ଫ୍ୟାଶନ୍ରେ ନୂଆ ସମ୍ଭାବନା
ସ୍ବପ୍ନ ଥିଲା କିଛି ନୂଆ କରିବାର। ନିଜର ଏକ ପରିଚୟ ତିଆରି କରିବାର। ନୂଆ ନୂଆ ପୋଷାକ ପ୍ରତି ରୁଚି ତାଙ୍କୁ ପ୍ରେରଣା ଦେଇଥିଲା ‘ଫ୍ୟାଶନ ଡିଜାଇନ’ରେ କ୍ୟାରିୟର କରିବାକୁ। ଇଏ ଥିଲେ ପୁରୀ ବାସେଳି ସାହି ନିବାସୀ ପିତା ବ୍ରଜବଲ୍ଲଭ…
ପ୍ରଥମ ଦରମାରେ ଗରିବ ମେଧାବୀ ପିଲାଙ୍କୁ ସାହାଯ୍ୟ କରିଥିଲି: ଶିକ୍ଷାବିତ୍ ଡ.ବିଷ୍ଣୁ ଚରଣ ସାହୁ
ଶିକ୍ଷାବିତ୍, ଲେଖକ ତଥା ସମାଜସେବୀ ଡ.ବିଷ୍ଣୁ ଚରଣ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ନାଉପାଳ ଗାଁରେ ମୋର ଜନ୍ମ। ସ୍ଥାନୀୟ ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ୍ କରିବା…
୬ ଭାରତୀୟ ଲେଖିକା
ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍ ଭାବରେ ନିଆଯାଇ ଉପନ୍ୟାସ ରଚନା କରିବା ଏକ ଟ୍ରେଣ୍ଡ ପାଲଟିଛି। ବିଶେଷକରି ସମ୍ପ୍ରତି ଏକବିଂଶ ଶତାବ୍ଦୀରେ ସମ୍ପର୍କକୁ ନେଇ ତଥା…
ଓଡ଼ିଶାର ଲୋକ ବାଦ୍ୟ: ନାମକରଣ ପଛରେ ଯୋଡ଼ିହୋଇଛି ଲୋକକାହାଣୀ, କିମ୍ବଦନ୍ତୀ
ଅନେକ ଲୋକବାଦ୍ୟ ନଟଦେବତା ଶିବଙ୍କଠାରୁ ସୃଷ୍ଟି ହୋଇଥିବାର ବିଭିନ୍ନ କାହାଣୀ ଓ କିମ୍ବଦନ୍ତୀ ରହିଛି। ମାତ୍ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକବାଦ୍ୟର ସ୍ବତନ୍ତ୍ରତା ରହିଛି। ବିଭିନ୍ନ ପ୍ରକାର ଲୋକବାଦ୍ୟ ମାଙ୍ଗଳିକ, ଆଧାତ୍ମିକ କିମ୍ବା ସାଂସ୍କୃତିକ ମନୋରଞ୍ଜନ ଆଦି କାର୍ଯ୍ୟକ୍ରମରେ…
୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍
ଓ୍ବାଶିଂଟନ,୨୩।୨: ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ପ୍ରକୃତରେ ଏହି ଟେଲିଫୋନରେ ନାଜି ବାହିନୀଙ୍କୁ ଆଦେଶ ଦେଇ ହିଟଲର ଲୋକଙ୍କ ମୃତ୍ୟୁର…
ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର
ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଏକ ମନ୍ଦିରମାଳିନୀ ସହର ଭାବେ ଜେଜୁରୀର ବେଶ୍ ଖ୍ୟାତି ରହିଛି। ଖଣ୍ଡୋବା ମନ୍ଦିର ହେଉଛି ଏଠାକାର ସବୁଠୁ ବଡ଼ ଆକର୍ଷଣ। ମରାଠୀ ଭାଷାରେ ଏହା ‘ଖଣ୍ଡୋବାଚୀ ଜେଜୁରୀ’ ନାମରେ ମଧ୍ୟ ପ୍ରସିଦ୍ଧିଲାଭ କରିପାରିଛି। ଉକ୍ତ ମନ୍ଦିରର…
ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ ଶିଶୁ
