ରୁଷିଆ ସହ ଯୁଦ୍ଧ ଲଢ଼ୁଛନ୍ତି ରାମଚରଣଙ୍କ ବଡିଗାର୍ଡ; ସହାୟତା କରି ଚର୍ଚ୍ଚାରେ…

ହାଇଦ୍ରାବାଦ: ଆଉ ଦିନକ ପରେ ପରଦାକୁ ଆସିବ ଏସ୍‌.ଏସ୍‌. ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏଥିରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର୍‌ ନଜର ଆସିବେ। ଫିଲ୍ମକୁ ନେଇ ଉଭୟ କଳାକାର ଚର୍ଚ୍ଚାରେ ଥିବା ବେଳେ ଏବେ ଭିନ୍ନ କାରଣକୁ ନେଇ ଖବର ଶିରୋନାମା ପାଲଟିଛନ୍ତି ରାମଚରଣ। ୟୁକ୍ରେନ୍‌ରେ ଯୁଦ୍ଧ ଲଢ଼ୁଥିବା ବଡ଼ିଗାର୍ଡ ରଷ୍ଟିଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସେ। ରଷ୍ଟି ଏକ ଭିଡିଓ ଜାରି କରି ସୁପରଷ୍ଟାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘ଆର୍‌ଆର୍‌ଆର୍‌’ର ଏକ ଗୀତ ୟୁକ୍ରେନ୍‌ର କ୍ୱିଭ୍‌ରେ ଶୁଟିଂ କରାଯାଇଥିଲା। ଏହି ସମୟରେ ରାମ ଚରଣଙ୍କ ବଡିଗାର୍ଡ ଥିଲେ ରଷ୍ଟି। କିଛିଦିନ ତଳେ ଅଭିନେତା ସେଠାକାର ପରିସ୍ଥିତି ଏବଂ ପରିବାରର ଲୋକଙ୍କ ବିଷୟରେ ତାଙ୍କଠାରୁ ପଚାରି ବୁଝିଥିଲେ। ଏହାର ଜବାବରେ ସେ ସେଠାକାର ସେନାରେ ଯୋଗ ଦେଇଥିବା ରଷ୍ଟି କହିଥିଲେ। ଏହାଶୁଣି ରାମଚରଣ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ପଠାଇବା ସହ ପରିବାରର ଯତ୍ନ ନେବାକୁ କହିଥିଲେ।

ରାମଚରଣଙ୍କ ଏଭଳି ସହାୟତା ବିଷୟରେ ରଷ୍ଟି ଭିଡିଓ ଜାରି କରି କହିଛନ୍ତି। ପ୍ରଯୋଜକ ବି.ଏ. ରାଜୁ ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି। ଏହା ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ କୁହି ଚାଓ୍ବଲାଙ୍କ ସହ ୬-୭ ବର୍ଷ କଥା ହେଉ ନ ଥିଲେ ଅମିର ଖାନ

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ପ୍ରଥମ ଥର ପାଇଁ ‘କୟାମତ ସେ କୟାମତ ତକ’ରେ ଏକାଠି ନଜର ଆସିଥିଲେ।...

କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଥିଲେ ଇର୍ଫାନ !

ମୁମ୍ବାଇ: ବଲିଉଡ୍‌ର ନାମୀଦାମୀ କଳାକାର ଭିତରେ ଇର୍ଫାନ ଖାଁଙ୍କ ନାଁ ଥିଲା ଅନ୍ୟତମ। ଏପ୍ରିଏ ୨୯, ୨୦୨୦ରେ ତାଙ୍କର ପରଲୋକ ହୋଇଥିଲେ ମଧ୍ୟ ଏବେବି ସେ...

ଅନ୍ଧବିଶ୍ୱାସର ଶିକାର ହୋଇ ବିବାହ କରି ନ ଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର...

କରଣ ଜୋହରଙ୍କ ଏହି ଫିଲ୍ମରେ ସ୍ବାମୀ ହର୍ଷଙ୍କ ସହ ନଜର ଆସିବେ କମେଡି କୁଇନ୍‌

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ଭାରତୀ ସିଂ ତାଙ୍କ ପ୍ରଶଂସକଙ୍କୁ ହସେଇବା ପାଇଁ କୌଣସି ମୌକା ହାତ ଛଡା କରନ୍ତି ନାହିଁ। ଭାରତୀ ସୋସିଆଲ ମିଡିଆରେ...

ସ୍ତ୍ରୀଙ୍କର ବିନା ପୋଷାକ ପେଣ୍ଟିିଂ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା…

ମୁମ୍ବାଇ, ୧୦।୧୨: ବଲିଉଡ୍‌ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ଗୁରୁବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର...

କକାଙ୍କୁ ଜଣା ନାହିଁ ଏହି ମାସରେ ବିବାହ କରିବେ ପୁତୁରା ବରୁନ୍‌ ଧାଓ୍ବନ…

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହେଉଛି ଅଭିନେତା ବରୁଣ ଧାୱନଙ୍କ ବିବାହ । ଗତ କିଛିଦିନ ହେବ ଏହି ଖବର ଜୋର ଧରିଛି...

ନୁସ୍‌ରତଙ୍କ ଗ୍ରାଣ୍ଡ ପାର୍ଟି ପାଇଁ ଚାଲିଛି ପ୍ରସ୍ତୁତି, ଏମିତି ରହିଛି ମେନୁ…

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ଗ୍ରାଣ୍ଡ ଓ୍ବେଡିଂ ରିସେପ୍‌ଶନ ପାର୍ଟି ୪ ଜୁଲାଇ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବ। କଲିକତାର ଆଇଟିସି...

ଝିଅ ଜନ୍ମପରେ ମା’ବାପାଙ୍କୁ କ୍ଷମା ମାଗିଥିଲେ ଏହି ଅଭିନେତା: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଶାହିଦ କପୁର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଶାହିଦଙ୍କ ସ୍ତ୍ରୀ ମୀରା କପୁର ଏବଂ ପିଲା...

Advertisement
Archives

Model This Week