Home Left

କିରାଣିଙ୍କ ଘରୁ ୮ କିଲୋ ସୁନା, ୨.୧୭ କୋଟି ଟଙ୍କା ଜବତ

ଭୋପାଳ, ୩୦।୫ : ଏକ ଲାଞ୍ଚ ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଜଣେ ସରକାରୀ କିରାଣିଙ୍କ ଘରେ ଚଢ଼ାଉ କରି ୨.୧୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ୮ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରିଛି। ଏଥିସହିତ ସେଠାରୁ…

ଆଜମ୍‌ ଖାନ୍‌ ଗୁରୁତର

ଲକ୍ଷ୍ନୌ, ୩୦।୫ : ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ଅକ୍ସିଜେନ୍‌ ସପୋର୍ଟରେ ରହିଥିବା ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଛି। କରୋନାରେ ଆକ୍ରାନ୍ତ ଥିବା ଆଜମ୍‌ଙ୍କୁ ସୀତାପୁର ଜେଲ୍‌ରୁ ଗତ ୯ ତାରିଖରେ ମେଦାନ୍ତ…

ଲାଭା ଉଦ୍‌ଗିରଣ ଆଶଙ୍କା: ୪ ଲକ୍ଷଙ୍କୁ ସ୍ଥାନାନ୍ତର

କିନ୍‌ଶାସା, ୩୦ା୫: ଆଗ୍ନେୟ ଉଦ୍‌ଗିରଣ ଆଶଙ୍କାରେ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (ଡିଆର୍‌ସି)ର ଗୋମାରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନାଇରାଗୋଙ୍ଗୋ ଆଗ୍ନେୟଗିରି ଉଦ୍‌ଗିରଣ ହେବାର ସମ୍ଭାବନା ଥିବାରୁ ଉତ୍ତର କିଭୁ ପ୍ରଦେଶର ମିଲିଟାରୀ ଗଭର୍ନର ଜେନେରାଲ…

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଧନିଆ ପତ୍ର

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ…

ସେନାରେ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

୨୦୧୯ ଫେବୃୟାରୀ ୧୪ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲଙ୍କ ସ୍ତ୍ରୀ ନିକିତା କୌଲ ଶନିବାର ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ନିକିତା ୧୧ ମାସ ଧରି ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ତାଙ୍କ…

ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମାମଲା

ହିନ୍ଦୀ କମେଡି ସିରିଏଲ ‘ତାରକ୍‌ ମେହତା କା ଉଲ୍‌ଟା ଚଷ୍‌ମା’ରେ ବବିତା ଚରିତ୍ରରେ ଅଭିନୟ କରୁଥିବା ମୁନ୍‌ମୁନ୍‌ ଦତ୍ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ମୁନ୍‌ମୁନ୍‌ ଏକ ସମ୍ପ୍ରଦାୟ ବିରୋଧରେ ଜାତିଆଣ ମନ୍ତବ୍ୟ ଦେବା ନେଇ ଅଭିଯୋଗ ହୋଇଥିଲା।…

କୋଭିଡ୍‌ ମୃତକଙ୍କ ପରିବାରକୁ ପେନ୍‌ସନ

ନୂଆଦିଲ୍ଲୀ, ୩୦ା୫: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଫାମିଲି ପେନ୍‌ସନ୍‌ ଦିଆଯିବ ବୋଲି ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ବ୍ୟତୀତ କର୍ମଚାରୀଙ୍କ ଜମା ସଂଯୁକ୍ତ ବୀମା(ଇଡିଏଲ୍‌ଆଇ) ଯୋଜନାରେ ବୀମା ରାଶିକୁ ବୃଦ୍ଧି କରାଯାଇ ଏହାର ପ୍ରକ୍ରିୟାକୁ…

ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା

ଓ୍ବାଶିଂଟନ୍‌, ୩୦ା୫: ସାନ୍‌ଫ୍ରାନ୍ସିସ୍‌କୋ ଏସିଆନ୍‌ ଆର୍ଟ ମ୍ୟୁଜିୟମ୍‌ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ ବେଆଇନ ଭାବେ ଏହାକୁ ଥାଇଲାଣ୍ଡରୁ ଅଣାଯାଇଥିଲା। ଏହି ଷ୍ଟୋନ୍‌ ଲିଣ୍ଟେଲ୍‌ସକୁ ଆମେରିକା ମ୍ୟୁଜିୟମ୍‌ରେ ରଖାଯାଇଥିଲା।…

ଜାଣନ୍ତି ଅମିତାଭଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ବିଗ୍‌-ବି ଅମିତାଭ ବଚ୍ଚନ ମୁମ୍ବାଇ ବ୍ୟତୀତ ବିଦେଶରେ ଅନେକ ସମ୍ପତ୍ତିର ମାଲିକ ଅଟନ୍ତି। ଅମିତାଭ ମୁମ୍ବାଇରେ ୩୧ କୋଟି ଟଙ୍କାରେ ୫୭୦୪ ବର୍ଗଫୁଟ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ସମ୍ପତ୍ତି ହେଉଛି ୩୪ ମହଲା ବିିଲ୍ଡିଂର ୨୭…

‘ବିଗ୍‌ବସ୍‌’ ଜିତିଥିଲେ, ହେଲେ ପ୍ରେମରେ ହାରିଯାଇଥିଲେ ସିଦ୍ଧାର୍ଥ ଶୁକ୍ଲା; ଯନ୍ତ୍ରଣା ନେଇ କହିଲେ..

‘ବିଗ୍‌ବସ୍‌’ ଶୋ ଜିତିବା ପରେ ସିଦ୍ଧାର୍ଥ ଶୁକ୍ଲା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ସହ ପ୍ରତିଯୋଗୀ ଶାହନାଜଙ୍କ କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଶୋ ପରେ ଏହି ଯୋଡି ଚର୍ଚ୍ଚାରେ ରହିଥିଲେ। ସିଦ୍ଧାର୍ଥ ଅନେକ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି। ବର୍ତ୍ତମାନ…

୫୦ ଫୁଟ ତଳକୁ ଖସିଲା ୧୦୨ ଆମ୍ବୁଲାନ୍ସ

କପ୍ତିପଦା/ଠାକୁରମୁଣ୍ଡା,୨୯ା୫: ମୟୂରଭଞ୍ଜ ଜିଲା କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ଶରତ ୩ ନମ୍ବର ଘାଟିରେ ଶନିବାର ଏକ ୧୦୨ ଆମ୍ବୁୁଲାନ୍ସ ୫୦ ଫୁଟ ତଳକୁ ଖସି ପଡ଼ିଛି। ସେଥିରେ କେହି ରୋଗୀ ନ ଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍ସଟି ଠାକୁରମୁଣ୍ଡା…

ଡାକ୍ତରଖାନାରେ ମୃତଦେହ ପକାଇ ଖସିଗଲେ ଦୁର୍ବୃତ୍ତ

ବରଗଡ଼ ଅଫିସ୍‌,୨୯।୫: ବରଗଡ଼ ସଦର ଥାନା ଅଧୀନ ପଥର୍ଲା ଛକ ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପରେ ଦୁର୍ବୃତ୍ତମାନେ ମୃତଦେହକୁ ବରଗଡ଼ ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri