ଶେଷ ହେଲା ଲକ୍ଷ୍ନୌର ଖେଳାଳି ଖୋଜିବା ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ତମ ସଂସ୍କରଣ ପୂର୍ବରୁ ଆହତ ସମସ୍ୟା କାରଣରୁ ମାର୍କ ଉଡ୍‌ ଓହରିବା ପରେ ତାଙ୍କ ବଦଳ ଖେଳାଳି ଖୋଜୁଥିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ। ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଭାଗ ନେବାକୁ ଯାଉଥିବା ନୂଆ ଫ୍ରାଞ୍ଚାଇଜର ବଦଳ ଖେଳାଳି ଖୋଜିବା ପ୍ରକ୍ରିୟା ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ର୍ୟୁ ଟେ’ଙ୍କ ପାଖରେ ଶେଷ ହୋଇଛି। ଅଷ୍ଟ୍ରେଲିଆ ଖେଳାଳିଙ୍କ ପୂର୍ବରୁ ଲକ୍ଷ୍ନୌ ବାଂଲାଦେଶ ପେସର ତାସ୍କିନ ଅହମ୍ମଦଙ୍କ ସହ ଯୋଗାଯୋଗ କରିଥିଲା। ହେଲେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତାଙ୍କୁ ଆଇପିଏଲ ପାଇଁ ଏନ୍‌ଓସି ଦେବାକୁ ମନା କରି ଦେଇଥିଲା। ଏହାପରେ ଜିମ୍ବାଓ୍ବେ ପେସର ବ୍ଲେସିଂ ମୁଜରାବାନିଙ୍କ ସହ ଦଳ ଚୁକ୍ତି କରିପାରେ ବୋଲି ଚର୍ଚ୍ଚା ହେଉଥିଲା।

“ଏଲ୍‌ଏସ୍‌ଜି ଉଡ୍‌ଙ୍କ ବଦଳ ଖେଳାଳି ଭାବେ ଆଣ୍ଡ୍ର୍ୟୁ ଟେଙ୍କ ସହ ଚୁକ୍ତି କରିଛି” ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଉଡ୍‌ଙ୍କ କହୁଣୀରେ ଆଘାତ ଲାଗିଥିଲା।

ଅଷ୍ଟ୍ରେଲିଆକୁ ୩୨ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ଟେ’ଙ୍କ ନାମରେ ୪୭ ଅନ୍ତର୍ଜାତୀୟ ଉଇକେଟ ରହିଛି। ଏହି ଡାହାଣହାତୀ ପେସର ଏପର୍ଯ୍ୟନ୍ତ ଆଇପିଏଲରେ ୨୭ ମ୍ୟାଚ୍‌ ଖେଳି ୪୦ ଉଇକେଟ ନେଇଛନ୍ତି। ସେ ୧ କୋଟି ଟଙ୍କାର ପାଉଣାରେ ଏଲ୍‌ଏସ୍‌ଜିରେ ଯୋଗ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥିପାଇଁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହାର୍ଦ୍ଦିକ

ନାଭି ମୁମ୍ବାଇ, ୪।୫: ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳୁଥିବା ଗୁଜରାଟ ଟାଇଟନ୍ସ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଗୋଟିଏ ପରେ ଗୋଟିଏ ମ୍ୟାଚ୍‌...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ମାସ୍କ ପିନ୍ଧିଲେ ରେସଲର

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ଭାରତରେ କରୋନା ଭାଇରସର ବିପଦ ନାହିଁ। ଏହା ସତ୍ତ୍ୱେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ କେତେଜଣ ରେସଲର...

ରୋହିତ ଶର୍ମା ମାରିଲେ ଏମିତି ଛକା: ଡରିଗଲେ ଖେଳାଳିଙ୍କ ସ୍ତ୍ରୀ

ଚେନ୍ନାଇ,୨୧।୪: ଆଇପିଏଲର ୧୩ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ମୁମ୍ବାଇ...

ପ୍ରଥମ ଟେଷ୍ଟ: ଇଂଲଣ୍ଡର ୩୫୩ରେ ଅଲଆଉଟ

ମାଉଣ୍ଟ ମାଉନଗାନୁଇ, ୨୩।୧୧(ଏଏଫ୍‌ପି)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୧୨୪ ଓଭରରେ ୩୫୩...

‘ମୁଁ ଖେଳାଳିଙ୍କୁ ଭିକ ମାଗିପାରିବି ନାହିଁ’

ପୋର୍ଟ ଅଫ୍‌ ସ୍ପେନ୍‌,୧୦।୮: ୱେଷ୍ଟଇଣ୍ଡିଜ ଅପେକ୍ଷା କାରିବିଆନ ଦେଶଗୁଡିକର ଖେଳାଳିମାନେ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ୱେଷ୍ଟଇଣ୍ଡିଜ ମୁଖ୍ୟ କୋଚ ଫିଲ...

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ...

ବର୍ଡର-ଗାଭାସ୍କର ଟ୍ରଫି: ଅନ୍ତିମ ଟେଷ୍ଟରେ ଟିମ୍‌ ଇଣ୍ଡିଆରେ ଖେଳାଳି ପରିବର୍ତ୍ତନ

ଅହମଦାବାଦ,୮ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆର...

କ୍ରିକେଟ୍‌ ପଡିଆରେ ଅଳସୁଆ ଏହିସବୁ କ୍ରିକେଟର୍‌, ରନ୍‌ ନେବାକୁ କରନ୍ତି କୁଣ୍ଠାବୋଧ

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ...

Advertisement
Archives

Model This Week