Posted inଖେଳ

ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୧୦: ଆଇପିଏଲରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ଉଚିତ ନା ତାଙ୍କୁ ବାଦ୍‌ ଦିଆଯିବା ଦରକାର, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଲରାଉଣ୍ଡର ଆଇପିଏଲର ଦ୍ୱିତୀୟ ଫେଜରେ ବୋଲିଂ କରି ନ ଥିଲେ। ଏଥି ଯୋଗୁ ତାଙ୍କୁ ବିଶ୍ୱକପ୍‌ ଦଳରୁ ବାଦ୍‌ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ ଓପନର ତଥା ଭାଷ୍ୟକାର ଆକାଶ ଚୋପ୍ରା।

“ଯଦି ୨୮ ବର୍ଷୀୟ ହାର୍ଦ୍ଦିକ ବୋଲିଂ କରିପାରିବେ ନାହିଁ, ତେବେ ବିଶ୍ୱକପ୍‌ ଦଳରେ ତାଙ୍କୁ ସ୍ଥାନ ମିଳିବାର ସମ୍ବାବନା କ୍ଷୀଣ। କାରଣ ୟୁଏଇରେ ଟିମ୍‌ ଇଣ୍ଡିଆକୁ ଏକ ଅତିରିକ୍ତ ପେସର ଦରକାର। ମାତ୍ର ବୋଲିଂ କରିବା ପାଇଁ ହାର୍ଦ୍ଦିକ ଉପଲବ୍ଧ ନାହାନ୍ତି। ୧୫ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳିବା ଉଚିତ୍‌ କି ନୁହେଁ ତାହା ଉପରେ ଚର୍ଚ୍ଚା ହେଉଛି। ଏହି ଗୁଜବ ଏବେ ଜୋରଦାର ଚାଲିଛି” ବୋଲି ଚୋପ୍ରା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।

ହାର୍ଦ୍ଦିକ ବୋଲିଂ କରିବେ। ଏହା ଚିନ୍ତା କରି ଚୟନକର୍ତ୍ତାମାନେ ତାଙ୍କୁ ଦଳରେ ବାଛିଥିଲେ। ଏଣୁ ସେମାନେ ଦଳରେ ଯାଗା ଦେଇଥିଲେ ମାତ୍ର ୩ ପେସରଙ୍କୁ। ହାର୍ଦ୍ଦିକଙ୍କୁ ଚତୁର୍ଥ ପେସର ଭାବେ ବ୍ୟବହାର କରାଯିବାର ଯୋଜନା ଥିଲ। କିନ୍ତୁ ଏପର୍ଯ୍ୟନ୍ତ ହାର୍ଦ୍ଦିକ ଥରେ ହେଲେ ବୋଲିଂ କରି ନାହାନ୍ତି। ଏ କଥା ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି। ଏହା ଛଡ଼ା ତାଙ୍କ ବ୍ୟାଟିଂ ଫର୍ମ ମଧ୍ୟ ଭଲ ନୁହେଁ। ଏଣୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇପାରେ। ବିଶ୍ୱକପ୍‌ ଦଳରେ ପରିବର୍ତ୍ତନ କରିବା ପାଇଁ ଲାଗି ୧୫ ତାରିଖ ପର୍ଯ୍ୟନ୍ତ ସମୟ ଅଛି। ଏହା ହାର୍ଦ୍ଦିକ ପାଇଁ ଦୁଃଖଦାୟକ। କିନ୍ତୁ ଏହା ଘଟିପାରେ ବୋଲି ଆକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନାଡ଼ା ବୋଲର ସସ୍‌ପେଣ୍ଡ

ଦୁବାଇ, ୩୧ା୧ (ପି.ଟି.)-କାନାଡ଼ା ବୋଲର ରକିବ୍‌ ଶାମସୁଦ୍ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍‌ପେଣ୍ଡ ହୋଇଛନ୍ତି। ଏହି ସ୍ପିନ ବୋଲରଙ୍କ ବୋଲିଂ ଆକ୍ସନ ଅବୈଧ ଥିବା ଚଳିତ ୧୯...

ଭାରତକୁ ଲାଗିଲା ବଡ଼ ଝଟ୍‌କା

ଢାକା,୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୧ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ...

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ...

ସ୍ମ୍ରିତି ମନ୍ଧାନାଙ୍କ ପ୍ରଥମ ପସନ୍ଦ ଟେଷ୍ଟ କ୍ରିକେଟ; ଆଣ୍ଡରସନଙ୍କ ସହ କୋହଲିଙ୍କ କଥା କଟାକଟିକୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୨୫।୮: ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଓପନର ସ୍ମ୍ରିତି ମନ୍ଧାନା ନିଜ ଖେଳ ସହ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିପାଇଁ ତାଙ୍କୁ ‘ନ୍ୟାଶନାଲ କ୍ରସ୍‌’...

ବଡ଼ ଇନିଂସ ନ ହେଲେ ବି ଗୋଟିଏ ଛକା ମାରି ରେକର୍ଡ କଲେ ଭାରତୀୟ ଅଧିନାୟକ

ମୋହାଲି,୨୦।୯: ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାର ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛି ଭାରତ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବଡ଼ ଇନିଂସ...

ଅର୍ଜୁନ ମୁଣ୍ଡା ଆର୍ଚେରୀ ଆସୋସିଏଶନ ସଭାପତି

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶନିବାର ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ...

ଭାଇରାଲ ହେଉଛି ବୀରେନ୍ଦ୍ର ସେହ୍ବାଗଙ୍କ ଭିଡିଓ

ସାଧାରଣତଃ ଜେସିବି ମେଶିନ୍‌ ବହୁତ ଓଜନିଆ ହୋଇଥାଏ। ବଡ ବଡ କୋଠା ଭାଙ୍ଗିବା, ରାସ୍ତା ଖୋଳିବା ଭଳି କାର୍ଯ୍ୟରେ ଏହି ମେଶିନ୍‌ ବ୍ୟବହୃତ ହୋଇଥାଏ। ଭାରତୀୟ...

ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଈଶାନ୍ତ, କହିଲେ-‘ଏହି ଅଭିଶାପକୁ ଆଶୀର୍ବାଦ ଭଳି ଗ୍ରହଣ କରିଛି’..

ନୂଆଦିଲ୍ଲୀ,୨୪ା୨: ଭାରତ-ଇଲଂଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ କ୍ରିକେଟର ଇଶାନ୍ତ ଶର୍ମାଙ୍କ କ୍ୟାରିୟରର ୧୦୦ତମ ମୁକାବିଲା ହେବ। କୌଣସି ଖେଳାଳି ପାଇଁ ଏହା...

Advertisement
Archives

Model This Week