କେବଳ ଏହି ଭୁଲ ପାଇଁ ଅଭିଷେକଙ୍କୁ ୨ ରାତି ବେଡ୍‌ରୁମ୍‌ ବାହାରେ ରଖିଥିଲେ ଐଶ୍ୱର୍ଯ୍ୟା, କାରଣ ଜାଣିଲେ…

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଦମ୍ପତି ଭାବରେ ବେଶ ଜଣାଶୁଣା। ପରସ୍ପର ପାଇଁ ଉଭୟଙ୍କ ପ୍ରେମ ସ୍ପଷ୍ଟ ଭାବରେ ଦେଖାଯାଏ। ଏପରିକି ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର ଝଗଡ଼ା ହେବା ଖବର ଇଣ୍ଡଷ୍ଟ୍ରିରେ କେବେ ଆସିନାହିଁ। ତଥାପି, ପ୍ରତ୍ୟେକ ସ୍ବାମୀ-ସ୍ତ୍ରୀଙ୍କ ପରି କଥା କଥାରେ ଯୁକ୍ତିତର୍କ ହୋଇଯାନ୍ତି। କିନ୍ତୁ ଦୁହିଁଙ୍କ ମଧ୍ୟରେ କେବେ ବି ଅଲଗା ହେବାର ଖବର ଆସି ନଥିଲା। ମାତ୍ର ଥରେ ଦୁହିଁଙ୍କ ମଧ୍ୟରେ ଏତେ ବିବାଦ ଲାଗି ରହିଲା ଯେ, ଅଭିଷେକଙ୍କୁ ଦୁଇ ରାତି ବେଡ୍‌ ରୁମ ବାହାରେ ବିତାଇବାକୁ ପଡିଲା।

ଅଭିଷେକ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ଥରେ ସେ ଐଶ୍ୱର୍ଯ୍ୟାଙ୍କ କ୍ରୋଧର ଶିକାର ହୋଇଥିଲେ। ଏ ନେଇ ତାଙ୍କୁ ଦୁଇରାତି ବେଡ୍‌ ରୁମ୍‌ ବାହାରେ ବିତାଇବାକୁ ପଡିଲା।

୨୦୧୪ରେ ଯେତେବେଳେ ଅଭିଷେକ ପ୍ରୋ-କବାଡି ଲିଗ ଜିତିଥିଲେ ।ସେହି ସମୟ ମଧ୍ୟରେ ସେ ତାଙ୍କ ଦଳର ଟ୍ରେନିଂ ନେଇ ଚେନ୍ନାଇର ସତ୍ୟଭାମା ବିଶ୍ୱବିଦ୍ୟାଳୟ ଯାଇଥିଲେ। ଏହି ସମୟରେ ଅଭିଷେକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କର୍ଣ୍ଣେଲ ଜେପିଆରଙ୍କୁ ଭେଟିଥିଲେ। ତାଙ୍କ କାର୍ଯ୍ୟାଳୟ ବହୁତ ଛୋଟ ଥିଲା । ଅଭିଷେକ ଦେଖିଥିଲେ ଯେ, ଜେପିଆର ଅଫିସ ଚଟାଣରେ ଅନେକ ଟ୍ରଫି ଅଛି। ଅଭିଷେକ ନିଜକୁ ସଂଯମ କରି ନ ପାରି ଜେପିଆରଙ୍କୁ ପଚାରିଥିଲେ ଯେ, ସେ କାହିଁକି ସମସ୍ତ ଟ୍ରଫିକୁ ତଳେ ରଖିଛନ୍ତି?

କର୍ଣ୍ଣେଲ ଜେପିଆର ଅଭିଷେକଙ୍କୁ ଉତ୍ତର ଦେଲେ ଯେ, ସେ ଟ୍ରଫିକୁ ତଳେ ରଖିଥିଲେ କାରଣ ସେ ପୁରସ୍କାରକୁ ତାଙ୍କ ମୁଣ୍ଡରେ ଚଢ଼ିବାକୁ ଦେଉ ନ ଥିଲେ।

ଜେପିଆଇର ଏହି ବିବୃତ୍ତିରେ ଅଭିଷେକ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ଏବଂ ସେ ଘରକୁ ଯାଇ ଐଶ୍ୱର୍ଯ୍ୟା ଏବଂ ତାଙ୍କ ଟ୍ରଫିକୁ ଭୂମିରେ ସଜାଇଥିଲେ। ପୁରା ବେଡରୁମ୍‌ ଅନେକ ଟ୍ରଫିରେ ପରିପୂର୍ଣ୍ଣ ଥିଲା । ଐଶ୍ୱର୍ଯ୍ୟା ରୁମ ଭିତରକୁ ଯିବା ମାତ୍ରେ ଏଭଳି ଦୃଶ୍ୟ ଦେଖିବା ପରେ କ୍ରୋଧରେ ଲାଲ ହୋଇଗଲେ।

ଅଭିଷେକ ଏପରି କରିବାର କାରଣ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ କହିଥିଲେ। ମାତ୍ର ଐଶ୍ୱର୍ଯ୍ୟା ରାଗି ଯାଇଥିଲେ। ଏପରିକି ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ବେଡ୍‌ରୁମରୁ ବାହାର କରି ଦେଇଥିଲେ। ଐଶ୍ୱର୍ଯ୍ୟାଙ୍କ କ୍ରୋଧ ହେତୁ ଅଭିଷେକଙ୍କୁ ଦୁଇ ରାତି ବେଡ୍‌ରୁମ୍‌ ବାହାରେ କାଟିବାକୁ ପଡ଼ିଲା। ପରେ ସବୁକିଛି ଠିକ୍‌ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ TMCର ‘ପୁଷ୍ପା’

କୋଲକାତା,୮।୬: ପଶ୍ଚିମବଙ୍ଗ ପୋଲିସ TMC ନେତା ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି। ‘ପୁଷ୍ପା’ ଚରିତ୍ର ସହିତ ନିଜକୁ ତୁଳନା କରିଥିବା ଖାନ ଶୁଭେନ୍ଦୁ ଅଧିକାରୀଙ୍କୁ ଭୟ କରି…

ଆହୁରି ୩ ଦିନ କଲବଲ କରିବ ଝଡବର୍ଷା, ଆଜି ଏହି ୭ଜିଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର,୮।୬: ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ…

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

IRGC କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ, କେନ୍ଦ୍ରୀୟ ଇରାନରେ ସାମରିକ ସ୍ଥାନଗୁଡ଼ିକୁ କଲା ଭୟଙ୍କର ଆକ୍ରମଣ

ଜେରୁଜେଲମ,୮।୬: ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାର ସମସ୍ତ ପ୍ରୟାସ ବିଫଳ ହୋଇଛି, ଏବଂ ଉଭୟ ପକ୍ଷରୁ ପୁଣି ଥରେ ତୀବ୍ର, ଦ୍ରୁତ ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ…

ପୁରୁଣା ଓ୍ବାରେଣ୍ଟିଙ୍କୁ ଧରିବାକୁ ଯାଇ ମଦଭାଟି ଠାବକଲା ପୋଲିସ

ରାଇକିଆ,୮ା୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୧୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଏ.ସ୍ବର୍ଣ୍ଣଲତା…

ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର, ସପ୍ତମ ଶ୍ରେଣୀ ପାଇଁ ସପ୍ତାହକୁ…

ଭୁବନେଶ୍ୱର,୮ା୬: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲରେ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନଇପି-୨୦୨୦ ଅନୁଯାୟୀ, ପାଠ୍ୟକ୍ରମ…

ବଜ୍ରପାତ ନେଉଛି ଜଣଙ୍କ ପରେ ଜଣଙ୍କ ଜୀବନ, ୧୦ ବର୍ଷରେ ଗଲାଣି…

ମହାକାଳପଡ଼ା, ୮ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନରେ ବିଗୁଡୁଛି ପରିବେଶ। ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଗ୍ରୀନ୍‌ଲାଣ୍ଡରୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବରଫ…

କଂଗ୍ରେସକୁ ବଡ଼ ଉପହାର ଦେଲେ ବିଜୟ, ହେଲେ DMK…

ନୂଆଦିଲ୍ଲୀ,୮।୬: TVK ତାମିଲନାଡୁରେ ଏହାର ପ୍ରଥମ ରାଜ୍ୟ ସଭା ଆସନ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛି। ଥାଲାପତି ବିଜୟଙ୍କ କଂଗ୍ରେସକୁ ଆସନ ଦେବାର ନିଷ୍ପତ୍ତି ପରେ, DMK…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri