‘ଆର୍‌ଆର୍‌ଆର୍‌’ ପୋଷ୍ଟର ହଟାଇବା ନେଇ ମୁହଁ ଖୋଲିଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଫିଲ୍ମ‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆର୍‌ଆର୍‌ଆର୍‌’ସୁପରହିଟ୍‌ ହୋଇଛି। ଆଲିଆଙ୍କ ଦମ୍‌ଦାର ଅଭିନୟକୁ ଦେଖି ଦର୍ଶକ ପ୍ରଶଂସା କରୁଛନ୍ତି। ଏହାରି ଭିତରେ ଆଲିଆ ‘ଆର୍‌ଆର୍‌ଆର୍‌’ର ପୋଷ୍ଟର ଡିଲିଟ୍‌ କରିବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଆଲିଆ।ସେ କହିଛନ୍ତି, ସମସ୍ତଙ୍କୁ ଅନୁରୋଧ କରୁଛି , ଦୟାକରି ନିଜ ଅନୁମାନକୁ ଅନ୍ୟ ଉପରେ ଲଦି ଦିଅନ୍ତୁ ନାହିଁ । ତାହା ଆପଣଙ୍କ ମତ ହୋଇପାରେ। ହେଲେ ତାହା ସହ ଅନ୍ୟଜଣଙ୍କ ମତ ମେଳ ଖାଇବ ବୋଲି କିଛି ମାନେ ନାହିଁ। ମୁଁ ସବୁବେଳେ ମୋ ସୋସିଆଲ ମିଡିଆ ଆକାଉଣ୍ଟକୁ ତାଜା ରଖିବାକୁ ଚେଷ୍ଟା କରେ, ତେଣୁ ପୁରୁଣା ପୋଷ୍ଟକୁ ହଟାଇ ନୂଆ ଫଟୋ, ଭିଡିଓକୁ ସାମିଲ କରେ ବୋଲି କହିଛନ୍ତି।
‘ଆରଆରଆର’ ଫିଲ୍ମ ବ୍ଲକବଷ୍ଟର ହୋଇଥିବା ବେଳେ ଏଥିରେ ଆଲିଆଙ୍କୁ ମିଳିଥିବା କମ ସ୍କ୍ରିନ ମିଳିଥିଲା। ଯାହାକୁ ନେଇ ଖୁସି ନ ଥିଲେ ଆଲିଆ। ଏହି ଫିଲ୍ମରେ ଆଲିଆଙ୍କର କେବଳ ୯ ମିନିଟ୍‌ ସିନ ଥିବା ବେଳେ ତାଙ୍କର ସୀତା ଚରିତ୍ରଟି ସେତେଟା ଦମ୍‌ଦାର ମଧ୍ୟ ନ ଥିଲା। ଏହାକୁ ନେଇ ରାଗରେ ଆଲିଆ ନିଜ ଇନଷ୍ଟାଗ୍ରାମରୁ ‘ଆର୍‌ଆର୍‌ଆର୍‌’ର ପୋଷ୍ଟର ଡିଲିଟ୍‌ ଖବର ପ୍ରଚାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୫ ବର୍ଷ ପରେ ତେଲୁଗୁ ଫିଲ୍ମରେ କାମ କରିବେ ଅନୁପମ

ମୁମ୍ବାଇ: ନିଜର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଅଭିନେତା ଅନୁପମ ଖେର । ଏବେ ସେ ତାଙ୍କର...

କମ୍‌ ବୟସରେ ଆତ୍ମହତ୍ୟା କରିଥିବା ସେଲିବ୍ରିଟି

କୌଣସି ନା କୌଣସି କାରଣକୁ ନେଇ ଖୁବ୍‌ କମ୍‌ ବୟସରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ… ପ୍ରତ୍ୟୁଷା...

ଲକ୍‌ଡାଉନ୍‌ ପରେ ‘ଦ କପିଲ ଶର୍ମା ଶୋ’ର ପ୍ରଥମ ଅତିଥି ହେବେ ଏହି ଅଭିନେତା, ଜାଣନ୍ତୁ କେବେଠାରୁ ହେବ ପ୍ରସାରିତ

ସୋନି ଟିଭିରେ ପ୍ରସାରିତ କମେଡି ଶୋ’ ‘ଦ କପିଲ ଶର୍ମା’ର ଶୁଟିଂ ଦୀର୍ଘ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଶୋ’ର ପ୍ରଥମ...

ବୁର୍ଜ ଖଲିଫାରେ ‘୮୩’ର ଟ୍ରେଲର, ଖୁସିରେ କାନ୍ଦି ପକାଇଲେ ଦୀପିକା

ମୁମ୍ବାଇ: କବିର ଖାଁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ର ଟ୍ରେଲର ଦର୍ଶକଙ୍କ ଏକ୍ସସାଇଟମେଣ୍ଟକୁ ବଢାଇ ଦେଇଛି । ସମସ୍ତେ ଟ୍ରେଲର ଦେଖିବା ପରେ ଫିଲ୍ମ ନିଶ୍ଚୟ ହିଟ...

ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କୁ ଦିଆଯାଇଛି ବିଶେଷ ସୁରକ୍ଷା : ମାସକୁ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ

ବଲିଉଡ୍‌ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ପ୍ରଥମ ଗୀତ

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ମୋଷ୍ଟ ଆୱେଟେଡ ଫିଲ୍ମ ତାଲିକାରେ ସାମିଲ ହୋଇଥିବା...

‘ଧଡକନ’ଫିଲ୍ମର ସିକ୍ୱୁଏଲରେ ନିଜ ପୁଅକୁ ଦେଖିବାକୁ ଚାହୁଁଛନ୍ତି ସୁନିଲ

ମୁମ୍ବାଇ: ଅକ୍ଷୟ କୁମାର, ସୁନିଲ ସେଟ୍ଟି ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଫିଲ୍ମ ‘ଧଡକନ’ ଦିନେ ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିବା ବେଳେ ଦର୍ଶକେ...

ଶୁଟିଂ ବେଳେ ଗାୟିକାଙ୍କୁ କାମୁଡିଲା ସାପ: ଦେଖନ୍ତୁ ଭୟଙ୍କର ଭିଡିଓ

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ପରେ ଏବେ ହଲିଉଡ ସିଙ୍ଗର ମେଟା ମଧ୍ୟ ସର୍ପାଘାତର ଶିକାର ହୋଇଛନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ...

Advertisement
Archives

Model This Week