୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣା: କିଣ୍ଡୋଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୪।୨(ବ୍ୟୁରୋ): ଜାଲ୍‌ କାଗଜପତ୍ର ଦେଇ ବିଭିନ୍ନ ସଂସ୍ଥାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋ ଫେରାର ଅଛନ୍ତି। ସେ ଦେଶ ଛାଡ଼ି ପଳାଇଯିବାର ଆଶଙ୍କା ଥିବାରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କେନ୍ଦ୍ର ସରକାରଙ୍କ ଆପ୍ରବାସନ ବ୍ୟୁରୋ (ବିଓଆଇ)ର ସହାୟତା ଲୋଡ଼ିଛି। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ‘ବିଓଆଇ’ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟ ଏବଂ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରିଦିଆଯାଇଛି। ଏଥିସହ ୱାଣ୍ଟେଡ୍‌ ଦୀପକଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଏବଂ ପୋଲିସକୁ ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ଦୀପକଙ୍କ ସମ୍ପର୍କରେ ସୂଚନା ଦେବାକୁ ଜନସାଧାରଣଙ୍କ ପାଇଁ ଇଓଡବ୍ଲ୍ୟୁ ପକ୍ଷରୁ ଏକ ମୋବାଇଲ ନମ୍ବର (୯୪୩୭୪୪୪୮୭୦) ଜାରି କରାଯାଇଛି। ଯିଏ ଦୀପକଙ୍କ ସମ୍ପର୍କରେ ସୂଚନା ଦେବେ, ତାଙ୍କୁ ଉପଯୁକ୍ତ ପୁରସ୍କାର ଦିଆଯିବା ସହ ସୂଚନାଦାତାଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ଗୁରୁବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ମାମଲାରେ ଦୀପକଙ୍କ ସ୍ତ୍ରୀ ତଥା ଦିବ୍ୟା ଡାଏରି ଆଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଅମ୍ରିତା କିଣ୍ଡୋଙ୍କୁ ଇଓଡବ୍ଲ୍ୟୁ ଗତ ସୋମବାର ଗିରଫ କରି ଜେଲ୍‌ ପଠାଇଛି।
ସୂଚନା ଅନୁଯାୟୀ, ଦୀପକ ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥା ଦ୍ୱାରା ୨୦୧୫ରୁ ୨୦୨୦ ମଧ୍ୟରେ ବିଭିନ୍ନ ସଂସ୍ଥାଠାରୁ ଋଣ ଆଣି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିଜେ ଚଳୁ କରିଛନ୍ତି। ଏହି ସମୟ ମଧ୍ୟରେ ସମ୍ବନ୍ଧ ଫିନ୍‌ସର୍ଭର ସହବନ୍ଧିତ ସଂସ୍ଥା ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ୍‌ ବ୍ୟାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର ମଧ୍ୟ କରାଯାଇଛି। ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଦୀପକ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ଦେବାକୁ କହି ଖଣ୍ଡଗିରିସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ୍‌ରୁ ୨୦୨୦ ଡିସେମ୍ବରରେ ଜାଲ୍‌ କାଗଜପତ୍ର ଦେଇ ୫କୋଟି ଟଙ୍କା ନେଇ ଠକିଥିଲେ। ଦୀପକଙ୍କ ଠକେଇ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କର୍ତ୍ତୃପକ୍ଷ ତାଙ୍କୁ ଟଙ୍କା ଫେରାଇବାକୁ କହିବାରୁ ସେ ୫୦ ଲକ୍ଷ ଟଙ୍କା ଫେରାଇ ଆଉ ଧରାଛୁଆଁ ଦେଇ ନ ଥିଲେ। ଏନେଇ ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଆଇପିସି ଦଫା ୪୦୬, ୪୨୦, ୪୬୭,୪୬୮, ୪୭୧ ଏବଂ ୧୨୦(ବି)ରେ ଏକ ମାମଲା (ନଂ.୧୭/୩୧।୧୨।୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଦର ବୃଦ୍ଧି ଥମୁନି: ପେଟ୍ରୋଲ ୧.୩୫ ଟଙ୍କା, ଡିଜେଲ ୨.୧୯ ଟଙ୍କା ବଢ଼ିଲା

ଭୁବନେଶ୍ୱର,୩୦ା୧୧:ପେଟ୍ରୋଲ ଏବଂ ଡିଜେଲ ଦର ଥମୁନାହିଁ। ଗତ ୧୦ ଦିନ ମଧ୍ୟରେ ତେଲ ଦର ୯ ଥର ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ...

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଜଣଙ୍କ...

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୯।୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ(ବୈଦ୍ୟୁତିକ) ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ବୁଧବାର ସକାଳୁ...

ଲକ୍‌ଡାଉନ୍‌ ସମୟରେ ଜାରି ରହିବ କୃଷି, ମନରେଗା କାର୍ଯ୍ୟ; ସାମାଜିକ ଦୂରତ୍ୱ ରକ୍ଷା ଉପରେ ଦିଆଯିବ ଗୁରୁତ୍ୱ

ଭୁବନେଶ୍ୱର,୯।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଆସନ୍ତା ଏପ୍ରିଲ ୧୪ ତାରିଖରେ ଶେଷ ହୋଇଥାନ୍ତା। ହେଲେ ଏହାକୁ ଏପ୍ରିଲ ୩୦...

ଟାଟା: ଖଣି ହାତେଇବାକୁ ବ୍ୟାକୁଳ

କଟକ ଅଫିସ,୮ା୮(ଲାଲା ସୁନୀଲ କୁମାର ରଥ/କୁମାରଶ୍ରୀ ସାହୁ):ଟାଟା ସାମ୍ରାଜ୍ୟର ଜନ୍ମ ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ହୋଇଛି। ଆମ ମଧ୍ୟରେ କ୍ୱଚିତ୍‌ ଥିବେ ଯେଉଁମାନେ ଟାଟା ଶିଳ୍ପ...

ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର

ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ...

ବଢୁଛି ମାମଲା, ପୋଲିସ କର୍ମଚାରୀ ଅଭାବ

ପଟ୍ଟାମୁଣ୍ଡାଇ,୧୧ା୧ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଜବେଷ୍ଟସ ଘରେ ଚାଲିଛି। ଥାନାରେ ଦିନକୁ ଦିନ ମାମଲା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨,୦୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୫୫,୯୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week