ଇତିହାସ ରଚିଲା ବାଂଲାଦେଶ
ସେଞ୍ଚୁରିଆନ,୨୩।୩: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଦଳ। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କଦାପି ଗୋଟିଏ ଦିନିକିଆ ମ୍ୟାଚ୍ ଜିତି ନ ଥିବା ବାଂଲାଦେଶ ଏଥର ସିରିଜ୍ ଜିତି ଇତିହାସ ସୃଷ୍ଟି କରିଛି। ସେଞ୍ଚୁରିଆନଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍କୁ ଏକତରଫା…
ସଲମାନଙ୍କ ଆବେଦନ ଖାରଜ କଲେ କୋର୍ଟ
ମୁମ୍ବାଇ,୨୩ା୩: ଦବଙ୍ଗ ଖାନ୍ ସଲମାନଙ୍କୁ ମୁମ୍ବାଇ କୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ଆମେରିକାରେ ରହୁଥିବା ତାଙ୍କ ପଡ଼ୋଶୀ କେତନ ଆର କକ୍କରଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ନାମରେ ଏକ ମାନହାନି କେସ୍ କରିଥିଲେ ସଲମାନ। ଗୁଗ୍ଲ, ୟୁଟ୍ୟୁବ୍,…
ବଢିବ ଭାରତର ଶକ୍ତି: ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲର ସଫଳ ପରୀକ୍ଷଣ
ପୋର୍ଟବ୍ଲେୟାର,୨୩।୩: ଭାରତ ବୁଧବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲର ସଫଳ ପରୀକ୍ଷଣ କରିଛି। ଆଣ୍ଡାମାନ ଏବଂ ନିକୋବରରେ ଏହି ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲର ସଫଳ…
ରୁଷିଆ ସହ ଯୁଦ୍ଧ ଲଢ଼ୁଛନ୍ତି ରାମଚରଣଙ୍କ ବଡିଗାର୍ଡ; ସହାୟତା କରି ଚର୍ଚ୍ଚାରେ…
ହାଇଦ୍ରାବାଦ: ଆଉ ଦିନକ ପରେ ପରଦାକୁ ଆସିବ ଏସ୍.ଏସ୍. ରାଜାମୌଲୀଙ୍କ ଫିଲ୍ମ ‘ଆର୍ଆର୍ଆର୍’। ଏଥିରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିୟର ଏନ୍ଟିଆର୍ ନଜର ଆସିବେ। ଫିଲ୍ମକୁ ନେଇ ଉଭୟ କଳାକାର ଚର୍ଚ୍ଚାରେ ଥିବା ବେଳେ ଏବେ ଭିନ୍ନ କାରଣକୁ…
ଶେଷ ହେଲା ଲକ୍ଷ୍ନୌର ଖେଳାଳି ଖୋଜିବା ପ୍ରକ୍ରିୟା
ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୫ତମ ସଂସ୍କରଣ ପୂର୍ବରୁ ଆହତ ସମସ୍ୟା କାରଣରୁ ମାର୍କ ଉଡ୍ ଓହରିବା ପରେ ତାଙ୍କ ବଦଳ ଖେଳାଳି ଖୋଜୁଥିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ। ପ୍ରଥମ ଥର ପାଇଁ ଆଇପିଏଲ୍ରେ ଭାଗ ନେବାକୁ ଯାଉଥିବା ନୂଆ…
‘ତୁମେ ଏମିତି ହସୁଥାଅ,ମୁଁ ତୁମକୁ ଏମିତି ଦେଖୁଥାଏ’
ବମ୍ବେ: ନିକଟରେ ପ୍ରେମିକାଙ୍କ ହାତ ଧରିଛନ୍ତି ବଲିଉଡ୍ର ଅନ୍ୟତମ ଲୋକପ୍ରିୟ ଅଭିନେତା ଫର୍ହାନ ଅଖତର। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶିବାନୀ ଦାଣ୍ଡେକରଙ୍କ ପ୍ରେମରେ ପଡ଼ିଥିଲେ ସେ। ଦୀର୍ଘଦିନ ଧରି ଉଭୟେ ଡେଟ୍ ମଧ୍ୟ କରିଥିଲେ। ଶେଷରେ ଚଳିତ ବର୍ଷ…
ମନ୍ତ୍ରୀଙ୍କ ଆଇଫୋନ ଚୋରି
ଡେରାଡୁନ,୨୩।୩: ଉତ୍ତରାଖଣ୍ଡ ସରକାରରେ ବୁଧବାର ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଫୋନ୍ ଚୋରି ହୋଇଯାଇଛି। ରାଜଧାନୀ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହରେ ତାଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଏହି ପରିପ୍ରେକ୍ଷୀରେ ସେ ସୋସିଆଲ ମିଡିଆରେ…
ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି ହିଂସା, ୪ ଆହତ
କେନ୍ଦୁଝର,୨୩ା୩(ସ୍ବ.ପ୍ର.): ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି କେନ୍ଦୁଝର ପୌରାଞ୍ଚଳ ଆଟପୁରରେ ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାକୁ ନେଇ ମଙ୍ଗଳବାର ରାତିରେ ଭାଜପା ପକ୍ଷରୁ ସଦର ବିଧାୟକ…
‘ଆଶା କରୁଛି ପଶ୍ଚିମବଙ୍ଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବ’
ନୂଆଦିଲ୍ଲୀ,୨୩।୩: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ସଂଗଠିତ ହିଂସା ଉପରେ ବୁଧବାର ଶୋକ ପ୍ରକାଶ କରିବା ସହ ଦୋଷୀଙ୍କୁ ଧରିବା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “ମୁଁ ଆଶା କରୁଛି, ରାଜ୍ୟ ସରକାର…
ଇତିହାସ ରଚିବା ପାଇଁ ବାଂଲାଦେଶକୁ ଦରକାର ୧୫୫ ରନ୍
ସେଞ୍ଚୁରିଆନ,୨୩।୩: ଇତିହାସ ରଚିବା ଠାରୁ ହାତେ ଦୂରରେ ଅଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କଦାପି ଗୋଟିଏ ଦିନିକିଆ ମ୍ୟାଚ୍ ଜିତି ନ ଥିବା ବାଂଲାଦେଶ ପାଖରେ ଏବେ ସିରିଜ୍ ଜିତିବାର ସୁଯୋଗ ଅଛି। ସେଞ୍ଚୁରିଆନଠାରେ ଖେଳାଯାଉଥିବା ନିର୍ଣ୍ଣାୟକ ତଥା ତୃତୀୟ…
ମେଳାରେ ମୁସଲିମ ଭେଣ୍ଡରଙ୍କୁ ମନା
ଉଡୁପି,୨୩।୩: କର୍ନାଟକର ଉଡୁପି ଜିଲାରେ ହୋସା ମାରଗୁଡ଼ି ମନ୍ଦିରଠାରେ ପ୍ରତି ବର୍ଷ ବସୁ ଥିବା ମେଳା କଦାପି ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଭେଦଭାବ କରି ନାହିଁ। ପ୍ରତି ବର୍ଷ ହିନ୍ଦୁ ଷ୍ଟଲ ମାଲିକଙ୍କ ସହ ଦୋକାନ ପକାନ୍ତି ୧୦୦ରୁ ଊର୍ଦ୍ଧ୍ୱ…
ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି
ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍ ସିଗ୍ନାଲ ଦେଇଛି ବିସିସିଆଇ। ଫଳରେ କ୍ରିକେଟ ପ୍ରେମୀ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ…

