Posted inଫୁରସତ

ପ୍ରଥମ ଦରମାରେ ଗରିବ ମେଧାବୀ ପିଲାଙ୍କୁ ସାହାଯ୍ୟ କରିଥିଲି: ଶିକ୍ଷାବିତ୍‌ ଡ.ବିଷ୍ଣୁ ଚରଣ ସାହୁ

ଶିକ୍ଷାବିତ୍‌, ଲେଖକ ତଥା ସମାଜସେବୀ ଡ.ବିଷ୍ଣୁ ଚରଣ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ନାଉପାଳ ଗାଁରେ ମୋର ଜନ୍ମ। ସ୍ଥାନୀୟ ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ ଏନ୍‌ସି କଲେଜରେ ଆଇଏସ୍‌ସି ଏବଂ ବିଜେବି କଲେଜରେ ମ୍ୟାଥମେଟିକ୍‌ ଅନର୍ସ ରଖି ବିଏସ୍‌ସି ପଢିଥିଲି। ତା’ପରେ ପୁଣି ବିଜେବି କଲେଜରୁ ବିଏଡ ଏବଂ ରାଜସ୍ଥାନ ୟୁନିଭର୍ସିଟିରୁ ଏମ୍‌ଏଡ ସାରି ବାଣୀବିହାରରେ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ଏମ୍‌ଏ କରିଥିଲି। ତା’ସହିତ ବିଭିନ୍ନ ଧନ୍ଦାମୂଳକ ପରୀକ୍ଷା ବି ଦେଉଥିଲି। ସୌଭାଗ୍ୟକୁ ସେହି ସମୟରେ ମୋତେ ଶିକ୍ଷକ ଚାକିରି ମିଳିଗଲା। ୧୯୭୪ ମସିହା ଅକ୍ଟୋବର ମାସରେ ପାତ୍ରପଡ଼ା ଭଗବାନପୁର ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା। ପୂର୍ବରୁ ଗରିବ ତଥା ମେଧାବୀ ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ କରିବାର ନିଶା ଥିବାରୁ ଚାକିରିରୁ ଯେଉଁ ପ୍ରଥମ ଦରମା ପାଇଲି, ସେଥିରୁ କିଛି ସେମାନଙ୍କ ପାଇଁ ଖର୍ଚ୍ଚ କରିଥିଲି। ତା’ଛଡ଼ା ସେତେବେଳେ ନୂଆ ବାହାଘର ହୋଇଥିବାରୁ ଧର୍ମପତ୍ନୀଙ୍କୁ ନେଇ ପୁରୀ ବୁଲିବାକୁ ବି ଯାଇଥିଲି। ଏଥିସହିତ ଗାଁରେ ଥିବା ବାପାବୋଉ ତଥା ପଡୋଶୀଙ୍କ ପାଇଁ ମିଠା କିଣି ନେବା ସହ ବଳକା ଟଙ୍କା ବାପାବୋଉଙ୍କ ହାତରେ ଦେଇ ଦେଇଥିଲି। ପାଖାପାଖି ୧୫ ବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ବାଲିଅନ୍ତା ଉଚ୍ଚବିଦ୍ୟାଳୟକୁ ମୋର ବଦଳି ହୋଇଥିଲା। ସେଠାରୁ ପୁଣି ୫ବର୍ଷ ପରେ ପ୍ରମୋଶନ ପାଇ ପ୍ରଧାନ ଶିକ୍ଷକ ଭାବେ ଚନ୍ଦକା ଉଚ୍ଚବିଦ୍ୟାଳୟରେ ଯୋଗ ଦେଇଥିଲି। ୪ ବର୍ଷ ପରେ ଭୁବନେଶ୍ୱର ୯ ନମ୍ବରସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇ ଯାଇ ଶେଷରେ ସେହିଠାରୁ ହିଁ ୨୦୦୯ରେ ଚାକିରିରୁ ଅବସର ନେଇଥିଲି। ଅବଶ୍ୟ ତା’ପୂର୍ବରୁ ୨୦୦୨ରେ ମୁଁ ପିଏଚ୍‌ଡି କରିସାରିଥିଲି। ଏବେ ଅବସର ପରେ ବିଭିନ୍ନ ସମାଜମଙ୍ଗଳ କାମରେ ମୋର ସମୟ ବିତୁଛି। ତା’ସହିତ ଲେଖାଲେଖି ବି କରୁଛି। ବିଶେଷକରି ଶିକ୍ଷାର ମାନବୃଦ୍ଧି ତଥା ବିଜ୍ଞାନ ସମ୍ବନ୍ଧୀୟ ଲେଖାକୁ ନେଇ ମୋର ଅନେକ ଆର୍ଟିକିଲ୍‌ ୟା’ଭିତରେ ବିଭିନ୍ନ ଖବରକାଗଜ ତଥା ମାଗାଜିନ୍‌ରେ ପ୍ରକାଶ ପାଇସାରିଲାଣି। ସେହିପରି ସ୍କୁଲ୍‌, କଲେଜ ତଥା ଜାତୀୟ ସ୍ତରର ବିଭିନ୍ନ ସେମିନାର୍‌ରେ ଯୋଗ ଦେବାକୁ ବି ମୋତେ ଆମନ୍ତ୍ରିତ କରାଯାଉଛି। ଗଛ ଲଗାଇବା ବି ମୋର ଆଉ ଏକ ରୁଚି। ଚନ୍ଦକା ବିଦ୍ୟାଳୟ ତଥା ୯ ନମ୍ବର ବାଳକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିଲାବେଳେ ବିଦ୍ୟାଳୟ କ୍ୟାମ୍ପସ୍‌ରେ ଅନେକ ଗଛ ଲଗାଇଥିଲି। ତା’ସହିତ ସେତେବେଳେ ବିଦ୍ୟାଳୟରେ ଅନେକ ଜିଲା ତଥା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ ବି ମୁଁ କରିଥିଲି। ସେହିପରି ଗରିବ ତଥା ମେଧାବୀ ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ କରିବାରୁ ମୁଁ ସର୍ବଦା ତତ୍ପର ରହିଥାଏ। ଚାକିରି କଲାବେଳେ ଦରମା ଟଙ୍କାରୁ ଏଥିପାଇଁ ଖର୍ଚ୍ଚ କରୁଥିଲି ଆଉ ଏବେ ଅବସର ପରେ ପେନ୍‌ସନ୍‌ ଟଙ୍କାକୁ ବି ଏହି ମହତ୍‌ କାମରେ ଲଗାଇ ଦେଉଛି। ଏସବୁ ବ୍ୟତୀତ ଏବେ ମୁଁ ଭୁବନେଶ୍ୱର ରୋଟାରୀ କ୍ଲବର ଲିଟରାସି ସବ୍‌ଜେକ୍ଟର ଚେୟାର୍‌ମ୍ୟାନ୍‌ ଅଛି। ଏହି କ୍ଲବ ତରଫରୁ ଚନ୍ଦକାରେ ଏକ ପ୍ରାଥମିକ ବିଦ୍ୟାଳୟ ଗଢାଯାଇଛି। ଯେଉଁଠାରେ ଆଦିବାସୀ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବାର ସମସ୍ତ ବନ୍ଦୋବସ୍ତ କରାଯାଇଛି, ଯାହାର ମୁଖ୍ୟ ଦାୟିତ୍ୱ ମୋତେ ହିଁ ସମ୍ଭାଳିବାକୁ ପଡୁଛି। ଏଥିସହିତ ଏକାମ୍ର ଶିଶୁ ସାହିତ୍ୟ ସଂସଦର ଓ୍ବାର୍କିଂ ପ୍ରେସିଡେଣ୍ଟ ଦାୟିତ୍ୱ ବି ମୁଁ ସମ୍ଭାଳୁଛି। ଶିକ୍ଷକତା ହେଉ ଅବା ଲେଖାଲେଖି କିମ୍ବା ସମାଜସେବା, ଏଥିପାଇଁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିସାରିଛି। ଖାସ୍‌କରି ଚାକିରି ସମୟରେ ମିଳିଥିବା ବେଷ୍ଟ ଟିଚର୍‌ ଏବଂ ବେଷ୍ଟ ହେଡ୍‌ ମାଷ୍ଟର ଆଓ୍ବାର୍ଡ ମୋତେ ଏକ ନିଆରା ପରିଚିତି ଦେଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବନାହିଁ। ତେଣୁ ଶେଷରେ କେବଳ ଏତିକି କହିବି, ଭଗବାନଙ୍କ କୃପାରୁ ଆଜିଯାଏ ସବୁକିଛି ଠିକ୍‌ଠାକ୍‌ ଚାଲିଛି ଆଉ ଆଗକୁ ବି ଏମିତି ଚାଲୁ ବୋଲି ଆଶା କରୁଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri