Posted inଖେଳ

ଏତିକି ଟଙ୍କାରେ ବିକ୍ରି ହେଲା ଭାରତ ପ୍ରଥମ ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୧।୧୧: ବିଶ୍ୱର ପ୍ରଥମ ଅଗମେଣ୍ଟେଡ ରିଅଲିଟି କ୍ରିକେଟ ଏନଏଫ୍‌ଟି ପ୍ଲାଟଫର୍ମ – କ୍ରିକ ଫ୍ଲିକ୍ସ ଜୋରରଦାର ଢଙ୍ଗରେ ଆରମ୍ଭ ହୋଇଛି। ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ସମୁଦାୟ ୧,୮୫,୦୦ ଡଲାର (୧.୩୮ କୋଟି ଟଙ୍କା) ରୋଜଗାର କରାଯାଇଥିଲା। ଭାରତର ପ୍ରଥମ ବିଶ୍ୱକପ ଟ୍ରଫି କେବଳ ୧,୧୦,୦୦୦ ଡଲାରଅର୍ଥାତ୍‌ ପ୍ରାୟ ୯୨ ଲକ୍ଷ ଟଙ୍କାରେ ଜିତିଥିଲା। ଭାରତର ୧୯୮୩ ବିଶ୍ୱକପ ଟ୍ରଫିକୁ ଏହସାନ ମୋରାଭେଜ ନାମକ ଜଣେ ବ୍ୟକ୍ତି କିଣିଚନ୍ତି। ଏହି ଟ୍ରଫି ରୂପାରେ ନିର୍ମିତ। ଏହାସହ ହୀରା ବ୍ୟତୀତ ଅନେକ ମୂଲ୍ୟବାନ ପଥର ମଧ୍ୟ ଏଥିରେ ଲଗାଯାଇଛି। ଏହା ବ୍ୟତୀତ ୧୯୮୩ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଖେଳାଳିଙ୍କ ଦ୍ୱାରା ସ୍ବାକ୍ଷରିତ ଟି-ଶର୍ଟ ମଧ୍ୟ ୫ ହଜାର ଡଲାରରେ ବିକ୍ରି ହୋଇଛି।
ଏଥିସହିତ ଟେଷ୍ଟରେ ସର୍ବାଧିକ ଉଇକେଟ ନେଇଥିବା ଶ୍ରୀଲଙ୍କାର ଅଫ ସ୍ପିନର ମୁଥିୟା ମୁରଲୀଧରନଙ୍କ ବଲ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା। ଯାହା ଦାହମ ଆରଗାଲା ନାମକ ଜଣେ ବ୍ୟକ୍ତି ଏହି ବଲ୍‌କୁ ୪୦ ହଜାର ଡଲାର (୩୦ ଲକ୍ଷ ଟଙ୍କା) ରେ କିଣିଥିଲେ। ୨୦୧୬ ରେ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳର ଏକ ବ୍ୟାଟ ମଧ୍ୟ ଏହି ନିଲାମରେ ବିକ୍ରି ହୋଇଛି। ଏହି ବ୍ୟାଟ କାରିବିଆନ ଦଳର ଖେଳାଳିଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri