ସନ୍ୟାସ ନିଅନ୍ତୁ ଅମିତାଭ, ତାଙ୍କ ପାଇଁ ଆଉ କାହାଣୀ ନାହିଁ: ସଲିମ ଖାନ୍‌

ବମ୍ବେ: ମହାନ ଲେଖକ ସଲିମ ଖାନ୍‌ ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନ ଏକାଠି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେଥିରେ ରହିଛି ‘ଶୋଲେ, ଦିଓ୍ବାର, ଡନ୍‌, ତ୍ରୀଶୁଳ, କାଲା ପତ୍ଥର’ ଭଳି ଦଶରୁ ଅଧିକ ଫିଲ୍ମ। ଏବେ କିନ୍ତୁ ଅମିତାଭ ସନ୍ୟାସ ନିଅନ୍ତୁ ବୋଲି କହିଛନ୍ତି ସଲିମ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସଲିମ କହିଛନ୍ତି, ଅମିତାଭଙ୍କୁ ଏବେ ସନ୍ୟାସ ନେଇନେବା ଉଚିତ। ସେ ତାଙ୍କ ଜୀବନରେ ବହୁତ କିଛି ହାସଲ କରିନେଇଛନ୍ତି। ଏବେ କିଛି ବର୍ଷ ନିଜ ପାଇଁ ମଧ୍ୟ ରଖିବା ଉଚିତ। କର୍ମମୟ ଜୀବନରେ ସେ ବହୁତ ଭଲ ଅଭିଜ୍ଞତା ହାସଲ କରିଛନ୍ତି। ସେ ଭଲ କାମ କରିଛନ୍ତି। ଏଥିପାଇଁ ତାଙ୍କୁ ସୁନ୍ଦର ଅବସର ନେଇ ଏହି ଦୌଡ଼ରୁ ମୁକ୍ତ ହେବା ଉଚିତ।

ଜଣେ ବ୍ୟକ୍ତିକୁ ନିଜର ଇଚ୍ଛା ଅନୁସାରେ ଜୀବନରେ ଆନନ୍ଦ ନେବା ଲାଗି ଅବସର ନେବା ଆବଶ୍ୟକ। ଏଥିରେ ସେ ନିଜର ଉଦାହରଣ ଦେଇ କହିଛନ୍ତି, ମୋ ଦୁନିଆ ଏବେ ସୀମିତ। ଯେଉଁ ଲୋକଙ୍କ ସହ ଏବେ ବୁଲିବାକୁ ଯାଉଛି, ସେମାନେ ସମସ୍ତେ ଫିଲ୍ମଜଗତର ନୁହନ୍ତି। ତେବେ ଅମିତାଭ ଏଭଳି ନାୟକ ଥିଲେ ଯିଏ ଆଙ୍ଗ୍ରି ୟଙ୍ଗ ମ୍ୟାନ୍‌ ଭୂମିକା ନିର୍ବାହ କରୁଥିଲେ। ହେଲେ ତାଙ୍କ ଭଳି ଅଭିନେତାଙ୍କ ପାଇଁ ଏବେ କୌଣସି କାହାଣୀ ନାହିଁ। ଫିଲ୍ମ ବ୍ୟବସାୟ ବହୁତ ବିକଶିତ ହୋଇଥିଲେ ହେଁ ଭଲ ସ୍କ୍ରିପ୍ଟ ନାହିଁ ବୋଲି ସଲିମ ମଧ୍ୟ କହିଛନ୍ତି। ଏବେ ଏହି କଥା ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri