୁ ପଡିଲା।

୨୦୧୪ରେ ଯେତେବେଳେ ଅଭିଷେକ ପ୍ରୋ-କବାଡି ଲିଗ ଜିତିଥିଲେ ।ସେହି ସମୟ ମଧ୍ୟରେ ସେ ତାଙ୍କ ଦଳର ଟ୍ରେନିଂ ନେଇ ଚେନ୍ନାଇର ସତ୍ୟଭାମା ବିଶ୍ୱବିଦ୍ୟାଳୟ ଯାଇଥିଲେ। ଏହି ସମୟରେ ଅଭିଷେକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କର୍ଣ୍ଣେଲ ଜେପିଆରଙ୍କୁ ଭେଟିଥିଲେ। ତାଙ୍କ କାର୍ଯ୍ୟାଳୟ ବହୁତ ଛୋଟ ଥିଲା । ଅଭିଷେକ ଦେଖିଥିଲେ ଯେ, ଜେପିଆର ଅଫିସ ଚଟାଣରେ ଅନେକ ଟ୍ରଫି ଅଛି। ଅଭିଷେକ ନିଜକୁ ସଂଯମ କରି ନ ପାରି ଜେପିଆରଙ୍କୁ ପଚାରିଥିଲେ ଯେ, ସେ କାହିଁକି ସମସ୍ତ ଟ୍ରଫିକୁ ତଳେ ରଖିଛନ୍ତି?

କର୍ଣ୍ଣେଲ ଜେପିଆର ଅଭିଷେକଙ୍କୁ ଉତ୍ତର ଦେଲେ ଯେ, ସେ ଟ୍ରଫିକୁ ତଳେ ରଖିଥିଲେ କାରଣ ସେ ପୁରସ୍କାରକୁ ତାଙ୍କ ମୁଣ୍ଡରେ ଚଢ଼ିବାକୁ ଦେଉ ନ ଥିଲେ।

ଜେପିଆଇର ଏହି ବିବୃତ୍ତିରେ ଅଭିଷେକ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ଏବଂ ସେ ଘରକୁ ଯାଇ ଐଶ୍ୱର୍ଯ୍ୟା ଏବଂ ତାଙ୍କ ଟ୍ରଫିକୁ ଭୂମିରେ ସଜାଇଥିଲେ। ପୁରା ବେଡରୁମ୍‌ ଅନେକ ଟ୍ରଫିରେ ପରିପୂର୍ଣ୍ଣ ଥିଲା । ଐଶ୍ୱର୍ଯ୍ୟା ରୁମ ଭିତରକୁ ଯିବା ମାତ୍ରେ ଏଭଳି ଦୃଶ୍ୟ ଦେଖିବା ପରେ କ୍ରୋଧରେ ଲାଲ ହୋଇଗଲେ।

ଅଭିଷେକ ଏପରି କରିବାର କାରଣ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ କହିଥିଲେ। ମାତ୍ର ଐଶ୍ୱର୍ଯ୍ୟା ରାଗି ଯାଇଥିଲେ। ଏପରିକି ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ବେଡ୍‌ରୁମରୁ ବାହାର କରି ଦେଇଥିଲେ। ଐଶ୍ୱର୍ଯ୍ୟାଙ୍କ କ୍ରୋଧ ହେତୁ ଅଭିଷେକଙ୍କୁ ଦୁଇ ରାତି ବେଡ୍‌ରୁମ୍‌ ବାହାରେ କାଟିବାକୁ ପଡ଼ିଲା। ପରେ ସବୁକିଛି ଠିକ୍‌ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri