୬୫ କୋଟିର ହେରୋଇନ ଜବତ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ନିଷିଦ୍ଧ ନିଶାଦ୍ରବ୍ୟ ହେରୋଇନ୍‌ ଚାଲାଣ କରୁଥିବା ଏକ ବଡ଼ ଆନ୍ତଃରାଜ୍ୟ ର଼୍ୟାକେଟକୁ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିଛି। ଗତ ତିନିଦିନର ଅପରେଶନରେ ର଼୍ୟାକେଟ୍‌ର ୬ଜଣ ସଦସ୍ୟଙ୍କୁ ପୂର୍ବ ବର୍ଦ୍ଧମାନ ଜିଲା ବର୍ଦ୍ଧମାନ ସଦର ଥାନା ଅନ୍ତର୍ଗତ ଶ୍ରୀପଲ୍ଲୀସ୍ଥିତ ଏକ ଘରୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ସୋମବାର ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ୨ ମଣିପୁର ଓ ଅନ୍ୟ ୨ଜଣ ଓଡ଼ିଶାର। ଓଡ଼ିଶାର ୨ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଏସ୍‌କେ ରସିଦ୍‌ ଓରଫ ରାଜୁ(୨୬) ଓ ଇର୍ସାଦ୍‌ ଖାନ(୨୮)। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୧୩ କେଜିର ହେରୋଇନ୍‌ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୬୫ କୋଟି ଟଙ୍କା ହେବ। ଏଥିସହ ନଗଦ ୨୦ ଲକ୍ଷ ୧୦ ହଜାର ୧୦୦ ଟଙ୍କା, ହେରୋଇନ୍‌ ତିଆରି ପାଇଁ ବ୍ୟବହୃତ କଞ୍ଚା ମାଲ୍‌ ଓ କେମିକାଲ, ଟଙ୍କା ଗଣିବା ମେଶିନ, ସିଲିଙ୍ଗ ମେଶିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏନେଇ ହାଓଡା କମିଶନରେଟ ପୋଲିସର ଗୋଲାବରି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ସୂଚନା ଦେଇଛି।
ତଦନ୍ତରୁ ର଼୍ୟାକେଟ ସମ୍ପର୍କରେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ର଼୍ୟାକେଟରେ ସମ୍ପୃକ୍ତ ସଦସ୍ୟମାନେ ମଣିପୁରରୁ ହେରୋଇନ୍‌ର କଞ୍ଚାମାଲ୍‌ ଆଣୁଥିଲେ। ବର୍ଦ୍ଧମାନ ଥାନା ଶ୍ରୀପଲ୍ଲୀ ଅଞ୍ଚଳର ଏକ ଘରେ ଅଭିଯୁକ୍ତମାନେ ବିଭିନ୍ନ କେମିକାଲ ମିଶ୍ରଣ କରି ହେରୋଇନ୍‌ ପ୍ରସ୍ତୁତ କରୁଥିଲେ। ପ୍ରସ୍ତୁତ ହେରୋଇନ୍‌କୁ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚାଲାଣ କରିବା ସହ ଓଡ଼ିଶାକୁ ମଧ୍ୟ ପଠାଉଥିଲେ। ଏହି ଘଟଣା ଓଡ଼ିଶାରେ ହେରୋଇନ୍‌ କାରବାରର ସ୍ପଷ୍ଟ ସୂଚନା ଦେଉଛି। ଏହି ଖବର ପାଇବା ପରେ ଓଡ଼ିଶା ଏସ୍‌ଟିଏଫ୍‌ର ଚେତା ପଶିଛି। ଓଡ଼ିଶାକୁ ହେରୋଇନ୍‌ ଚାଲାଣରେ ବହୁ ଏଜେଣ୍ଟ ସମ୍ପୃକ୍ତ ଥିବା ଓ ଏଠାରେ ମଧ୍ୟ ହେରୋଇନ ବ୍ୟବସାୟୀ ରହିଥିବା ସନ୍ଦେହ କରାଯାଉଛି। ତେଣୁ ଓଡ଼ିଶା ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ମଙ୍ଗଳବାର ପଶ୍ଚିମବଙ୍ଗ ଯାଇ ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ଓଡ଼ିଶା ଏସ୍‌ଟିଏଫ୍‌ ଏହି ମାମଲାରେ ତଦନ୍ତ କରିବା ସହ ଗିରଫ ୨ ଓଡ଼ିଆ ଅଭିଯୁକ୍ତଙ୍କୁ ପଚରାଉଚରା କରିବ। ଆବଶ୍ୟକସ୍ଥଳେ ସେମାନଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲି ପଦବୀ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୫ା୩(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ଚଳିତ ବଜେଟରେ ବ୍ୟୟବରାଦ କରାଯାଇଥିବା ୨୨ ହଜାର ୫୨୮ କୋଟି ଟଙ୍କା ମଙ୍ଗଳବାର ବିଧାନସଭାରେ ଗୃହୀତ...

ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ପୁରୀ ରାଜକୁମାରୀ

ଭୁବନେଶ୍ୱର(ବ୍ୟୁରୋ)/ ପୁରୀ ଅଫିସ, ୧୦।୨: ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠା କନ୍ୟା ଦେବେଶୀ ଦେବୀଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ରାଜକୀୟ ପରମ୍ପରାରେ...

ଆସନ୍ତା ୨୧ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୧ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ସହିତ ଏସ୍‌ଓଏସ୍‌ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ।...

ପ୍ରତି ବିଦ୍ୟାଳୟରେ ରହିବ ‘ହାଉସ୍‌ ସିଷ୍ଟମ୍‌’

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ ‘ହାଉସ୍‌ ସିଷ୍ଟମ୍‌’। ସ୍କୁଲ୍‌ରେ ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହାଉସ୍‌ ଗଠନ କରାଯିବ ଏବଂ...

୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫ ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ...

ଶ୍ରୀମନ୍ଦିରରେ ଏନ୍‌ଆଇଏ ଡିଜି

ପୁରୀ ଅଫିସ,୩।୧୦: ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଗୁରୁବାର ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଡିଜି ସିଂହଦ୍ୱାର ନିକଟରେ...

ଝାଳବୁହା ଧନ ଖାଇଗଲେ…

ଶେରଗଡ଼,୧୮ା୨: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୂଷୁଣ୍ଡା ଗ୍ରାମ ନିକଟରେ ବୁଧବାର ରାତିରେ ଏକ ହାତୀପଲ ପଶି ୫୦ ଏକର ଜମିରୁ ଊର୍ଦ୍ଧ୍ୱ ପନିପରିବା ଫସଲ...

ଭତ୍ତା ସହିତ ଶହେ ଟଙ୍କାର ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର,୧୦ା୫(ବ୍ୟୁରୋ): ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ...

Advertisement
Archives

Model This Week