Posted inଜାତୀୟ

ଅମିତ ଶାହଙ୍କ ଉପସ୍ଥିତିରେ ଗୋରଖପୁରରୁ ପ୍ରାର୍ଥିପତ୍ର ଦାଖଲ କରିବେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୪ ।୨: ଉତ୍ତର ପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଗୋରଖପୁର ବିଧାନସଭା ଆସନ ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ । ଯୋଗୀଙ୍କ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମକୁ ଦେଖି ରାଜ୍ୟର ଉଚ୍ଚ ଅଧିକାରମାନେ ଗୋରଖପୁରରେ ଉପସ୍ଥିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥିପତ୍ର ଦାଖଲ କରିବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦଳର ପ୍ରଦେଶ ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ଦ୍ର ଦେବ ସିଂଙ୍କ ଉପସ୍ଥିତିରେ ଏକ ଜନସଭାକୁ ସମ୍ବୋଧିତ କରିବେ ।
ମହାରାଣା ପ୍ରତାପ ଇଣ୍ଟର କଲେଜରେ ଭାଜପା କର୍ମୀ ସମ୍ମିଳନୀରେ ସହରର ବିଭିନ୍ନ ବର୍ଗର ବଛା ବଛା ୧୦୦୦ ପ୍ରତିନିଧି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶର ଅନୁପାଳନ କରି ଏହି ଜନସଭାରେ ସାମିଲ ହେବେ । ଏହି ୧୦୦୦ ଲୋକଙ୍କ ମଧ୍ୟରେ ଶିକ୍ଷାବିତ୍‌, ଚିକିତ୍ସକ, ସାମାଜିକ କର୍ମୀ, ଉଦ୍ୟୋଗୀ, ବ୍ୟବସାୟ. ଓକିଲ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ ଓ ପ୍ରତିନିଧି ଓ ଜନ ପ୍ରତିନିଧି ଯୋଗ ଦେବେ । ଏହି ଜନସଭାର ପ୍ରସାରଣ ସୋସିଆଲ ମିଡିଆରେ ବି କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ମଙ୍ଗଳବାର ଆୟକର ବିଭାଗର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆୟକର ବିଭାଗ ପକ୍ଷରୁ ପାୱାରର ପାଞ୍ଚଟି ସମ୍ପତ୍ତି...

ଆହୁରି ମହଙ୍ଗା ହେଲା ସୁନା ଦର

ନୂଆଦିଲ୍ଲୀ,୨୪।୨: ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢିିଛି। ସେପଟେ ଏକ...

‘କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୩୧।୧୦: କେବଳ ବିବାହ ପାଇଁ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଏକ ମାମଲାର ବିଚାର ବେଳେ କହିଛନ୍ତି। ଏଥିସହିତ ଅଦାଲତ ଏକ ଦମ୍ପତିଙ୍କ...

୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସମ୍ପୂର୍ଣ୍ଣ ରୂପେ କରିବୁ ସାକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧନ କରିଛନ୍ତି। ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇବା ସହ...

ନାଗାଲାଣ୍ଡ ନିର୍ବାଚନ: ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ଲାଗି ୫୯ ଆସନରେ ୨୭ ଫେବୃୟାରୀରେ ହେବ ଭୋଟ

ଦିମାପୁର,୨୪ ।୨: ନାଗାଲାଣ୍ଡ ରାଜ୍ୟ ଗଠନ ହେବାର ୬ ଦଶକ ପରେ ବି ତା’ର ପ୍ରଥମ ମହିଳା ବିଧାୟକଙ୍କ ଅପେକ୍ଷାରେ ରହିଛି । ନେଫାରୁ ୧୯୬୩ରେ...

ଗୁଜରାଟରେ ଲଗାତାର ୭ମ ଥର ପାଇଁ କ୍ଷମତା ହାତେଇବ ଭାଜପା…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ...

ଅମିତାଭଙ୍କ କଣ୍ଠରେ ଶୁଭୁଥିବା କରୋନା ହ୍ୟାଲୋ ଟ୍ୟୁନକୁ ହଟାଇବାକୁ ଦାବି: ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ,୭ ।୧: ମୋବାଇଲ ଫୋନରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ କଣ୍ଠରେ କରୋନା ଭାଇରସ ସଚେତନତା ବାର୍ତ୍ତ ଥିବା ହ୍ୟାଲୋ ଟ୍ୟୁନକୁ ହଟାଇବା ପାଇଁ ଦାବି...

ହ୍ୟାଟ୍ରିକ୍‌ ମୁହାଁ ଦିଦି: ଲାଭରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ...

Advertisement
Archives

Model This Week