Home Left

କୋଭିଡ୍‌ ଅନାଥଙ୍କ ପାଇଁ ଯୋଜନା କ’ଣ

ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ ଯୋଜନା ଗଢ଼ିଛନ୍ତି ତାହା ଜାଣିବା ପାଇଁ ଚାହିଁଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ…

ସଂକ୍ରମଣ ମାତ୍ରା କମାଏ ଭିଟାମିନ୍‌ ଡି

ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍‌ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏନ୍‌ଆଇଏମ୍‌ଏସ୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷକରି ଶ୍ୱାସକ୍ରିୟାଜନିତ…

ଅରୁଣ ମିଶ୍ର ହେବେ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ

ନୂଆଦିଲ୍ଲୀ,୨ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଦେଶର ପରବର୍ତ୍ତୀ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅଧ୍ୟକ୍ଷ ନିଯୁକ୍ତ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଚୟନ କମିଟି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ…

ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୦ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୩୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୦ ମୃତକଙ୍କ ମଧ୍ୟରୁ ଅନୁଗୋଳ, କଟକ, କଳାହାଣ୍ଡି…

ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୨ା୬: କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୫୪ ଦିନରେ ଏହି ସଂଖ୍ୟା ସର୍ବନିମ୍ନ। ଦୈନିକ ସଂକ୍ରମଣ…

ରାଜ୍ୟରେ ଆଜି ୮,୩୯୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩୬୫୮ଟି…

ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା

ନୂଆଦିଲ୍ଲୀ,୨ା୬: କୋଭିଡ୍‌-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଅପ୍‌ଡେଟ୍‌ ନ ଆସିବା ପର୍ଯ୍ୟନ୍ତ ଭାକ୍ସିନଗୁଡ଼ିକୁ ମିଶାଇବା ଏକ ପ୍ରୋଟୋକଲ…

ଘରର ଏସବୁ ସ୍ଥାନରେ ରଖନ୍ତୁ ଦର୍ପଣ: କେବେ ବି ହେବେନି ଦରିଦ୍ର

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତି ସର୍ବଦା ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଗତି କରିଥାଏ। ଦର୍ପଣକୁ…

ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍‌ ଜିମ୍‌ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ନୟାଗଡ଼ ଜିଲା ରଣପୁର ଅନ୍ଧାଳୁଆ ଗ୍ରାମର ରଞ୍ଜିତ ନାୟକ (୨୨)।…

ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍‌ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ବିଏମ୍‌ସି ପକ୍ଷରୁ ୟୁନିଟ-୩ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘାଟିକିଆ ସହରାଞ୍ଚଳ ପ୍ରାଥମିକ…

ଠକିଲେ ୧.୪୦ କୋଟି, ମିଳିଲା ୧୨ ଲକ୍ଷ

ଭୁବନେଶ୍ୱର,୨।୬(ବ୍ୟୁରୋ):ରାଜ୍ୟରେ ଅନ୍‌ଲାଇନ କାରବାର ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ ସାଇବର ଠକମାନେ ଗତ ମେ ମାସରେ ରାଜ୍ୟରେ ୧କୋଟି ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଥିମଧ୍ୟରୁ ୧୨ ଲକ୍ଷ ଟଙ୍କା ଫେରସ୍ତ ଆଣିବାରେ ପୋଲିସ ସଫଳ ହୋଇଛି। ମଙ୍ଗଳବାର…

ଓଏଏସ୍‌ ସ୍ତରରେ ଅଦଳବଦଳ:ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର, ୨।୬(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri