ବଲାଙ୍ଗୀର,୧୫ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ବୁଧବାର ରାତିରେ ବନ୍ଦ ଘୋଷଣା କରାଯାଇଥିଲା। ନିର୍ବାଚନ ବାତିଲ ପରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଶୂନ୍ଶାନ ହୋଇଯାଇଛି। ପୋଲିସ ଫୋର୍ସ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ବିଜେଡି (ବିସିଜେଡି)ଏବଂ ଭାଜପା(ଏବିଭିପି) ସମର୍ଥକମାନେ ବାରମ୍ବାର ମୁହାଁମୁହିଁ ହେବା, ଛାତ୍ର ଅପହରଣ ଓ ବଲାଙ୍ଗୀର ସର୍କିଟ ହାଉସ ବିଶୃଙ୍ଖଳା ଘଟଣା ଉତ୍ତେଜନା ସୃଷ୍ଟି ହୋଇଥିଲା। ବଲାଙ୍ଗୀର ବିସିଜେଡି ଜିଲା ସଭାପତି ସୁମନ ନନ୍ଦ ବୁଧବାର ଗିରଫ ହେବାପରେ ବିଜେଡି ପକ୍ଷରୁ ଟାଉନ ଥାନା ଘେରାଉ କରାଯାଇଥିଲା। ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରିଥିଲେ।