ରିୟୋ ଡି ଜେନେରିୟୋ,୨୩।୨: ନବଜାତ ଶିଶୁ ପୁଣି ରାଗିବା ଶୁଣିଲେ କାହାକୁ ବି ବିଶ୍ୱାସ ହେବ ନାହିଁ। ତେବେ ବ୍ରାଜିଲ୍ରେ ଏଭଳି ଏକ ଘଟଣା ଘଟିଛି। ଏହି ଘଟଣାର ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରିୟୋ…
ଏୟାର ବେଲୁନରେ ୩୨୮୦ ଫୁଟ ଉପରେ ନାଚିଲେ ୨୬ ବର୍ଷ ବୟସ୍କ ଯୁବକ
ପ୍ୟାରିସ୍, ୨୩।୨: କିଛି ନୂଆ କରି ଦେଖାଇବା ପାଇଁ କେତେକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ। ଫ୍ରାନ୍ସ୍ର ୨୬ ବର୍ଷ ବୟସ୍କ ଯୁବକ ରେମି ଓଭରାର୍ଡ ଏକ ହଟ୍ ଏୟାର ବେଲୁନରେ ଠିଆ ହୋଇ…
ଗୁମ୍ଫାରେ ରହିଛି ସୁନା ଭଣ୍ଡାର: ଇଂରେଜଙ୍କ ତୋପ ବି ଖୋଲି ପାରି ନ ଥିଲା ପଥର ଫାଟକ
ପାଟନା,୨୩।୨: ଭାରତର କେତେକ ସ୍ଥାନରେ କିଛି ରହସ୍ୟ ରହିଛି ତାହାର ସମାଧାନ ବର୍ତ୍ତମାନ ସୁଦ୍ଧା ଆଧୁନିକ ବିଜ୍ଞାନ ଦ୍ୱାରା ବି ସମ୍ଭବ ହୋଇ ପାରିନି। ଏଭଳି ଏକ ରହସ୍ୟ ବିହାରର ରାଜଗିରିରେ ଥିବା ସୋନ ଭଣ୍ଡାର ଗୁମ୍ଫାରେ ରହିଛି। ସ୍ଥାନୀୟ ଲୋକେ…
ଫାଶୀଖୁଣ୍ଟରେ ଝୁଲିଥିଲେ ଏହି ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ରାଷ୍ଟ୍ର ଶାସନର ମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ଅଟନ୍ତି। ଏମାନଙ୍କ ନିର୍ଦ୍ଦେଶରେ ଶାସନ ଚାଲେ। ତେଣୁ ଏମାନଙ୍କ ଉପରେ ସାମାନ୍ୟ ଦୋଷଟିଏ ଲଦିବା ପୂର୍ବରୁ ମଧ୍ୟ ହଜାର ବାର ଭାବିବାକୁ ପଡ଼େ। ଫାଶୀ ତ ଦୂର କଥା।…
ବେନାମୀ ରେଳଷ୍ଟେଶନ
ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ନେଟ୍ଓ୍ବାର୍କ ହୋଇଥିବା ବେଳେ ଏଠାରେ ପ୍ରାୟ ୮୦୦୦ ରେଳଷ୍ଟେଶନ ରହିଛି। କେତେକ ରେଳଷ୍ଟେଶନ ସ୍ବତନ୍ତ୍ରତା ଦୃଷ୍ଟିରୁ ବେଶ୍ ଜଣାଶୁଣା। ପ୍ରାୟ ସମସ୍ତ ରେଳଷ୍ଟେଶନର ନାଁ ରହିଥିବାରୁ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟସ୍ଥଳରେ ଓହ୍ଲାଇବା ସହଜ…
ମଦ୍ରାସାରେ ବିବାହ କଲେ ୭୬ ମୁସଲମାନ, ୨୫ ହିନ୍ଦୁ ଯୋଡି
ବେଲାଗଭି,୨୨।୨: ସାମ୍ପ୍ରଦାୟିକ ସଦ୍ଭାବର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ବେଲାଗଭିରେ ଥିବା ଏକ ମଦ୍ରାସାରେ। ଶୁକ୍ରବାର ଏହି ମଦ୍ରାସା ପରିସରରେ ଏକ ସାମୁହିକ ବିବାହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୭୬ ମୁସଲମାନ ଓ ୨୫ ହିନ୍ଦୁ ଯୋଡି ବିବାହ…

