Posted inଫୁରସତ

୬ ଭାରତୀୟ ଲେଖିକା

ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍‌ ଭାବରେ ନିଆଯାଇ ଉପନ୍ୟାସ ରଚନା କରିବା ଏକ ଟ୍ରେଣ୍ଡ ପାଲଟିଛି। ବିଶେଷକରି ସମ୍ପ୍ରତି ଏକବିଂଶ ଶତାବ୍ଦୀରେ ସମ୍ପର୍କକୁ ନେଇ ତଥା ପରିବର୍ତ୍ତନଶୀଳ ସାଂସ୍କୃତିକ ପରମ୍ପରାକୁ ନେଇ ଯେଉଁ ଯୁବପିଢ଼ି ମଧ୍ୟରେ ଯେଉଁ ମାନସିକତା ଜନ୍ମ ନେଉଛି ତାହାକୁ ହିଁ ଭାରତର ନୂଆପିଢ଼ିର ଲେଖକଲେଖିକାମାନେ କଞ୍ଚାମାଲ ଭାବରେ ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ଯେ କେବଳ ଲେଖକମାନେ ଆଗରେ ଅଛନ୍ତି ସେକଥା ନୁହେଁ; ଅଧିକନ୍ତୁ ଲେଖିକାମାନେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି।

ମେଘନା ପନ୍ତ : ଏହି ଟ୍ରେଣ୍ଡର ଲେଖିକାମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଲେଖିକା ମେଘନା ପନ୍ତ। ବହୁ ପୁରସ୍କାର ବିଜେତା ଏହି ଲେଖିକା ଜଣକ ପେସାରେ ଜଣେ ଜର୍ନାଲିଷ୍ଟ ହୋଇଥିବା ବେଳେ ଜଣେ ସୁବକ୍ତା ଭାବରେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରି ସାରିଛନ୍ତି। ମେଘନାଙ୍କର ଡେବ୍ୟୁ ନଭେଲ୍‌ ଥିଲା ‘ଓ୍ବାନ୍‌ ଆଣ୍ଡ ହାଫ୍‌ ଓ୍ବାଇଫ୍‌’। ଏହା ୨୦୧୨ ମସିହାରେ ପ୍ରକାଶିତ ହେବା ସହିତ ବେଷ୍ଟ ସେଲର ମାନ୍ୟତା ପାଇଥିଲା। ସିମ୍‌ଲାରେ ଅବସ୍ଥିତ ଗୋଟିଏ ପରିବାର ଆମେରିକାକୁ ସ୍ଥାନାନ୍ତରିତ ହୋଇଯାଉଛନ୍ତି। କାରଣ ଆମେରିକା ସମଗ୍ର ବିଶ୍ୱରେ ଏକ ସ୍ବପ୍ନ ସୃଷ୍ଟି କରିପାରିଛି ଯେ, ଏହା କେବେ କାହାର ସ୍ବପ୍ନଭଙ୍ଗ ହେବାକୁ ଦେବନାହିଁ। ବାସ୍‌, ଆମେରିକାରେ ପହଞ୍ଚତ୍ବା ପରେ ପରିବାରଟିର କିଭଳି ସ୍ବପ୍ନଭଙ୍ଗ ହେଉଛି ତାହା ହିଁ ହେଉଛି ‘ଓ୍ବାନ୍‌ ଆଣ୍ଡ ହାଫ୍‌ ଓ୍ବାଇଫ୍‌’ର ବିଷୟବସ୍ତୁ। ମେଘନାଙ୍କର ଆଉ ଏକ ଉପନ୍ୟାସ ହେଉଛି ‘ଦି ଟ୍ରବୁଲ ଓ୍ବିଥ୍‌ ଓ୍ବିମ୍ୟାନ୍‌’। ଏହା ମଧ୍ୟ ବେଷ୍ଟ ସେଲର ମାନ୍ୟତା ହାସଲ କରିଥିଲା। ଏହି ଦୁଇଟି ବହି ସହିତ ମେଘନା ପ୍ରମାଣିତ କରିଦେଇଥିଲେ ଯେ, ସେ ପରିବର୍ତ୍ତିତ ଭାରତର ପ୍ରତିନିଧିତ୍ୱ କରିବାକୁ ସମର୍ଥ।

