ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ବଦଳାଇ ଦେଲେ ଟ୍ରାଭେଲ ଆଡଭାଇଜରୀ

ନୂଆଦିଲ୍ଲୀ,୧୩ ।୧୦: ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ଲଗାଇଥିବା ଅତିରିକ୍ତ ଯାଞ୍ଚ ଓ ଅନ୍ୟ କରୋନା ସମ୍ବନ୍ଧିୟ କଟକଣାକୁ ନେଇ ଜାରି କରାଯାଇଥିବା ଆଡଭାଇଜରିକୁ ଫେରାଇ ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ୧ ଅକ୍ଟୋବର ୨୦୨୧ରୁ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କ ପାଇଁ ସଂଶୋଧିତ ଆଡଭାଇଜରୀକୁ ଫେରାଇ ନିଆଯାଇଛି । ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ ଯେଉଁ ଆଡଭାଇଜରୀ ଜାରି କରାଯାଇଥିଲା ସେଥିରେ ବ୍ରିଟେନରୁ ଆସୁଥିବା ନାଗରିକମାନେ ବିମାନବନ୍ଦରରେ ଆର୍‌ଟିପିସିଆର୍ ଟେଷ୍ଟ କରିବା ବାଧ୍ୟତାମୂଳକ ଥିଲା । ଏହାସହ ୧୦ ଦିନ କ୍ୱାରାଣ୍ଟାଇନରେ ମଧ୍ୟ ରହିବା ସହ ଭାରତରେ ରହିବାର ୮ ଦିନ ପରେ ପୁଣିଥରେ ଆର୍‌ଟିପିସିଆର୍ ଟେଷ୍ଟ କରିବା ଜରୁରୀ ବୋଲି କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହିଂସା: ହିନ୍ଦୁ କନ୍ୟାଙ୍କ ବିବାହ ସମୟରେ ଘର ବାହାରେ ଜଗି ରହିଥିଲେ ମୁସଲମାନ ପଡୋଶୀ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଉପୁଜିଥିବା ହିଂସାରେ ଏବେସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖି ରାଜଧାନୀବାସୀ...

ସତ ମାନିଲେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ଜାକିର, ପାକିସ୍ତାନରେ ଥିବା ହ୍ୟାଣ୍ଡଲର୍ସଙ୍କ ଠାରୁ ମିଳୁଥିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦ ।୯: ଦେଶରେ ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଜାକିର ହୁସେନ ଶେଖଙ୍କୁ ମହାରାଷ୍ଟ୍ର ଏଟିଏସ୍ ପଚରା ଉଚରା କରିବା ପରେ...

ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍‌ ଆଶଙ୍କା କମ୍‌…

ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସ୍‌ରୁ ଦୂରେଇ ରୁହନ୍ତି। ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ...

ଶିଶୁଜନ୍ମ ହେବା ପରେ ଗଛ ନ ଲଗାଇଲେ ପଞ୍ଚାୟତରେ ହେବ ନାହିଁ ନାମ ପଞ୍ଜିକରଣ

ସୋଲମ,୮।୭: ହିମାଚଳ ସୋଲମ ଜିଲା ଝାହମାଜରିରେ ଥିବା ଭଟୋଲିକଲାଙ୍ଗ ପଞ୍ଚାୟତରେ ପରିବେଶକୁ ବଞ୍ଚାଇବା ଲାଗି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଆୟୋଜିତ ଏକ...

ଡେଲ୍ଟା ଭାରିଏଣ୍ଟ ପାଇଁ ଭଲ କାମ କରିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ

ନୂଆଦିଲ୍ଲୀ,୭ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଗୋଟିଏ ପଟେ ବିଶ୍ୱବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହାକୁ କଡା ଜବାବ ଦେବାକୁ ଆସି ଯାଇଛି...

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ...

ମୌସୁମୀରେ ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ନୂଆଦିଲ୍ଲୀ, ୨୫।୪: ଆଉ କିଛି ସପ୍ତାହ ପରେ କରୋନା ଭାଇରସ୍‌ ଜନିତ ସଂକ୍ରମଣ କମିଯିବ ବୋଲି କୁହାଯାଉଛି। କିନ୍ତୁ ଜୁଲାଇ କିମ୍ବା ଅଗଷ୍ଟ ମୌସୁମୀ ସମୟରେ...

ମେକ୍‌ ଇନ୍‌ ଇଣ୍ଡିଆ ସ୍ବପ୍ନର ଦୁଃଖଦ ଅନ୍ତ

ମୁମ୍ବାଇ,୧୧।୮: ମହାରାଷ୍ଟ୍ରର ୟଭତମାଲରେ ଜଣେ ଯୁବକଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ସ୍ବପ୍ନର ଏକ ଦୁଃଖଦ ଅନ୍ତ ଘଟିଛି। ପରୀକ୍ଷଣ ସମୟରେ ‘ମୁନ୍ନା ହେଲିକପ୍ଟର’ ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ...

Advertisement


Archives

Model This Week