ପାକିସ୍ତାନ ଉପରେ ଆଉ ଏକ ସଙ୍କଟ, ଚାଇନା ମାଗିଲାଣି ୫୫.୬ ମିଲିୟନ ଆମେରିକୀୟ ଡଲାର ବାକି ଋଣ

ଇସଲାମାବାଦ,୨ ।୪: ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଯେମିତି ମାଡି ଆସୁଛି । ଏବେ ‘ଲାହୋର ଅରେଞ୍ଜ ଲାଇନ ପରିଯୋଜନା’ ସମ୍ବନ୍ଧିତ ୫୫.୬ ମିଲିୟନ ଆମେରିକୀୟ ଡଲାର ବକେୟା ଋଣ ଫେରସ୍ତ ମାଗିଲାଣି ଚାଇନା । ପାକିସ୍ତାନ ଏହା ନଭେମ୍ବର ୨୦୨୩ ସୁଧା ପରିଶୋଧ କରୁ ବୋଲି କହିଛି ଚାଇନା । ଚାଇନା ରେଲୱେ-ନର୍ଥ ଇଣ୍ଡଷ୍ଟ୍ରିଜ କର୍ପୋରେଶନ ‘ଲାହୋର ଅରେଞ୍ଜ ଲାଇନ’ ପ୍ରୋଜେକ୍ଟକୁ ସମୟ ମଧ୍ୟରେ ଶେଷ ହେବା ପରିବର୍ତ୍ତେ ବିଭିନ୍ନ ରାଶି ଦେବାରେ ବିଳମ୍ବ ହେବା ଦେଖି ପଞ୍ଜାବ ମାସ ୟୁନିଟ ଅଥରିଟିଙ୍କଠାରୁ ୟୁଏସଡିର ବକେୟା ରାଶି ଦେବାକୁ କହିଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ପାକିସ୍ତାନ ମାର୍ଚ୍ଚ ସୁଦ୍ଧା ୪୩.୩ ମିଲିୟନ ଆମେରିକି ଡଲାର ପଇଠ କରିବାକୁ କୁହାଯାଇଥିଲା । ଆଉ ଚଳିତ ବର୍ଷ ଶେଷ ସୁଦ୍ଧା ୧୦.୩ ମିଲିୟନ ଆମେରିକି ଡଲାର ବାକିଥିବା ରାଶିକୁ ଭରଣା କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ‘ଲାହୋର ଅରେଞ୍ଜ ଲାଇନ’ ପ୍ରୋଜେକ୍ଟ ୨୫ ମାସ ବିଳମ୍ବରେ ୮ ଅକ୍ଟୋବର ୨୦୨୦ରେ ସମ୍ପୂର୍ଣ୍ଣ ହୋଇଥିଲା । ଏଥିରେ ୯୨୨ ମିଲିୟନ ଆମେରିକି ଡଲାର ଖର୍ଚ୍ଚ ହୋଇଛି । ଏହା ପାକିସ୍ତାନର ପ୍ରଥମ ମେଟ୍ରୋ ଲାଇନ୍ । ୨୦୨୦ରୁ ଏହି ରୁଟରେ ଟ୍ରେନ୍ ଯଅ।। ଆସ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ...

ଦକ୍ଷିଣ ଆଫ୍ରିକାରେ ହାହାକାର, ୪୪୩ ମୃତ-୪୦ ହଜାରରୁ ଅଧିକ ବେଘର…

କେପ୍‌ ଟାଉନ୍‌, ୧୮।୪ : ଦକ୍ଷିଣ ଆଫ୍ରିକା କରୋନା  ବିପର୍ଯ୍ୟୟରୁ ମୁକୁଳିବାକୁ ପ୍ରୟାସ କରୁଥିବାବେଳେ ପୁଣି ଏକ ବିପଦ ଯୋଗୁ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ଦକ୍ଷିଣ...

୧୦ ହଜାର ରୁଷିଆ ସୈନ୍ୟଙ୍କୁ ମାରିଛୁ…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ସତ୍ତ୍ୱେ ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଆମେ ୧୦...

ଖୋଲିବାକୁ ଯାଉଛି ଇତିହାସର ସବୁଠୁ ବଡ଼ ଦୁର୍ନୀତି

ପାନାମା ସିଟି, ୩।୧୦: ପାନାମା ପେପର୍ସ ଭଳି ଆଉ ଏକ ବିଶ୍ୱସ୍ତରୀୟ ବଡ଼ ଦୁର୍ନୀତିର ରହସ୍ୟ ଉନ୍ମୋଚନ ହେବାକୁ ଯାଉଛି। ପାନାମା ପେପର୍ସ ସ୍କାଣ୍ଡାଲ ୨.୦...

ୟେମେନ୍‌ ଗୃହଯୁଦ୍ଧ: ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ନେଇଛି; ୫ ଲକ୍ଷ ଛାଡ଼ିଛନ୍ତି ସ୍କୁଲ

ସାନା,୨୪।୧୦: ୟେମେନ୍‌ରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ଇତିମଧ୍ୟରେ ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ଯାଇଛି। ସେହିପରି ୫ ଲକ୍ଷରୁ ଅଧିକ ଶିଶୁ ସ୍କୁଲ...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୧୫ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୭।୧୨: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୧୫ ଜଣ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କନ୍ଧାହାରର ଦକ୍ଷିଣାଞ୍ଚଳରେ ଏଭଳି ଘଟିଛି। ଆଫଗାନିସ୍ତାନର ସ୍ପତନ୍ତ୍ର ସୁରକ୍ଷାକର୍ମୀ ତାଲିବାନ୍‌...

ନଭାଲନିଙ୍କୁ ୯ ବର୍ଷ ଜେଲ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନି ଏକ ଠକେଇ ଏବଂ ଅଦାଲତ ଅବମାନନା ମାମଲାରେ...

‘ବହୁ ଆଗରୁ କରିବାର ଥିଲା’

ଓ୍ବାଶିଂଟନ,୪ା୧: ଜେନେରାଲ କାସିମ ସୋଲେମାନି ଦୀର୍ଘ ସମୟ ଧରି ହଜାର ହଜାର ଆମେରିକୀୟଙ୍କୁ ହତ୍ୟା କିମ୍ବା ରକ୍ତାକ୍ତ କରିବାରେ ଲାଗିଥିଲେ। ଏହାସହ ସେ ଆହୁରି ଅନେକଙ୍କୁ...

Advertisement
Archives

Model This Week