ନିଧି ଦୁଗାର କୁନ୍ଦାଲିଆ : ମେଘନାଙ୍କ ଭଳି ନିଧି ମଧ୍ୟ ଜଣେ ପ୍ରତିନିଧି ଶ୍ରେଣୀୟ ଯୁବ ଲେଖିକା। କୋଲକାତାରେ ଜନ୍ମିତା ନିଧି ମଧ୍ୟ ଜଣେ ଜର୍ନାଲିଷ୍ଟ। ‘ଦି ଲଷ୍ଟ ଜେନେରେସନ୍‌’ ପୁସ୍ତକ ତାଙ୍କୁ ବିପୁଳ ସଫଳତା ଆଣିଦେଇଥିଲା। ସେ ଜଣେ ସ୍ତମ୍ଭ ଲେଖିକା ତଥା ବ୍ଲଗର ମଧ୍ୟ। ତାଙ୍କର ସ୍ତମ୍ଭ ସବୁ ଦି ହିନ୍ଦୁ, ଦି ଟାଇମ୍ସ ଅଫ୍‌ ଇଣ୍ଡିଆ ଆଦିରେ ନିୟମିତ ଭାବରେ ପ୍ରକାଶିତ ହୋଇଥାଏ। ଲଣ୍ଡନରେ ମାଷ୍ଟର ଡିଗ୍ରୀ କରିଥିବା ଏହି ଲେଖିକା ଜଣକ ଯାହା ବି ଲେଖନ୍ତି ସାମ୍ପ୍ରତିକ ସମାଜକୁ ଆଖି ଆଗରେ ରଖି ଲେଖିଥାନ୍ତି। ତାଙ୍କ କହିବା ଅନୁଯାୟୀ, ସମ୍ପ୍ରତି ଭାରତର ଗତି ଖୁବ୍‌ ଦ୍ରୁତ। ଅର୍ଥାତ୍‌ ଲୋକମାନେ ଶୀଘ୍ର ପରିବର୍ତ୍ତନକୁ ସ୍ବୀକାର କରି ନେଉଛନ୍ତି। ତେଣୁ ସାହିତ୍ୟ ସେହି ପରିବର୍ତ୍ତନ ସହିତ ତାଳ ଦେଇ ଚାଲିବା ଦରକାର ନ ହେଲେ ସାହିତ୍ୟ ପଛରେ ପଡ଼ିଯିବ। ପାଠକମାନେ ଆଗକୁ ଆଗେଇଯିବେ।

ଇରା ତ୍ରିବେଦୀ : ପରିବର୍ତ୍ତନଶୀଳ ପାଠକଙ୍କର ପ୍ରତ୍ୟେକ ଚାହିଦାକୁ ପୂରଣ କରିବାର ସମର୍ଥ ରଖିଥିବା ଜଣେ ଲେଖିକା ହେଉଛନ୍ତି ଇରା ତ୍ରିବେଦୀ। କଲେଜରେ ପଢ଼ିବା ସମୟରୁ ଆରମ୍ଭ ହୋଇଥିଲା ଇରାଙ୍କ ଉପନ୍ୟାସ ଲେଖା। ‘ଇଣ୍ଡିଆ ଇନ୍‌ ଲଭ୍‌’ ହେଉଛି ତାଙ୍କର ଏକ ବହୁ ପଠିତ ପୁସ୍ତକ। ଏକବିଂଶ ଶତାବ୍ଦୀର ମଣିଷମାନଙ୍କ ପାଇଁ ସବୁଠୁ ମାମୁଲି କଥା ହେଉଛି ସେକ୍ସ। ବର୍ତ୍ତମାନର ସମାଜ ଆଉ ଆଗ ଭଳି ରକ୍ଷଣଶୀଳ ହୋଇ ରହିିନାହିଁ। ସମସ୍ତେ ମୁକ୍ତ ମାନସିକତାକୁ ଆପଣେଇ ନେଇ ସାରିଲେଣି। ଏପରି କି ଆଗରୁ ସମାଜରେ ବିବାହକୁ ଗୁରୁତ୍ୱ ଦିଆଯାଉଥିଲା। ପଛକୁ ଆସୁଥିଲା ସେକ୍ସ। ମାତ୍ର ଏବେ ଓଲଟି ଯାଇଛି ପରିବେଶ। ଇରାଙ୍କ ‘ଇଣ୍ଡିଆ ଇନ୍‌ ଲଭ୍‌’ ଆପାତତଃ ଏହି ଥିମ୍‌କୁ ନେଇ ପର୍ଯ୍ୟବସିତ। ଏହା କେବଳ ଏକ ବହୁପଠିତ ପୁସ୍ତକ ନୁହେଁ; ବହୁ ପ୍ରଶଂସିତ ଓ ପୁରସ୍କୃତ ବି।

