ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ସାହିତ୍ୟ ଏକାଡେମୀ ଦିଗ୍‌ଦର୍ଶକ

ଭୁବନେଶ୍ୱର,୨।୪(ବ୍ୟୁରୋ): ଓଡ଼ିଆ ଭାଷାକୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ବର୍ତ୍ତମାନ ତା’ର ପ୍ରୟାସକୁ ତୀବ୍ରତର କରିଛି। ଏହାକୁ ସମୃଦ୍ଧ କରିବାରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ସାହିତ୍ୟ ଏକାଡେମୀ ଦିଗ୍‌ଦର୍ଶକ ସାଜିଛି ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଏକାଡେମୀ ପକ୍ଷରୁ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ ଓଡ଼ିଶା ଦିବସ ପାଳନ ଅବସରରେ ମନ୍ତ୍ରୀ କହିଲେ, ଯେତେ ପଢିବେ, ସେତେ ଓଡ଼ିଆ ଜାଣିବେ। ପଠନ ମାଧ୍ୟମରେ କିପରି ଓଡ଼ିଆ ଭାଷା ସହ ସମ୍ପୃକ୍ତି ଯୋଡ଼ିହେବ ସେଥିପାଇଁ ଏକାଡେମୀ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପାଣିଗ୍ରାହୀ ଏକାଡେମୀ ପ୍ରକାଶିତ ପୁସ୍ତକର ଇ-ବିକ୍ରୟ ଓ ଓଡ଼ିଆ ଭର୍ଚୁଆଲ ଏକାଡେମୀ ଓ୍ବେବ୍‌ ପୋର୍ଟାଲରେ ଡିଜିଟାଲ ପ୍ରକାଶନର ଶୁଭାରମ୍ଭ କରିଥିଲେ। ଏଥିସହିତ ସଦ୍ୟ ପ୍ରକାଶିତ ଦାମୋଦର ପଟ୍ଟନାୟକଙ୍କ ସଂକଳିତ ‘ସଙ୍ଗୀତ ସାଗର’, ବିଶ୍ୱନାଥ କବିରାଜକୃତ ସାହିତ୍ୟ ଦର୍ପଣମ୍‌ ଓ ରମେଶ ଚନ୍ଦ୍ର ପାଣିଙ୍କ ସମ୍ପାଦିତ ‘ବିଭୂତି ଭୂଷଣ ତ୍ରିପାଠୀ ଗଳ୍ପସମଗ୍ର’ ପୁସ୍ତକ ଗୁଡ଼ିକର ଲୋକାର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ କହିଲେ, ପିଲାମାନେ ଓଡ଼ିଆରେ ନ ପଢ଼ିଲେ ଓଡ଼ିଆ ଭାଷାର ଅଗ୍ରଗତି ବାଧାପ୍ରାପ୍ତ ହେବ। ଆଦିବାସୀ ଅଞ୍ଚଳର ଅଧିବାସୀ ଓଡ଼ିଆକୁ ଏକ ବିଦେଶୀ ଭାଷା ଭାବନ୍ତି। ସେହି ଅଞ୍ଚଳରେ କିପରି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ ଓ ପାଠ୍ୟପୁସ୍ତକରେ ଗୁରୁତ୍ୱ ରହିବ, ସେଭଳି କିଛି ପଦକ୍ଷେପ ନେବା ଆବଶ୍ୟକ। ନୂଆ ଶବ୍ଦ ସୃଷ୍ଟି ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରାଧାନ୍ୟ ଦେବା ସହ ନିଜର ଏକ ଅଭିଧାନ ପ୍ରସ୍ତୁତ କରିବା ଦରକାର। ସମ୍ମାନିତ ଅତିଥି ତଥା ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଲେ, ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଚିବ ପ୍ରବୋଧ କୁମାର ରାଉତ କହିଲେ, ଏବେ ଡିଜିଟାଲ ପ୍ରକାଶନର ଶୁଭାରମ୍ଭ ଦ୍ୱାରା ପାଠକମାନେ ୮ଟି ଇ-ଶପିଙ୍ଗ ଆପ୍‌ ଯଥା- ଆମାଜନ୍‌, ଫ୍ଲିପ୍‌କାର୍ଟ, ମିସୋ, ଇଣ୍ଡିଆମାର୍ଟ, ସ୍ନାପ୍‌ଡିଲ୍‌, ମାଇଁ ଶପିଫାଏ, ନୋଶନ୍‌ ପ୍ରେସ୍‌, ଅରେଞ୍ଜ ବୁକ୍ସ ମାଧ୍ୟମରେ ଏକାଡେମୀ ପୁସ୍ତକ କିଣି ପାରିବେ। ଏଥିସହ ଓଡ଼ିଆ ଭର୍ଚୁଆଲ ଏକାଡେମୀ ୱେବ୍‌ସାଇଟ୍‌ (ova.gov.in)ରୁ ନିଃଶୁଳ୍କ ଭାବେ ପଢ଼ିବାର ସୁଯୋଗ ପାଇପାରିବେ। ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ କହିଲେ, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ପ୍ରଭାବଶାଳୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ବିମାନ, ଟ୍ରେନ ଆଦିରେ ଯାତ୍ରା ସମୟରେ ଓଡ଼ିଆ ପୁସ୍ତକ ପଢିବାର ସୁବିଧା ପାଇଁ ୬ହଜାର ଟଙ୍କାରେ ୩ହଜାର ପୁସ୍ତକ ଉପଲବ୍ଧ ପାଇଁ ରହିଥିବା ଯୋଜନା ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଉପସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ‘ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା: ସମସ୍ୟା ଓ ସମାଧାନ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱୈତ କୁମାର ପାତ୍ର, ବରେଣ୍ୟ ଅତିଥି ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ଓ ଆଲୋଚକ ସୀତାବଲ୍ଲଭ ମହାପାତ୍ର, ରାମନାରାୟଣ ମିଶ୍ର, ଉଷାରାଣୀ ମହାନ୍ତି, ବିରଜା କୁମାର ଶତପଥୀ ଯୋଗଦେଇଥିଲେ। ଡ. ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?