Home Left

ବିରଞ୍ଚିଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୧।୯: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ବିରଞ୍ଚି ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ଏବଂ ତଦନ୍ତକାରୀ ଟିମ୍‌ ଯେତେବେଳେ ଚାହଁିବେ ତାଙ୍କ…

ଆସନ୍ତା ବର୍ଷ ମହିଳାଙ୍କ ପାଇଁ ଖୋଲିବ ଏନ୍‌ଡିଏର ଦ୍ୱାର

ନୂଆଦିଲ୍ଲୀ,୨୧ ।୯: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଆସନ୍ତା ବର୍ଷ ୨୦୨୨ ମେ’ରେ ଜାତୀୟ ପ୍ରତିରକ୍ଷା ଏକାଡେମୀ(ଏନ୍‌ଡିଏ)ରେ ଅନ୍ତର୍ଭୁକ୍ତ କରିବାକୁ ବିଜ୍ଞପ୍ତି ଜାରି କରାଯିବ । ଏହା ପୂର୍ବରୁ ତିନି ସେନାର ବିଶେଷଜ୍ଞମାନେ ମହିଳା କ୍ୟାଡେଟ ଚୟନ ପାଇଁ ମାନଦଣ୍ଡ ପ୍ରସ୍ତୁତ…

ବର୍ଗରରୁ ବାହାରିଲା ବିଛା: ଆଉ ତା’ପରେ

ଜୟପୁର,୨୧।୯: ରାଜସ୍ଥାନର ରାଜଧାନୀ ଜୟପୁରର ମାଲଭିଆ ନଗରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଯୁବକ ଖାଉଥିବା ବର୍ଗରରୁ ବିଛା ବାହାରିଛି। ଏନେଇ ସେ ରେଷ୍ଟୁରାଣ୍ଟ ଅପରେଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ରେଷ୍ଟୁରାଣ୍ଟ କର୍ମଚାରୀମାନେ ସମ୍ପକୃକ୍ତ ଗ୍ରାହକଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ…

ଡିଗ୍ରୀ ପାଇବା ପୂର୍ବରୁ ଯୌତୁକ ନ ନେବାକୁ ସ୍ବୀକାରୋକ୍ତି…

କାଲିକଟ୍‌,୨୧।୯: କେରଳର କାଲିକଟ୍‌ ବିଶ୍ୱବିଦ୍ୟାଳୟରେ ଯୋତୁକ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପୂର୍ବରୁ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଯୌତୁକ ବିରୋଧି ସ୍ବୀକାର ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଭବିଷ୍ୟତରେ ସମ୍ପୃକ୍ତ…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର

କେନ୍ଦୁଝର,୨୧।୯(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଏକ ସାଙ୍ଗରେ ତାଙ୍କର ଘଟଗାଁ, ରିମୁଳି ଓ କେନ୍ଦୁଝର ସ୍ପଞ୍ଜ କଲୋନୀସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ…

ବଦଳିଲେ ୬୦ ପୋଲିସ ଏସ୍‌ଆଇ-ଏଏସ୍‌ଆଇ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ଥାନାର ୬୦ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇମାନଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। କ୍ୟାପିଟାଲ ଥାନାରୁ ଏସ୍‌ଆଇ ସନ୍ତୋଷିନୀ ବେହେରା ସହିଦନଗର ଯାଇଥିବା ବେଳେ ଲିଙ୍ଗରାଜ ଥାନାରୁ ଏସ୍‌ଆଇ ସନ୍ତୋଷ ନାୟକ ତମାଣ୍ଡୋ ଯାଇଛନ୍ତି। ସେହିଭଳି ବାଲିଅନ୍ତାରୁ ଏସ୍‌ଆଇ ପ୍ରଫୁଲ…

ଜୟଶଙ୍କର ଆମକୁ ଧମକ ଦେଇଥିଲେ: ଓଲି

କାଠମାଣ୍ଡୁ,୨୧।୯: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ବିରୋଧରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି। ଓଲି ଦାବି କରିଛନ୍ତି ଯେ, ୨୦୧୫ରେ ଭାରତର ତତ୍କାଳୀନ ବୈଦେଶିକ ସଚିବ ତଥା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭାରତର ଚାହିଦା…

ପିଠିରେ ଛୁରୀ ମାରୁଥିବା ଲୋକ ଆମର ‘ଗୁରୁ’ ହୋଇପାରିବେନି: ଶିବସେନା

ମୁମ୍ବାଇ,୨୧ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗିତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିଜର ଦଳ ଗଢିବାକୁ କଂଗ୍ରେସ ପିଠିରେ ଛୁରୀମାରି ଥିବା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ…

୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ଶିଳ୍ପାଙ୍କ ସ୍ବାମୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଶେଷରେ ଜେଲ୍‌ରୁ ମୁକୁଳିଛନ୍ତି। ରାଜ୍‌ଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ଏଥି ସହ ତାଙ୍କ ସହକର୍ମୀ ରିୟାନ ଥର୍ପେ ମଧ୍ୟ ତାଙ୍କ ସହ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା…

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳକୁ ଧମକ

ଲଣ୍ଡନ,୨୧।୯: ଇଂଲଣ୍ଡ ଗସ୍ତରେ ଯାଇଥିବା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। କିଓ୍ବି ଦଳକୁ ବୋମା ଧମକ ମିଳିଛି। ଏହା ସତ୍ତ୍ୱେ ଆଜି ଲିସେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ…

ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ …

ଉଦାମପୁର,୨୧।୯: ଜମ୍ମୁ-କଶ୍ମୀରର ଉଦାମପୁର ଜିଲାରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପାଟନିଟୋପ୍‌ ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା।…

ଚାଷ ଜମିରେ ଥିବା ବେଳେ ବାଜିଲା ଗୁଳି

ଭଞ୍ଜନଗର,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା କୁଟୁଣୁକୁମ୍ପା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ଥିବା ବେଳେ ଜଣଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ ଶିବରାମ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri