Posted inଫୁରସତ

ଝିଅଙ୍କ ଅଧିକାର, ଅଗ୍ରଗତି ଗୁରୁତ୍ୱପୂର୍ଣ୍ଣ

ଏବେ ସବୁ କ୍ଷେତ୍ରରେ ବାଳିକାମାନେ ଆଗୁଆ। ଜୀବନର ସମସ୍ତ ଆହ୍ବାନକୁ ସେମାନେ ସହଜରେ ଗ୍ରହଣ କରିବାକୁ ସକ୍ଷମ। ଭବିଷ୍ୟତରେ ବଡ଼ ହୋଇ ପରିବାର ସମ୍ଭାଳିବାଠାରୁ ଆରମ୍ଭ କରି ଦେଶର ନେତୃତ୍ୱ, ଦେଶରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପ୍ରତିପାଦନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ବେଶ୍‌ ସଜାଗ। ଆଜିର ବାଳିକା କାଲିର ମହିଳା ହୋଇ ନିଜର ଦାୟିତ୍ୱବୋଧ ଠିକ୍‌ ଭାବେ ତୁଲାଇବାକୁ ପ୍ରତିଶ୍ରୁତିବଦ୍ଧ। ତେବେ ପୃଥିବୀର କେତେକ ଦେଶରେ ଏବେ ମଧ୍ୟ ଲିଙ୍ଗଗତ ସମାନତା ଆସିନି। ତେଣୁ ବାଳିକାଙ୍କ ବିକାଶ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୧ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଉଛି। ଲିଙ୍ଗଗତ ସମାନତା ଆଣିବା ପାଇଁ ମିଳିତ ଜାତିସଂଘ ଦ୍ୱାରା ରଣନୀତି ପ୍ରସ୍ତୁତ କରାଯାଇଥିଲା। ବାଳିକାମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ପାଇଁ ଠିକ୍‌ ଢାଞ୍ଚା ପ୍ରସ୍ତୁତି ଉପରେ ଏକ ବ୍ଲୁ ପ୍ରିଣ୍ଟ ପ୍ରଥମେ ୧୯୯୫ରେ ଚାଇନା ବେଜିଂର ମହିଳା ସମ୍ମିଳନୀରେ ଆରମ୍ଭ ହୋଇଥିଲା। ଜାତିସଂଘ ପକ୍ଷରୁ ସ୍ଥିରୀକୃତ ହୋଇଥିବା ପ୍ଲାଟଫର୍ମ ଫର ଆକ୍ସନ ଘୋଷଣାନାମାକୁ ଉପସ୍ଥିତ ସମସ୍ତ ସଦସ୍ୟ ଦେଶ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲେ। ଏହା କେବଳ ମହିଳା ନୁହେଁ ବାଳିକାମାନଙ୍କର ଅଧିକାରକୁ ଅଗ୍ରଗତି କରିବା ପାଇଁ ସବୁଠୁ ପ୍ରଗତିଶୀଳ ବ୍ଲୁ ପ୍ରିଣ୍ଟ ଭାବରେ ପରିଗଣିତ ହୋଇଥିଲା। ଏହାପରେ, ୨୦୧୧ ଡିସେମ୍ବର ୧୮ରେ, ଜାତିସଂଘର ସାଧାରଣ ସଭାରେ ଅକ୍ଟୋବର ୧୧କୁ ଅନ୍ତର୍ଜାତୀୟ ବାଳିକା ଦିବସ ଭାବରେ ଘୋଷଣା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିତ୍ଲା। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୧କୁ ଅନ୍ତର୍ଜାତୀୟ ବାଳିକା ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ଅବସରରେ ବାଳିକାଙ୍କର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ ଉପରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri