Posted inଫୁରସତ

ଝିଅଙ୍କ ଅଧିକାର, ଅଗ୍ରଗତି ଗୁରୁତ୍ୱପୂର୍ଣ୍ଣ

ଏବେ ସବୁ କ୍ଷେତ୍ରରେ ବାଳିକାମାନେ ଆଗୁଆ। ଜୀବନର ସମସ୍ତ ଆହ୍ବାନକୁ ସେମାନେ ସହଜରେ ଗ୍ରହଣ କରିବାକୁ ସକ୍ଷମ। ଭବିଷ୍ୟତରେ ବଡ଼ ହୋଇ ପରିବାର ସମ୍ଭାଳିବାଠାରୁ ଆରମ୍ଭ କରି ଦେଶର ନେତୃତ୍ୱ, ଦେଶରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପ୍ରତିପାଦନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ବେଶ୍‌ ସଜାଗ। ଆଜିର ବାଳିକା କାଲିର ମହିଳା ହୋଇ ନିଜର ଦାୟିତ୍ୱବୋଧ ଠିକ୍‌ ଭାବେ ତୁଲାଇବାକୁ ପ୍ରତିଶ୍ରୁତିବଦ୍ଧ। ତେବେ ପୃଥିବୀର କେତେକ ଦେଶରେ ଏବେ ମଧ୍ୟ ଲିଙ୍ଗଗତ ସମାନତା ଆସିନି। ତେଣୁ ବାଳିକାଙ୍କ ବିକାଶ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୧ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଉଛି। ଲିଙ୍ଗଗତ ସମାନତା ଆଣିବା ପାଇଁ ମିଳିତ ଜାତିସଂଘ ଦ୍ୱାରା ରଣନୀତି ପ୍ରସ୍ତୁତ କରାଯାଇଥିଲା। ବାଳିକାମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ପାଇଁ ଠିକ୍‌ ଢାଞ୍ଚା ପ୍ରସ୍ତୁତି ଉପରେ ଏକ ବ୍ଲୁ ପ୍ରିଣ୍ଟ ପ୍ରଥମେ ୧୯୯୫ରେ ଚାଇନା ବେଜିଂର ମହିଳା ସମ୍ମିଳନୀରେ ଆରମ୍ଭ ହୋଇଥିଲା। ଜାତିସଂଘ ପକ୍ଷରୁ ସ୍ଥିରୀକୃତ ହୋଇଥିବା ପ୍ଲାଟଫର୍ମ ଫର ଆକ୍ସନ ଘୋଷଣାନାମାକୁ ଉପସ୍ଥିତ ସମସ୍ତ ସଦସ୍ୟ ଦେଶ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲେ। ଏହା କେବଳ ମହିଳା ନୁହେଁ ବାଳିକାମାନଙ୍କର ଅଧିକାରକୁ ଅଗ୍ରଗତି କରିବା ପାଇଁ ସବୁଠୁ ପ୍ରଗତିଶୀଳ ବ୍ଲୁ ପ୍ରିଣ୍ଟ ଭାବରେ ପରିଗଣିତ ହୋଇଥିଲା। ଏହାପରେ, ୨୦୧୧ ଡିସେମ୍ବର ୧୮ରେ, ଜାତିସଂଘର ସାଧାରଣ ସଭାରେ ଅକ୍ଟୋବର ୧୧କୁ ଅନ୍ତର୍ଜାତୀୟ ବାଳିକା ଦିବସ ଭାବରେ ଘୋଷଣା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିତ୍ଲା। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୧କୁ ଅନ୍ତର୍ଜାତୀୟ ବାଳିକା ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ଅବସରରେ ବାଳିକାଙ୍କର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ଉପରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ସ୍ତ୍ରୀ ଫେରିଆସିବ ବୋଲି ନରବଳି ଦେଇଥିଲେ ଶତ୍ରୁଘ୍ନ: ସନ୍ତୋଷଙ୍କ ଗଣ୍ଡିମୁଣ୍ଡ ଅଲଗା କରିବା ପରେ ଘଟିଲା…

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର):ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ ସମ୍ମୁଖରେ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଜେପି ମୁଖପାତ୍ର

ନୂଆଦିଲ୍ଲୀ, ୨୨।୮: ନିଜର ବାସଭୂମି ଠିକଣା ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରାଯିବା ପ୍ରସଙ୍ଗରେ ଡାହାଣପନ୍ଥୀ ମନ୍ତବ୍ୟକାରୀ ଅଭିଜିତ ଆୟର ମିତ୍ର ଏବଂ ଅନେକ…

ସ୍ବାସ୍ଥ୍ୟ ସମସ୍ୟା ଥିଲେ ଗର୍ଭପାତ ଆଶଙ୍କା ୨୦% ଅଧିକ

ନୂଆଦିଲ୍ଲୀ, ୨୨।୮: ଏକାଧିକ ଦୀର୍ଘକାଳୀନ ଶାରୀରିକ ବା ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଗର୍ଭଧାରଣ ଆରମ୍ଭ କରିବା ଦ୍ୱାରା ଗର୍ଭପାତ ହୋବର ଆଶଙ୍କା ୨୦ପ୍ରତିଶତ ଏବଂ ପ୍ରବଳ…

କଡ଼ା ଜବାବ ଦେବୁ: ଇରାନ

ତେହେରାନ, ୨୨।୮: ଇରାନର ନେତୃତ୍ୱକୁ କ୍ଷତବିକ୍ଷତ କରିବା ପାଇଁ ଆମେରିକା ଇତିହାସର ସବୁଠାରୁ କଠୋର ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିବା ପରେ, ଇରାନ ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri