କ୍ରିକେଟ ଛାଡ଼ି ଦିଅନ୍ତୁ ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ
କାନୁପର, ୨୫।୧୧: ଗୁରୁବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ପ୍ରଥମ ଦିନ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୨୫୮ ରନ୍ କରିଛି। କାଇଲ ଜେମିସନଙ୍କ ବୋଲିଂ ଯୋଗୁ ଭାରତ ଏକଦା ୧୪୫ ରନ୍ରେ ୪ ଉଇକେଟ…
ଇଣ୍ଟରପୋଲ୍ ଟପ୍ କମିଟିରେ ଭାରତୀୟ
ନୂଆଦିଲ୍ଲୀ, ୨୫।୧୧: ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଗୁରୁବାର ଏସିଆ ମହାଦେଶରୁ ଇଣ୍ଟରପୋଲ କାର୍ଯ୍ୟକାରିଣୀ କମିଟିକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଏହି କମିଟିର ଦୁଇଟି ପଦବୀ ପାଇଁ ହୋଇଥିବା ନର୍ବାଚନରେ ଚାଇନା, ସିଙ୍ଗାପୁର, ରିପବ୍ଳିକ୍ ଅଫ୍ କୋରିଆ ଏବଂ…
କାଟ୍ରିନାଙ୍କ ମେହେନ୍ଦି ଖର୍ଚ୍ଚ ଏତିକି ଟଙ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କେଫ୍ ଏବଂ ଅଭିନେତା ଭିକି କୌଶଲ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହାନ୍ତରେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ ସମ୍ପନ୍ନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେମାନେ…
କୋଇଲା ଖଣିରେ ନିଆଁ: ଫସିଛନ୍ତି ୪୬ ଶ୍ରମିକ
ମସ୍କୋ, ୨୫।୧୧: ରୁଷିଆର ସାଇବେରିଆରେ ଥିବା ଏକ କୋଇଲା ଖଣିରେ ଗୁରୁବାର ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନ୍ୟ କେତେଜଣ ଖଣି ଭିତରେ ଫସିରହିଥିବା ଜଣାପଡ଼ିଛି। କେମେରୋଭୋ ଅଞ୍ଚଳର ଲିସ୍ଭ୍ୟାଝନାୟା ଖଣିର…
କଙ୍ଗନାଙ୍କ ପାଇଁ ଜାରି ହେଲା ସମନ
ନୂଆଦିଲ୍ଲୀ, ୨୫।୧୧: ସୋସିଆଲ ମିଡିଆରେ ଶିଖ୍ ବିରୋଧୀ ମନ୍ତବ୍ୟ ଦେଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତ୍ଙ୍କୁ ସମନ ଜାରି କରିଛି ଦିଲ୍ଲୀ ବିଧାନସଭା କମିଟି। ଏଥିରେ ଆସନ୍ତା ୬ ତାରିଖରେ ଆମ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ଅଧ୍ୟକ୍ଷତାରେ ଗଠିତ…
ଛାତ୍ରୀନିବାସ ଲାଗି ଦାନ କଲେ ଯୌତୁକ ଟଙ୍କା
ଜୟପୁର,୨୫।୧୧: ଶିଶୁ କନ୍ୟାଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ଯୌତୁକ ବାବଦକୁ ଦିଆଯିବାକୁ ଥିବା ଟଙ୍କାରେ ଝିଅମାନଙ୍କ ଲାଗି ଏକ ହଷ୍ଟେଲ ନିର୍ମାଣ କରିବାକୁ ଅନୁରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। କିଶୋର ସିଂ କାନୋଦଙ୍କ ଝିଅ ଅଞ୍ଜଳୀ…
ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ
ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ…
ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ପ୍ରତିଦିନ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ପତ୍ରରେ ସେ ଉଲ୍ଲେଖ କରିଛନ୍ତି,…
ଚଳନ୍ତା କାରରେ ବଳାତ୍କାର
ମଥୁରା,୨୫।୧୧: ଚଳନ୍ତା କାରରେ ୨୧ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି। ମଙ୍ଗଳବାର ସବ୍-ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ପୀଡ଼ିତା ଆଗ୍ରା ଯାଇଥିଲେ। ସେଠାରୁ ଫେରିବା ବାଟରେ ପୀଡ଼ିତାଙ୍କୁ କାରରେ ବଳାତ୍କାର କରାଯାଇଛି ବୋଲି ଏସ୍ପି ଶ୍ରୀଶ ଚନ୍ଦ୍ରା କହିଛନ୍ତି। ବଳାତ୍କାର ପରେ…
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ କଠୋରଦଣ୍ଡ ଦେଲେ
ମାଲକାନଗିରି,୨୫ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ତଥା ନଡକେଲ ଗ୍ରାମ ନିବାସୀ ସୁକଡାଲ କଶ୍ୟପ(ସୁୁକ୍କୁ)। ମାଓବାଦୀ ଭୈରମଗଡ଼ ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରିକରି…
ଡବ୍ଲ୍ୟୁଟିସିରେ ଭାରତକୁ ପଛରେ ପକାଇଲା ଶ୍ରୀଲଙ୍କା
ଗାଲେ,୨୫।୧୧: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୮୭ ରନ୍ରେ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଘରୋଇ ଶ୍ରୀଲଙ୍କା ଦଳ ସିରିଜ୍ରେ ୧-୦ ଅଗ୍ରଣୀ ହାସଲ କରିଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସାଇକେଲରେ…
ବିକ୍ରି ପାଇଁ ଆସିଥିଲା ବଜ୍ରକାପ୍ତା
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ସାତକୋଶିଆ ମହୁଲଦିଆ ଅଞ୍ଚଳରୁ ଗୁରୁବାର ଜୀବନ୍ତ ଅବସ୍ଥାରେ ଏକ ବଜ୍ରକାପ୍ତା ଜବତ କରାଯାଇଛି । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସ୍ଟିଏଫ୍ର ଏକ ଟିମ୍ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଜବତ କରିଥିଲେ। ଏପରି କି ଏସ୍ଟିଏଫ୍…
Archives


