Posted inଜାତୀୟ

ଗୁଜରାଟ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିବ ଏଏପି

ନୂଆଦିଲ୍ଲୀ,୨ ।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ନଜର ଗୁଜରାଟ ବିଧାନସଭା ଉପରେ । ଶନିବାରଠାରୁ କେରିୱାଲ ଗୁଜରାଟରେ ଶଙ୍ଖନାଦ କରିବାକୁ ଯାଉଛନ୍ତି । ଅରବିନ୍ଦ କେଜରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ । ଦୁଇ ନେତା ଅହମ୍ମଦାବାଦରେ ମେଗା ରୋଡ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତା ତ୍ରିରଙ୍ଗା ଯାତ୍ରାରେ ବି ସାମିଲ ହେବେ । ଏପ୍ରିଲ ୩ରେ ଅର୍ଥାତ୍ ରବିବାର କେଜରିୱାଲ ସକାଳ ୧୦ଟା ୩୦ରେ ସ୍ୱାମୀନାରାୟଣ ମନ୍ଦିର ଦର୍ଶନ ପାଇଁ ଯିବେ । ଏହାପରେ ଗୁଜରାଟରେ ଥିବା ଦଳୀୟ ନେତାଙ୍କ ସହ ସାକ୍ଷାତ୍ କରିବେ ଓ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ଫେରି ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଜି-୨୦ରେ ଭାରତ-ସୌଦି ଆରବ ଚୁକ୍ତିରେ ଚକିତ ହୋଇଛି ପାକିସ୍ତାନ, ସୋସିଆଲ ମିଡିଆରେ ଲୋକେ କହୁଛନ୍ତି ଆମେ ଲଜ୍ଜିତ

ନୂଆଦିଲ୍ଲୀ,୧୧।୯: ଭାରତରେ ପ୍ରଥମ ଥର ପାଇଁ ସଫଳ ହୋଇଥିବା ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଏଥିରେ ଅଂଶଗ୍ରହଣ କରିବା ପରେ...

ଆରମ୍ଭ ହେଲା ଶରଦ ପାଓ୍ବାରଙ୍କ ଖରାପ ଦିନ: ଅଠାଓ୍ବଲେ

ନୂଆଦିଲ୍ଲୀ,୯।୭: ମହାରାଷ୍ଟ୍ରରେ ଏନସିପିରେ ଫାଟ ପରେ ରାଜନୀତି ହୋଇଛି ସରଗରମ। ଏହି ରାଜାନୈତିକ ଘଟଣାକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧୀ ଦଳ ମଧ୍ୟରେ...

ଜେପିସି ତଦନ୍ତ ଦାବିକଲେ ବିରୋଧୀ

ନୂଆଦିଲ୍ଲୀ/ମୁମ୍ବାଇ,୩ା୨:ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଦାନୀ ସମୂହ ବିରୋଧରେ ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ...

କରୋନା ସଂକ୍ରମଣ ମା’ଙ୍କ ଠାରୁ ନବଜାତକଙ୍କୁ ହେବାର ରହିଛି ବି ଆଶଙ୍କା !

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ୍‌ (ଆଇସିଏମ୍‌ଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମିତ...

ଗସ୍ତ ଏକ, ଲକ୍ଷ୍ୟ ଅନେକ…

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୪ରେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷମତାକୁ ଆସିବା ପରେ ଏହା ମୋଦିଙ୍କ...

ଭାଜପାକୁ ଟକ୍କର ଦେଇପାରିବ ନାହିଁ ତୃତୀୟ ମୋର୍ଚ୍ଚା: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୨।୬: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତୃତୀୟ ମୋର୍ଚ୍ଚା ଗଠନକୁ ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୧୫ ଦିନ ମଧ୍ୟରେ ଦୁଇଥର ଜାତୀୟତାବାଦୀ କଂଗ୍ରେସ...

ଚାଇନାକୁ ହିମାଳୟ ଭୂମି ଛାଡ଼ି ଦେଇଛି ଭାରତ

ନୂଆଦିଲ୍ଲୀ,୨୨ା୯: ସୀମାରେ ଚାଇନା ସହ ବିବାଦ ପରେ ଭାରତ ସରକାର ହିମାଳୟ ନିକଟ ଭୂମିକୁ ବେଜିଂକୁ ଛାଡ଼ି ଦେଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।...

ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ, ୧୪।୨: ବମ୍ବେ ଆଇଆଇଟିରେ ୧୮ ବର୍ଷୀୟ ଛାତ୍ର ଦର୍ଶନ ସୋଲାଙ୍କିଙ୍କ ଆତ୍ମହତ୍ୟା ନେଇ କଲେଜରେ ଉତ୍ତେଜନା ଦେଖାଯାଇଛି। ରବିବାର କଲେଜର ପୋଓ୍ବାଇ କ୍ୟାମ୍ପସ୍‌ରେ ଦର୍ଶନ...

Advertisement
Archives

Model This Week