୬୫ କୋଟିର ହେରୋଇନ ଜବତ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ନିଷିଦ୍ଧ ନିଶାଦ୍ରବ୍ୟ ହେରୋଇନ୍‌ ଚାଲାଣ କରୁଥିବା ଏକ ବଡ଼ ଆନ୍ତଃରାଜ୍ୟ ର଼୍ୟାକେଟକୁ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିଛି। ଗତ ତିନିଦିନର ଅପରେଶନରେ ର଼୍ୟାକେଟ୍‌ର ୬ଜଣ ସଦସ୍ୟଙ୍କୁ ପୂର୍ବ ବର୍ଦ୍ଧମାନ ଜିଲା ବର୍ଦ୍ଧମାନ ସଦର ଥାନା ଅନ୍ତର୍ଗତ ଶ୍ରୀପଲ୍ଲୀସ୍ଥିତ ଏକ ଘରୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ସୋମବାର ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ୨ ମଣିପୁର ଓ ଅନ୍ୟ ୨ଜଣ ଓଡ଼ିଶାର। ଓଡ଼ିଶାର ୨ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଏସ୍‌କେ ରସିଦ୍‌ ଓରଫ ରାଜୁ(୨୬) ଓ ଇର୍ସାଦ୍‌ ଖାନ(୨୮)। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୧୩ କେଜିର ହେରୋଇନ୍‌ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୬୫ କୋଟି ଟଙ୍କା ହେବ। ଏଥିସହ ନଗଦ ୨୦ ଲକ୍ଷ ୧୦ ହଜାର ୧୦୦ ଟଙ୍କା, ହେରୋଇନ୍‌ ତିଆରି ପାଇଁ ବ୍ୟବହୃତ କଞ୍ଚା ମାଲ୍‌ ଓ କେମିକାଲ, ଟଙ୍କା ଗଣିବା ମେଶିନ, ସିଲିଙ୍ଗ ମେଶିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏନେଇ ହାଓଡା କମିଶନରେଟ ପୋଲିସର ଗୋଲାବରି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ସୂଚନା ଦେଇଛି।
ତଦନ୍ତରୁ ର଼୍ୟାକେଟ ସମ୍ପର୍କରେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ର଼୍ୟାକେଟରେ ସମ୍ପୃକ୍ତ ସଦସ୍ୟମାନେ ମଣିପୁରରୁ ହେରୋଇନ୍‌ର କଞ୍ଚାମାଲ୍‌ ଆଣୁଥିଲେ। ବର୍ଦ୍ଧମାନ ଥାନା ଶ୍ରୀପଲ୍ଲୀ ଅଞ୍ଚଳର ଏକ ଘରେ ଅଭିଯୁକ୍ତମାନେ ବିଭିନ୍ନ କେମିକାଲ ମିଶ୍ରଣ କରି ହେରୋଇନ୍‌ ପ୍ରସ୍ତୁତ କରୁଥିଲେ। ପ୍ରସ୍ତୁତ ହେରୋଇନ୍‌କୁ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚାଲାଣ କରିବା ସହ ଓଡ଼ିଶାକୁ ମଧ୍ୟ ପଠାଉଥିଲେ। ଏହି ଘଟଣା ଓଡ଼ିଶାରେ ହେରୋଇନ୍‌ କାରବାରର ସ୍ପଷ୍ଟ ସୂଚନା ଦେଉଛି। ଏହି ଖବର ପାଇବା ପରେ ଓଡ଼ିଶା ଏସ୍‌ଟିଏଫ୍‌ର ଚେତା ପଶିଛି। ଓଡ଼ିଶାକୁ ହେରୋଇନ୍‌ ଚାଲାଣରେ ବହୁ ଏଜେଣ୍ଟ ସମ୍ପୃକ୍ତ ଥିବା ଓ ଏଠାରେ ମଧ୍ୟ ହେରୋଇନ ବ୍ୟବସାୟୀ ରହିଥିବା ସନ୍ଦେହ କରାଯାଉଛି। ତେଣୁ ଓଡ଼ିଶା ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ମଙ୍ଗଳବାର ପଶ୍ଚିମବଙ୍ଗ ଯାଇ ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ଓଡ଼ିଶା ଏସ୍‌ଟିଏଫ୍‌ ଏହି ମାମଲାରେ ତଦନ୍ତ କରିବା ସହ ଗିରଫ ୨ ଓଡ଼ିଆ ଅଭିଯୁକ୍ତଙ୍କୁ ପଚରାଉଚରା କରିବ। ଆବଶ୍ୟକସ୍ଥଳେ ସେମାନଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri