Posted inଜାତୀୟ

ବିଧାୟକ, ଏମ୍‌ପିଙ୍କ ବିରୋଧରେ ୫ ହଜାର ମାମଲା ଶୁଣାଣି ଅପେକ୍ଷାରେ

ନୂଆଦିଲ୍ଲୀ,୩।୨: ଦେଶର ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି) ଏବଂ ବିଧାୟକମାନଙ୍କ ବିରୋଧରେ ମୋଟ ୪,୯୮୪ ମାମଲା ବିଚାରାଧୀନ ରହିଛି। ସେଥିରୁ ୧,୮୯୯ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା କୋର୍ଟରେ ପଡ଼ିରହିଥିବା ସୁପ୍ରିମକୋର୍ଟଙ୍କୁ କୁହାଯାଇଛି।

ଆମିକସ୍‌ କ୍ୟୁରି ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ବିଜୟ ସଂସରିଆ ସର୍ବୋଚ୍ଚ ଅଦାଲତଙ୍କୁ ଦେଇଥିବା ରିପୋର୍ଟରେ କହିଛନ୍ତି, ୨୦୧୮ ଡିସେମ୍ବର ସୁଦ୍ଧା ୪,୧୧୦ ମାମଲା ରହିଥିଲା। ୨୦୨୦ ଅକ୍ଟୋବରରେ ଏହା ୪,୮୫୯ରେ ପହଞ୍ଚତ୍ଛି। ୨୦୧୮ ଡିସେମ୍ବର ୪ ପରେ ୨,୭୭୫ ମାମଲା ଫୈସଲା ହୋଇଥିଲେ ମଧ୍ୟ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ମାମଲା ବଢ଼ିଛି। ତେଣୁ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକୁ ଅଧିକରୁ ଅଧିକ ଅପରାଧ ପୃଷ୍ଠଭୂମି ଥିବା ଲୋକ ପ୍ରତିନିଧି ଆସୁଛନ୍ତି। ଫୌଜଦାରୀ ମାମଲାଗୁଡ଼ିକର ତୁରନ୍ତ ଫୈସଲା ଲାଗି ଜରୁରୀ ଓ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଆଇନଜୀବୀ ସ୍ନେହା କାଲିତାଙ୍କ ଜରିଆରେ ଦାଖଲ ରିପୋର୍ଟରେ କୁହାଯାଇଛି।

କୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ୁଥିବାବେଳେ ଏହା ଉପରେ ସର୍ବୋଚ୍ଚ ଅଦାଲତ ଗତବର୍ଷ ଅଗଷ୍ଟ ୨୫ରେ ନେଇଥିବା ନିର୍ଦ୍ଦେଶ ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଜବାବ ଦାଖଲ କରିନାହାନ୍ତି। ଏମ୍‌ପି/ବିଧାୟକଙ୍କ ମାମଲା ଶୁଣାଣି କରୁଥିବା କୋର୍ଟରେ ଇଣ୍ଟରନେଟ ଆଦି ଭିତ୍ତିଭୂମି ସୁବିଧା ରହିବା ଆବଶ୍ୟକ ବୋଲି ଆମିକସ୍‌ କ୍ୟୁରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?