ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଶଂସ କୋର୍ଟ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । ଫଳରେ ତାଙ୍କୁ ଆଉ ଗୋଟିଏ ରାତି ଜେଲ୍‌ରେ କାଟିବାକୁ ପଡିବ । କୋର୍ଟରେ ଆର୍ଯ୍ୟନଙ୍କ ଓକିଲ ଓ ଏନ୍‌ସିବି ମଧ୍ୟରେ ଲମ୍ବା ଯୁକ୍ତିତର୍କ ପରେ କୋର୍ଟ ଜାମିନ ଆବେଦନର ଶୁଣାଣିକୁ ଗୁରୁବାରକୁ ସ୍ଥଗିତ ରଖିଦେଇଛନ୍ତି । ସୂଚନାଯୋଗ୍ୟ, ଦିନ ପ୍ରାୟ ୩ଟାରୁ ଏହି ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏହା ପାଖାପାଖି ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ହେଲେ ଆର୍ଯ୍ୟନଙ୍କୁ ଜାମିନ ନ ମିଳିବାରୁ ପୁଣିଥରେ ତାଙ୍କୁ ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଛି । ଏହାର ପରବର୍ତ୍ତି ଶୁଣାଣି ଗୁରୁବାର ଅର୍ଥାତ୍ ଅକ୍ଟୋବର ୧୪ରେ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କାଞ୍ଝାଓ୍ବାଲା ମୁତ୍ୟୁ ମାମଲା: ଆଶୁତୋଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ କାଞ୍ଝାଓ୍ବାଲାର ଅଞ୍ଜଳି ସିଂହଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁରୁବାର ଦିଲ୍ଲୀର ରୋହିଣୀ କୋର୍ଟ ଆଶୁତୋଷ...

ଆନ୍ଧ୍ରପ୍ରଦେଶରେ ପରୀକ୍ଷା ସ୍ଥଗିତ

ଆନ୍ଧ୍ରପ୍ରଦେଶ,୧୧।୫: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ବୋର୍ଡ ଅଫ୍‌ ଇଣ୍ଟରମିଡିଏଟ୍‌ ପରୀକ୍ଷା ସ୍ଥଗିତ। ବାତ୍ୟାକୁ ‘ଅସାନି’ଦୃଷ୍ଟିରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ହେବାକୁ ଥିବା...

ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା

ନୂଆଦିଲ୍ଲୀ,୩।୩: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୧୮ରେ ଦାଖଲ ହୋଇଥିବା ଏହି...

ବାରାଣସୀ ଭଳି କେରଳ ବି ମୋର ଅତି ଆପଣାର: ମୋଦି

ତିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କେରଳରେ ଭାଜପା ଖାତା ଖୋଲି ନ ଥିଲେ ମଧ୍ୟ...

ଟ୍ରୋଲ୍‌ ହେଲେ ଥରୁର

ନୂଆଦିଲ୍ଲୀ,୨୧।୧୨: କଂଗ୍ରେସ ନେତା ଶଶି ଥରୁର ଅନେକ ସମୟରେ କିଛି ନା କିଛି ବୟାନ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ଭାରତର ଏକ ବିବାଦୀୟ...

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ...

ମାନ୍ଦାବସ୍ଥା ମାଡ଼:ମାରୁତି ସୁଜୁକିର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ

ନୂଆଦିଲ୍ଲୀ,୨୮-୮:ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା ଉତ୍କଟ ହେବାରେ ଲାଗିଛି। ଦୈନିକ ବିକ୍ରି ହ୍ରାସ ପାଇବା କାରଣରୁ ମାରୁତି ସୁଜୁକି ଏହାର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିବାକୁ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇନ୍‌ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତର ମାନ୍ୟତାରେ ଅବନତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ...

Advertisement
Archives

Model This Week