Posted inଜାତୀୟ

ଲଖିମପୁର ଖେରି ହିଂସା: ଆଶିଷଙ୍କୁ ମିଳିଲା ନାହିଁ ଜାମିନ

ଲକ୍ଷ୍ନୌ,୧୩ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ କରି ଦେଇଛନ୍ତି । ଆଶିଷଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ । ଅନ୍ୟପଟେ ଏହାର ଆଉଜଣେ ଅଭିଯୁକ୍ତ ଶେଖର ଭାରତୀଙ୍କୁ ୩ ଦିନିଆ ପୋଲିସ କଷ୍ଟୋଡିରେ ପଠାଯିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ବିରୋଧ କରୁଥିବା କୃଷକଙ୍କ ଉପରେ ଆଶିଷ ଗାଡି ମଡାଇଦେବା ଅଭିଯୋଗ ହୋଇଥିଲା । ଯେଉଁଥିରେ ୪ କୃଷକଙ୍କ ସମେତ ଜଣେ ଖବରଦାତା ଓ ଅନ୍ୟ ୩ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଏଥିରେ ଆଶିଷ ଆଦୌ ସମ୍ପୃକ୍ତ ନ ଥିବା କହି ପୋଲିସକୁ ଧରାଦେଇ ନ ଥିଲେ । ଶେଷରେ ସେ ନିଜେ କୋର୍ଟରେ ହାଜର ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨.୧୬ ଲକ୍ଷରୁ ଅଧିକ ସଂକ୍ରମିତ,୧୧୮୩ ମୃତ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଲକ୍ଷେ ଏବଂ ୨ ଲକ୍ଷରୁ...

ଏଏନ୍‌-୩୨ବିମାନ ଦୁର୍ଘଟଣା: ଏବେବି ଫସି ରହିଛନ୍ତି ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୯।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣା ହେବା ପରେ ଏଥିରେ ଥିବା ୧୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ଦୁର୍ଘଟଣାଗ୍ରସ୍ତ...

ରାତାରାତି ମାଲାମାଲ୍‌ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…

ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର...

ଏଏମ୍‌ୟୁରେ କୁରାନ ସହିତ ରହିଛି ଗୀତା-ରାମାୟଣ : ମୋଦି

ଅଲୀଗଡ଼,୨୨।୧୨: ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ର ଶତାବ୍ଦୀ ବର୍ଷ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶିକ୍ଷାର୍ଥୀଙ୍କୁ ଦେଶଗଠନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଜଣାଇଛନ୍ତି।...

ସାବଧାନ ! ଆସନ୍ତା ୧୨୫ ଦିନ ସତର୍କ ରହିବା ଜରୁରୀ, ଚେତାବନୀ ଦେଲେ ନୀତି ଆୟୋଗ…

ନୂଆଦିଲ୍ଲୀ,୧୭।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଲୋକଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇ ନାହିଁ। ଆସନ୍ତା ୧୨୫ ଦିନ...

କବିଙ୍କ ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ୍‌

ଥିରୁଭାନନ୍ତପୁରମ୍‌,୧୦ା୫: କେରଳର କବି କେ. ସତ୍‌ଚିଦାନନ୍ଦନ ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ରାଜ୍ୟରେ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ହାରିବ ବୋଲି ଏଥିରେ...

ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଭାଜପାର ଦାବି

ନୂଆଦିଲ୍ଲୀ,୩୧।୮: ଆସାମର ଏନ୍‌ଆର୍‌ସି ତାଲିକା ଶନିବାର ପ୍ରକାଶ ପାଇବା ପରେ ଭାଜପା ପକ୍ଷରୁ ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଦାବି କରାଯାଇଛି। ଭାଜପା ପକ୍ଷରୁ ମନୋଜ...

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ୩୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ରେ ଦିିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୩ ଜଣଙ୍କୁ ସୁପ୍ରିମ୍‌ କୋର୍ଟ...

Advertisement


Archives

Model This Week