ଛାତ୍ର ନେତା ଇତିଶଙ୍କ ସମେତ ୨ ଗିରଫ

ଭୁବନେଶ୍ୱର,୧୧।୧(ବ୍ୟୁରୋ): କଂଗ୍ରେସ ଭବନରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛାତ୍ରନେତା ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ (୩୨) ଓ ପ୍ରସନ୍ନଜିତ୍‌ ମାଲ୍ଲା (୩୫)। ଏ ସମ୍ପର୍କରେ କମିଶନରେଟ ପୋଲିସ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆହୁରି ଏକାଧିକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି।
ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଭିଯୋଗକ୍ରମେ ପୋଲିସ ଏହି ପଦକ୍ଷେପ ନେଇଛି। ଅଭିଯୋଗ ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଇତିଶ ଓ ତାଙ୍କ ସହଯୋଗୀ କଂଗ୍ରେସ ଭବନ ପରିସରରେ ପଶି ଛାତ୍ର କଂଗ୍ରେସ ପ୍ରକୋଷ୍ଠକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପୋଡ଼ି ନଷ୍ଟ କରିଦେଇଥିଲେ। ଏଥିସହ କଂଗ୍ରେସ ଭବରେ ଥିବା କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଖବର ପାଇ ଛାତ୍ର କଂଗ୍ରେସ ସଭାପତି ୟାସିର ସେଠାରେ ପହଞ୍ଚତ୍ବାରୁ ସେମାନେ ଖଣ୍ଡା ଓ ବନ୍ଧୁକ ଦେଖାଇ ଜୀବନରୁ ହତ୍ୟା କରିବାକୁ ଧମକ ଦେଇ ଜାଗା ଛାଡି ଚାଲିଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ.୧୯/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ପୋଲିସ ରବିବାର ଘଟଣାସ୍ଥଳରୁ ପାଉଁଶ, ନଷ୍ଟ ହୋଇଥିବା ଅଫିସ୍‌ ସାମଗ୍ରୀ ସହିତ ଅଳ୍ପ ପେଟ୍ରୋଲ ଥିବା ଗୋଟିଏ ପ୍ଲାଷ୍ଟିକ ବୋତଲ ଜବତ କରିଥିଲା। ତେବେ ସାରେ ଅଭିଯୁକ୍ତ ଇତିଶ ଆଉଏକ ବଡ଼ ଧରଣଣ ସଙ୍ଗବଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ କ୍ୟାପିଟାଲ ଓ ଶହୀଦନଗର ଥାନା ପୋଲିସ ସେମାନଙ୍କ ଖଟିରେ ଚଢାଉ କରିଥିଲା। ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଇତିଶ ଓ ଅନ୍ୟକେତେଜଣଙ୍କୁ ପୋଲିସ ଧରିବା ସମୟରେ ସେଠାରେ ଉପସ୍ଥିତ ୧୦ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ କାଠ ଫାଳିଆ ଜବତ କରିଥିଲା।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଇତିଶଙ୍କ ସମେତ ଅନ୍ୟ କେତେଜଣଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ଏହାକୁ ନେଇ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମତଭେଦ ଓ ଅସନ୍ତୋଷ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ବିଶୃଙ୍ଖଳିତ ଆଚରଣ କରୁଥିବା କର୍ମୀ ଓ ଛାତ୍ର ନେତାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିଲା। ତେଣୁ ଉକ୍ତ ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ନେଇ ୟାସିର ପୋଲିସକୁ ଜଣାଇ ଆସୁଥିଲେ। ଶନିବାର ଘଟଣା ପରେ ପୋଲିସ ତଦନ୍ତବେଳେ ଇତିଶଙ୍କ ସମ୍ପୃକ୍ତି ନେଇ ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ବିଶ୍ୱାସ ବ୍ୟବସାୟର ମୂଳମନ୍ତ୍ର

ପାନାସୋନିକ କେବଳ ଏକ ବ୍ରାଣ୍ଡ ନୁହେଁ, ଦୀର୍ଘ ବର୍ଷ ଧରି ଏହା ଗ୍ରାହକଙ୍କୁ ଗୁଣଯୁକ୍ତ ସେବା ଓ ବିଶ୍ୱାସ ଦେଇଆସିଛି। କମ୍ପାନୀ ୧୦୦ ବର୍ଷରୁ ଊର୍ଦ୍ଧ୍ୱ...

ଫେସ୍‌ବୁକ୍‌ରେ ଏସିପିଙ୍କ ଫଟୋ ବ୍ୟବହାର କରି ଠକେଇ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): କମିଶନରେଟ ପୋଲିସରେ କାର୍ଯ୍ୟରତ ଏସିପି ସଞ୍ଜୀବ ଶତପଥୀଙ୍କ ନାଁରେ ସାଇବର ଠକ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲିବା ସହ ଫଟୋ ବ୍ୟବହାର କରି ଲୋକଙ୍କୁ...

ସ୍ତ୍ରୀଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ସ୍ବାମୀ

ଢେଙ୍କାନାଳ ଅଫିସ,୧୫ା୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ ନାକଫୋଡ଼ି ମାଝି ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ସଚଳାଙ୍କୁ ଶୁକ୍ରବାର ସକାଳେ କଟୁରିରେ ହାଣିଦେଇଛନ୍ତି।...

ଗ୍ରାମସଭା ବିନା ବେଦାନ୍ତକୁ ଜମି ପ୍ରଦାନ ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୪ା୭: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟ ସରକାରୀ ଜମିରେ ବେଦାନ୍ତ କମ୍ପାନୀ କୋଠା ନିର୍ମାଣ କରୁଛି। ବିନା ଗ୍ରାମସଭାରେ...

କିଚେନ ଗାର୍ଡେନ ନାଁରେ ଅର୍ଥ ଆତ୍ମସାତ୍‌

ଭଦ୍ରକ ଅଫିସ,୩୦ା୧: ଭଦ୍ରକ ଜିଲାରେ କିଚେନ ଗାର୍ଡେନ ପ୍ରତିଷ୍ଠା ନାଁରେ ୭୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଗାର୍ଡେନ ପ୍ରତିଷ୍ଠା ନ...

ରସୁଲଗଡ଼ ଛକରେ ଯୁବକଙ୍କ ଦାଦାଗିରି: ବନ୍ଧୁକ ଦେଖାଇ ଡରାଇଲେ, କାବୁ କଲା ପୋଲିସ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରସୁଲଗଡ଼ ଛକରେ ଶନିବାର ଜଣେ ଯୁବକଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଗାଡ଼ି ଓଭରଟେକ କରିବାକୁ ନେଇ ଦୁଇ ଚାଳକଙ୍କ ମଧ୍ୟରେ କିଛି...

୨୧ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮୧(ବ୍ୟୁରୋ): ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି। କେତେକ ଜିଲାରେ ଘନ କୁହୁଡ଼ି ଯୋଗୁ ଯାତାୟାତରେ ବାଧା...

ବୃଦ୍ଧି ପାଉଛି ବେଆଇନ ନିଶା କାରବାର: ପୁଣି ପାଟଣାଗଡ଼ ଅଞ୍ଚଳରୁ ୨ହଜାର ବୋତଲ କଫ୍‌ ସିରପ୍‌ ଜବତ

ପାଟଣାଗଡ଼, ୪।୧୨(ଡି.ଏନ.ଏ.): ଗତ ୨ ତାରିଖରେ ପାଟଣାଗଡ଼ ପୋଲିସ ୧୬ ହଜାର କଫ୍‌ ସିରପ୍‌ ଜବତ କରିଥିବା ବେଳେ ବୁଧବାର ପୁଣି ପାଟଣାଗଡ ଅବକାରୀ ବିଭାଗ...

Advertisement
Archives

Model This Week