ଜାନାଇସ୍‌ ପାରିଏଟ୍‌ : ମୁଖ୍ୟତଃ କ୍ଷୁଦ୍ରଗଳ୍ପ ବା ସର୍ଟ ଷ୍ଟୋରି ଉପରେ ଫୋକସ୍‌ କରୁଥିବା ଜଣେ ପ୍ରଗତୀଶୀଳା ଯୁବ ଲେଖିକା ହେଉଛନ୍ତି ଜାନାଇସ୍‌ ପାରିଏଟ୍‌। ଆସାମରେ ଜନ୍ମିତା ଏହି ଲେଖିକାଙ୍କର ବାଲ୍ୟ ଓ ଯୌବନ ଅତିବାହିତ ହୋଇଛି ମେଘାଳୟରେ। ‘ବୋଟ୍ସ ଅନ୍‌ ଲ୍ୟାଣ୍ଡ’ ହେଉଛି ତାଙ୍କର ଡେବ୍ୟୁ ପୁସ୍ତକ। ଏହି ପୁସ୍ତକ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଛି। ଜାନାଇସ୍‌ଙ୍କ ରଚନାର ମୁଖ୍ୟ ସ୍ବର ହେଉଛି କିଶୋରାବସ୍ଥାର ମାନସିକତା। କିଶୋର କିଶୋରୀମାନେ କିଭଳି ଭାବରେ ଯାଉଥିବା ସଂସ୍କୃତି ଏବଂ ଆସୁଥିବା ସଂସ୍କୃତି ମଧ୍ୟରେ ସଂଘର୍ଷରତ ଏହା ହେଉଛି ତାଙ୍କ ରଚନାର ମୁଖ୍ୟ କଞ୍ଚାମାଲ।
ମୀନା କନ୍ଦାସ୍ବାମୀ: ଜଣେ ବହୁମୁଖୀ ନାରୀ ପ୍ରତିଭା ହେଉଛନ୍ତି ମୀନା କନ୍ଦାସ୍ବାମୀ। ସେ ଜଣେ କବି, ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ସମାଜସେବୀ। ଚେନ୍ନାଇର ଏଇ ଲେଖିକା ଜଣକ ସବୁବେଳେ ନାରୀର ଅଧିକାର, ଜାତିପ୍ରଥା ତଥା ବର୍ଣ୍ଣବିଦ୍ୱେଷକୁ ନେଇ ଚିନ୍ତାପ୍ରକଟ କରିଥାନ୍ତି। ଆଉ ଏହିସବୁ ମଧ୍ୟ ତାଙ୍କ ଗଳ୍ପ, କବିତା ତଥା ଉପନ୍ୟାସର କଥାବସ୍ତୁ। ‘ଟଚ୍‌’ ଏବଂ ‘ମିସେସ୍‌ ମିଲିଟାନ୍ସି’ ହେଉଛି ତାଙ୍କ ଦୁଇଟି କବିତା ସଂକଳନ। ତାଙ୍କର ଅନ୍ୟାନ୍ୟ ପୁସ୍ତକ ମଧ୍ୟରେ ରହିଛି ‘ଦି ଜିପ୍ସୀ ଗଡେସ୍‌’, ‘ହ୍ବେନ୍‌ ଆଇ ହିଟ୍‌ ୟୁ’।

ସଂହିତା ଆର୍‌ନି : ସଂହିତାଙ୍କୁ ଯେତେବେଳେ ମାତ୍ର ଆଠ ବର୍ଷ ବୟସ ହୋଇଥିଲା ସେ ଚିତ୍ରରେ ଚିତ୍ରରେ ଲେଖିଥିଲେ ଏକ ଉପନ୍ୟାସ। ଆଉ ତାହାର ନାମ ଦିଆଯାଇଥିଲା ‘ଦି ମହାଭାରତ : ଏ ଚାଇଡ୍‌ସ ଭିୟୁ’। ଏହା ଏଲସା ମୋରାଣ୍ଟେ ଲିଟେରାରି ଆଓ୍ବାର୍ଡ ଜିତିଥିଲା। ପରେ ବଡ଼ ହୋଇ ସେ ହେଲେ ଜଣେ ଗ୍ରାଫିକ୍‌ ଡିଜାଇନର। ଆଉ ଲେଖି ଚାଲିଲେ ଗୋଟିଏ ପରେ ଗୋଟିଏ ଗ୍ରାଫିକ୍‌ ନଭେଲ। ତାଙ୍କର ଏକ ପ୍ରସିଦ୍ଧ ଗ୍ରାଫିକ୍‌ ନଭେଲ ହେଉଛି ‘ସୀତାସ୍‌ ରାମାୟନ୍‌’। ଏହା ନ୍ୟୁୟର୍କ ଟାଇମ୍ସ ବେଷ୍ଟ ସେଲର ମାନ୍ୟତା ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri