ପୁଣି ପେଟ୍ରୋଲ ୩୦, ଡିଜେଲ ୩୮ପଇସା ବଢ଼ିଲା

ଭୁବନେଶ୍ୱର/ ନୂଆଦିଲ୍ଲୀ,୧୧।୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୮ ପଇସା ଏବଂ ପେଟ୍ରୋଲ ୩୦ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୧୦୧.୨୩ ଟଙ୍କା ଏବଂ ପେଟ୍ରୋଲ୧୦୫.୦୫ ଟଙ୍କାରେ ବିକ୍ରି ହେଉଛି। କିଛି ମାସର ବିରତି ପରେ ଗତ ୨୪ ସେପ୍ଟେମ୍ବରରୁ ତୈଳ ଦର ବଢ଼ିବା ଆରମ୍ଭ କରି ୧୧ଥରରେ ପେଟ୍ରୋଲ ୩.୦୧ ଟଙ୍କା ଏବଂ ୧୪ ଥରରେ ଡିଜେଲ ୪.୬୨ ଟଙ୍କା ବଢ଼ିଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ମତବ୍ୟକ୍ତ କରିଛନ୍ତି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୧୦୧.୫୭ ଟଙ୍କା ଓ ପେଟ୍ରୋଲ ୧୦୫.୪୦ ଟଙ୍କାରେ ପହଞ୍ଚତ୍ଛି। ରାଜ୍ୟର ମାଲକାନଗିରିରେ ସର୍ବାଧିକ ପେଟ୍ରୋଲ ଲିଟର ପିଛା ୧୧୦.୬୪ ଟଙ୍କା ଥିବାବେଳେ ଡିଜେଲ ୧୦୬.୬୪ ଟଙ୍କା ଏବଂ ସବର୍ର୍ନିମ୍ନ ମୂଲ୍ୟ ଜଗତ୍‌ସିଂହପୁରରେ ପେଟ୍ରୋଲ ୧୦୪.୫୭ ଟଙ୍କା ଓ ଡିଜେଲ ୧୦୦.୭୪ଟଙ୍କାରେ ପହଞ୍ଚତ୍ଛି ବୋଲି ଆସୋସିଏଶନ ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୫ ପଇସା ଏବଂ ପେଟ୍ରୋଲ ୩୦ ପଇସା ବଢ଼ିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୨.୮୨ ଟଙ୍କା ଏବଂ ପେଟ୍ରୋଲ ୧୦୧.୧୪ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ୩ ଟଙ୍କା ଏବଂ ଡିଜେଲ ୪.୨୦ ଟଙ୍କା ବଢ଼ିଲାଣି ବୋଲି ତୈଳ ନିଗମ ସୂଚନା ଦେଇଛି।
ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୩୩ରୁ ୩୭ ପଇସା ବଢ଼ି ଯଥାକ୍ରମ ୯୭.୨୬ ଟଙ୍କା, ୯୫.୯୩ ଟଙ୍କା ଏବଂ ୧୦୦.୬୬ ଟଙ୍କାରେ ପହଞ୍ଚତ୍ଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୬ରୁ ୨୯ ପଇସା ବୃଦ୍ଧି ଘଟି ଯଥାକ୍ରମେ ୧୦୧.୫୩ ଟଙ୍କା, ୧୦୪.୮୦ ଟଙ୍କା ଏବଂ ୧୧୦.୧୨ ଟଙ୍କାରେ ରହିଛି।
ଅପରପକ୍ଷରେ ଦେଶର ସର୍ବାଧିକ ତୈଳ ଦର ରାଜସ୍ଥାନ (ଗଙ୍ଗାନଗର)ରେ ପେଟ୍ରୋଲ ୧୧୬.୦୮ ଟଙ୍କା ଏବଂ ଡିଜେଲ ୧୦୬.୭୭ଟଙ୍କାରେ କାରବାର ହେଉଛି।
ଗତ କିଛିଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ହ୍ରାସ ପାଉଥିଲା ହେଲେ କୌଣସି କାରଣବଶତଃ ହଠାତ୍‌ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି; ଯାହାର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁଛି ବୋଲି ତୈଳ ଆମଦାନୀକାରୀ କମ୍ପାନୀଗୁଡ଼ିକ କହିଛନ୍ତି। ଅନ୍ୟପଟରେ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବର୍ଦ୍ଧିତ ତୈଳ ଶୁଳ୍କ ମଧ୍ୟ ଅନେକାଂଶରେ ତେଲ ଦର ଉଚ୍ଚା ରହିବାର ପ୍ରମୁଖ କାରଣ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁ ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି, ଫଳରେ ସାଧାରଣ ଖାଉଟି ଅତିରିକ୍ତ ଆର୍ଥିକ ବୋଝର ଶିକାର ହେଉଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?