ମନମୋହୁଛି ବାଲିଡ଼ିହା ଡ୍ୟାମ୍‌

ବାରିପଦା ଅଫିସ,୧୯।୮- ଋତୁ ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଭରପୁର ଥିବା ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁୁ ଆକର୍ଷିତ କରିଥାଏ। ବର୍ଷାଋତୁରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହୁଥିବା ଜିଲାର ଏକ ମନୋରମ ସ୍ଥାନ ହେଲା ବାରିପଦା ସହରଠାରୁ ୧୭ କି.ମି. ଦୂର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାଲିଡ଼ିହା ଡ୍ୟାମ୍‌। ଏଠାକାର ବିଶାଳ ଜଳାଶ୍ରୟରୁ ନିର୍ଗତ ଜଳରାଶିର ସୌନ୍ଦର୍ଯ୍ୟକୁ ନିଜ ମୋବାଇଲରେ ସାଇତି ରଖିବା ପାଇଁ ପ୍ରକୃତି ପ୍ରେମୀମାନେ ଭିଡ଼ ଜମାଉଛନ୍ତି। ସେଲ୍‌ଫି ଉଠାଇ ମଜା ନେଉଛନ୍ତି। ଜଳକ୍ରୀଡ଼ା, ସେଲ୍‌ଫିଜୋନ, ଆଲ୍‌ବମ ଓ ଫିଲ୍ମ ସୁଟିଂର ଆକର୍ଷଣ କେନ୍ଦ୍ର ପାଲଟିଛି ଏହି ଡ୍ୟାମ୍‌। ରାଜାରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ଏହି ଡ୍ୟାମ୍‌ ଅଞ୍ଚଳକୁ ଜିଲା ତଥା ପଡ଼ୋଶୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ବୁଲିବାକୁ ଆସିଥାନ୍ତି। ତେବେ ଡ୍ୟାମ୍‌ ପରିସରରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଶିମିଳିପାଳର ପାହାଡ଼ ଚିରି ବୋହିଯାଉଥିବା ପଳପଳା ନଦୀରେ ୧୯୧୨ରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ବାଲିଡିହା ଡ୍ୟାମ୍‌ ନିର୍ମାଣ କରାଯାଇଥିଲା। କାମ ବଦଳରେ ଲୋକଙ୍କୁ ଖାଦ୍ୟ ଏବଂ ଚାଷୀଙ୍କୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ବିଦେଶୀ ଇଞ୍ଜିନିୟରଙ୍କ ଡିଜାଇନରେ ଏହାର ପରିକଳ୍ପନା କରାଯାଇଥିଲା। ବର୍ଷା ଦିନର ସଂରକ୍ଷିତ ଜଳକୁ ନିୟନ୍ତ୍ରିତ କରି ଚାଷଜମିକୁ ଜଳସେଚନ କରିବାର ବ୍ୟବସ୍ଥା ହୋଇଥିଲା। ତେବେ ଏଠାକାର ବନ୍ଧ ପୋତି ହୋଇଯାଇଥିବାରୁ ବର୍ଷର ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଉଦ୍‌ବୃତ୍ତ ଜଳରାଶି ତଳକୁ ଥିବା ଥାକଥାକ ପାହାଚରେ ପଡ଼ି ବୋହିଯିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ଜଳରାଶିର ସ୍ରୋତ ପ୍ରଖର ନ ଥିବାରୁ ଛୋଟବଡ଼ ସମସ୍ତେ ଏହାର ମଜା ନେଇଥାନ୍ତି। ଶିମିଳିପାଳର ସବୁଜ ବନାନୀ ସାଙ୍ଗକୁ ବିଶାଳ ଜଳରାଶି ଓ ନୀଳ ଆକଶ ତଳେ ବୁଲିବାର ମଜା ଏଠାରେ ନିଆରା ା ଆକାଶରେ ବର୍ଷା ଉଠିଲେ ବାଲିଡ଼ିହା ଡ୍ୟାମକୁ ପ୍ରକୃତି ରାଣୀ ସୁନ୍ଦର ମୁକୁଟ ପିନ୍ଧାଇ ଦେଉଥିତ୍ବା ଦୃଶ୍ୟମାନ ହୁଏ ବୋଲି ଡ୍ୟାମ୍‌ ବୁଲିବାକୁ ଆସିଥିବା ସରସ୍ବତୀ ନାୟକ, ସୁଚେତା ମହାନ୍ତି ଓ ଆନନ୍ଦି ପାଣି କହିିଛନ୍ତି। ସେହିପରି ଅପରାହ୍ନରେ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲୀ କିରଣ ଜଳରାଶିରେ ପଡ଼ିବା ଦୃଶ୍ୟ ମନ ମୋହିଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା, ବସିବା ଓ ରହିବା ପାଇଁ ସ୍ଥାନ ଓ ପିଇବା ପାଣିର ଆବଶ୍ୟକତା ରହିଛି ବୋଲି ସରୋଜ ନାୟକ, ଡେଜି ବାରିକ, ପୂଜା ପଟ୍ଟନାୟକ, ରତ୍ନମଞ୍ଜରୀ ବଳା ପ୍ରମୁଖ ପର୍ଯ୍ୟଟକ କହିଛନ୍ତି। କେବଳ ବର୍ଷା ଦିନ ନୁହେଁ ବର୍ଷ ତମାମ ଯେପରି ପର୍ଯ୍ୟଟକମାନେ ଏଠାକୁ ଆକର୍ଷିତ ହୋଇ ଆସିବେ ସେଥିନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ମତପ୍ରକାଶ ପାଉଛି। ଡ୍ୟାମ୍‌ର ପୁନରୁଦ୍ଧାର ଓ ପରିବେଶ ସ୍ବଚ୍ଛ ରଖିବା ସହିତ ପାର୍କ ନିର୍ମାଣ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କଲେ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଗୁଣଗାନ କଲେ ଭାଜପା ବିଧାୟକ

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ):ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ଭାସ୍କର ମଢ଼େଇ ବିଜେଡିର ଗୁଣଗାନ କରି ଚର୍ଚ୍ଚାକୁ ଆସିଛନ୍ତି। ସୋମବାର ନୂଆସାହିସ୍ଥିତ କପ୍ତିପଦା...

ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା: ଅଭିଯୁକ୍ତ ବାପ-ପୁଅ ଧରାପଡ଼ିଲେ

ରାଇରଙ୍ଗପୁର,୨୬।୧୧(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ରମା ପାହାଡି ଗ୍ରାମର ତପୋଇ ନାମ୍ନୀ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ କରି ପୋଲିସ ୪...

୩ ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ରାଇରଙ୍ଗପୁର (ମାନସ ମହାନ୍ତି),୨୨।୧୧:ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଇରଙ୍ଗପୁର ଉପଖଣ୍ଡ...

ଦନ୍ତାକୁ ମାରି ଦାନ୍ତ କାଢ଼ିନେଲେ

ବାରିପଦା, ୨୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ କୋର୍‌ ଅଞ୍ଚଳରେ ଶିକାରୀମାନେ ବିଷବୋଳା ତୀର ବିଦ୍ଧ କରି ଏକ ଦନ୍ତାହାତୀକୁ ମାରିବା ପରେ...

ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ବାମୀ, ଖସି ପଳାଇଲା ବେଳେ ଧରିପକାଇଲେ ଗ୍ରାମବାସୀ

ମୋରଡା,୨୧।୧୨(ସ୍ମାରକ ମାଜୀ): ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ଅଧୀନ ନାଳଗଜା ଗ୍ରାମରେ...

ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି

ବାରିପଦା,୨୧ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ବାରିପଦା ଶହୀଦ ସ୍ମୃତି ଭବନରୁ ସର୍କିଟ ହାଉସ ଯିବା ସମୟରେ ଭଞ୍ଜପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଟରେ ଅଟକି ରହିଥିଲେ। ତାଙ୍କ...

ପ୍ରୋଟକଲ ଭାଙ୍ଗି ପିଲାଙ୍କୁ ଭେଟିଲେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଶହୀଦ ସ୍ମୃତି ଭବନରୁ ସର୍କିଟ ହାଉସ ଯିବା ସମୟରେ ଭଞ୍ଜପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଟରେ ଅଟକି ରହିଥିଲେ। ତାଙ୍କ...

ମୋ ଝିଅକୁ ଜ୍ୱାଇଁ, ଶାଶୁ , ଶ୍ୱଶୁର ଜୀବନ୍ତ ପୋଡ଼ି ମାରିଦେଲେ

ବଡ଼ସାହି,୨୦ା୧୧(ଦୀପକ ବୁଗୁଡ଼େଇ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ପଞ୍ଚାୟତ ଚାଉଳିଆ ଷୋଳ ଗ୍ରାମସ୍ଥିତ ଏକ ଘର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri