Posted inଜାତୀୟ

ଗଣମାଧ୍ୟମରେ ବିଚାରପତି ନିଯୁକ୍ତି ରିପୋର୍ଟ: ସିଜେଆଇ କ୍ଷୁବ୍ଧ

ନୂଆଦିଲ୍ଲୀ, ୧୯।୮(ଆଇଏଏନ୍‌ଏସ୍‌): ସର୍ବୋଚ୍ଚ ଅଦାଲତରେ ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ ବୈଠକକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବାରୁ ଏଥିରେ ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଅବସର ଗ୍ରହଣ କରିଥିବା ସୁପ୍ରିମକୋର୍ଟ ବିଚାରପତି ନବୀନ ସିହ୍ନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଅବସରରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ପ୍ରସ୍ତାବ ଚୂଡ଼ାନ୍ତ ହେବା ପୂର୍ବରୁ କେତେକ ଗଣମାଧ୍ୟମରେ ଉକ୍ତ ପ୍ରକ୍ରିୟା ଅଟକି ରହିଥିବା ନେଇ ଖବର ପ୍ରକାଶ ପାଇଥିବାରୁ ଏହା ପ୍ରତିକୂଳ ପ୍ରଭାବ ପକାଉଛି। ଗଣମାଧ୍ୟମର ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ ଓ ଏହା ତାଙ୍କୁ ଦୁଃଖିତ କରିଛି ବୋଲି ସିଜେଆଇ କହିଥିଲେ। ବିଚାରପତି ନିଯୁକ୍ତି ପ୍ରକ୍ରିୟା ଏକ ସ୍ବଚ୍ଛ କାର୍ଯ୍ୟ ଏବଂ ଏଥିସହିତ ମର୍ଯ୍ୟାଦା ଜଡ଼ିତ। ଗଣମାଧ୍ୟମ ଏହାକୁ ବୁଝିବା ସହ ପ୍ରକ୍ରିୟାର ପବିତ୍ରତାକୁ ସ୍ବୀକୃତି ଦେବା ଆବଶ୍ୟକ। ଏକ ଅନୁଷ୍ଠାନ ଭାବରେ ଗଣମାଧ୍ୟମର ସ୍ବାଧୀନତା ଏବଂ ବ୍ୟକ୍ତି ଅଧିକାରକୁ ଆମେ ସବୁବେଳେ ସର୍ବୋଚ୍ଚ ସ୍ଥାନ ଦେଇ ଆସିଛୁ ବୋଲି ସିଜେଆଇ ରମନା କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କାନଝରୀ ଡ୍ୟାମରୁ ଛଡାଗଲା ପ୍ରଥମ ବନ୍ୟାଜଳ

କେନ୍ଦୁଝର,୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କାନଝରୀ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରୁ ଶୁକ୍ରବାର ସନ୍ଧ୍ୟା ସାଢେ ୬ଟାରେ ଗୋଟିଏ ଗେଟ୍‌ ଖୋଲାଯାଇ ଚଳିତ…

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

ଡାକ୍ତର ଆନ୍ଦୋଳନ: ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ

ଖଡ଼ିଆଳ,୪ା୭ (ସୁଜିତ କୁମାର ପ୍ରଧାନ)- ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଠିକ୍‌ ସମୟରେ ଚିକିତ୍ସା ନ ପାଇ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ…

କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟିକଲେ ବିଚାରପତି

ଝରିଗାଁ,୪ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ କୋର୍ଟ ପରିସରରେ ଶନିବାର ୭୭ତମ ବନ ମହୋତ୍ସବ ସପ୍ତାହ ଅବସରରେ ଝରିଗାଁ କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟି…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ବିଧାୟକଙ୍କ ନାଁରେ ଠକେଇ, ଥାନାରେ ଅଭିଯୋଗ…

ବାସୁଦେବପୁର,୪ା୭(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ତଥା ବିରୋଧି ଦଳର ଉପନେତା ଅଶୋକ କୁମାର ଦାସଙ୍କ ଫୋନ ନମ୍ବରକୁ ସାଇବର ଠକ ହ୍ୟାକ କରି…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri