Posted inଫୁରସତ

ଫ୍ୟାଶନ୍‌ରେ ନୂଆ ସମ୍ଭାବନା

ସ୍ବପ୍ନ ଥିଲା କିଛି ନୂଆ କରିବାର। ନିଜର ଏକ ପରିଚୟ ତିଆରି କରିବାର। ନୂଆ ନୂଆ ପୋଷାକ ପ୍ରତି ରୁଚି ତାଙ୍କୁ ପ୍ରେରଣା ଦେଇଥିଲା ‘ଫ୍ୟାଶନ ଡିଜାଇନ’ରେ କ୍ୟାରିୟର କରିବାକୁ। ଇଏ ଥିଲେ ପୁରୀ ବାସେଳି ସାହି ନିବାସୀ ପିତା ବ୍ରଜବଲ୍ଲଭ ପଟ୍ଟନାୟକ ଏବଂ ମାତା ଶାନ୍ତିମୟୀ ପଟ୍ଟନାୟକଙ୍କ କନିଷ୍ଠ ସନ୍ତାନ ରାମ ପଟ୍ଟନାୟକ। ମାତାପିତାଙ୍କ ଇଚ୍ଛା ଥିଲା ପୁଅ ଇଞ୍ଜିନିୟର ହେଉ। କିନ୍ତୁ ତାଙ୍କର ଫ୍ୟାଶନ ପ୍ରତି ଥିଲା ଅହେତୁକ ଆକର୍ଷଣ।

ଏ ସମ୍ପର୍କରେ ରାମ କୁହନ୍ତି, ‘ମୋ’ ପୂରା ପରିବାର ମତେ ଏକ୍ଷେତ୍ରରେ ସହଯୋଗ କରିବା ସହ ପ୍ରେରଣା ଦେଇଆସିଛନ୍ତି। ବିଏସସି ପରେ ମୁଁ ୧୯୯୪ ମସିହାରେ ସାଉଥ ଦିଲ୍ଲୀରେ ଆଇଆଇଏଫଟି(ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜି)ରେ ଦୁଇ ବର୍ଷିଆ ଡିପ୍ଲୋମା କୋର୍ସ କରିଥିଲି। କୋର୍ସ ସରିବା ପରେ ଗୋଟିଏ ଆଡ୍‌ ଏଜେନ୍ସିରେ ଟ୍ରେନି ଭାବରେ ଜଏନ କଲି। ୧୯୯୮ ମସିହାରେ ଗୁରୁଗାଓଁରେ ଜିଏନଇ(ଗୁରୁନାନକ ଏକ୍ସପୋର୍ଟ) ହାଉସରେ ଡିଜାଇନର କମ୍‌ ପ୍ରଡକ୍ସନ ହେଡ୍‌ ଭାବରେ ନିଯୁକ୍ତି ପାଇଲି ଓ ଏକ୍ସପୋର୍ଟ ସହିତ ଡିଜାଇନ ପ୍ରଡକ୍ସନ ଏବଂ ଅର୍ଡର ଦେଖିବା କାମ ବି କଲି। ୧୦ବର୍ଷ କାମ କଲାପରେ ଜି.ଏନ.ଇ ହାଇ ଫ୍ୟାଶନ ସେକ୍ଟରରେ ପଦାର୍ପଣ କରି ନିଜର ଶୋ’ରୁମ ଖୋଲିଲି। ସେତେବେଳେ ମଧ୍ୟ ଏକ୍ସପୋର୍ଟ ସହ ଡିଜାଇନ ଓ କ୍ଲାଏଣ୍ଟଙ୍କୁ ଦେଖୁଥିଲି। ୨୦୧୭ ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟରତ ଥିଲି। ନିଜେ କିଛି କରିବା ଉଦ୍ଦେଶ୍ୟରେ ଏଠାରୁ କାମ ଛାଡି ବର୍ଷେ ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀରେ ମୁକ୍ତ ଭାବେ କାମ କରିଥିଲି। ତା’ପରେ ୨୦୧୮ରେ ”ରୋନକ ଆପାରେଲ୍ସ“ ନାମରେ ନିଜର ଏକ କମ୍ପାନୀ ଖୋଲିଲି। ଏଠାରେ ଦେଶର ବିଭିନ୍ନ ରାଜ୍ୟରୁ କାରିଗରମାନେ କାମ କରୁଛନ୍ତି। ୟୁକେ, ୟୁଏସଏ, କାନାଡା ଆଦି ଦେଶର ବିଭିନ୍ନ ଶୋ’ରୁମକୁ ରପ୍ତାନି କରିବା ସହିତ ଦେଶ ଭିତରେ ଅନେକ ଶୋ’ ରୁମକୁ ମଧ୍ୟ ଆମର ହାଇ ଫ୍ୟାଶନ୍‌ ଗାରମେଣ୍ଟ ସପ୍ଲାଇ କରାଯାଉଛି। ବିଦେଶରେ ଏହି ସବୁ ପୋଷାକର ଚାହିଦା ବହୁତ। ଯାହା ମୁଁ କାନାଡା ଓ୍ବେଡିଂ ବ୍ରାଇଡାଲ ଫ୍ୟାଶନ୍‌ ଶୋ’ ଓ ଲଣ୍ଡନ ବ୍ରାଇଡାଲ୍‌ ଫ୍ୟାଶନ ଶୋ’ରେ କାମ କରି ମୁଁ ଅନୁଭବ କରିଥିଲି। ଏବେ ମୁଁ ୟୁଏସ୍‌ ବେସ୍‌ଡ ଅନ୍‌ଲାଇନ୍‌ କମ୍ପାନୀ ପାଇଁ ଡିଜାଇନ୍‌ କରୁଛି। ତେବେ ଓଡ଼ିଶାରେ ଫ୍ୟାଶନ କ୍ଷେତ୍ରରେ କିଛି କରିବା ପାଇଁ ପ୍ରଥମରୁ ଆଗ୍ରହ ଥିଲା। ୨୦୦୨ ମସିହାରେ ଆର.ଆର. କ୍ରିଏସନ୍ସ ନାମରେ ଏକ ଜେଣ୍ଟ୍‌ସ ଫ୍ୟାଶନ ଷ୍ଟୁଡିଓ ଖୋଲିଥିଲି। ଅନୁଭବୀ କାରିଗର ନ ମିଳିବା ଯୋଗୁ ଏଥିରେ ସଫଳତା ମିଳିପାରି ନ ଥିଲା। କିନ୍ତୁ ଏବେ ଓଡ଼ିଶାରେ ଖଦୀକୁ ନେଇ କାମ କରିବାର ଅଛି। ଖଦୀକୁ ନେଇ ସମର୍‌ କଲେକ୍ସନ କରିବାର ଯୋଜନା ରହିଛି। ତାସହ ଓଡ଼ିଶାର କଳାକୃତିକୁ ହାଇ ଫ୍ୟାଶନର ରୂପ ଦେବା ପାଇଁ ସ୍ବପ ରହିଛି।’ କେବଳ ଫ୍ୟାଶନ ନୁହେଁ, ଇଣ୍ଟେରିୟର ଡେକୋରେଶନ ପେଣ୍ଟିଙ୍ଗ, କ୍ରିଏଟିଭ ଫିଲ୍ଡ ଆଦିରେ ତାଙ୍କର ରୁଚି ରହିଛି। ସ୍ତ୍ରୀ ରଞ୍ଜିତା ଓ ପୁଅ ରୋନକକୁ ନେଇ ତାଙ୍କର ସଂସାର। ରଞ୍ଜିତା ମଧ୍ୟ ଜଣେ ଫ୍ୟାଶନ ଡିଜାଇନର ଓ ସେ ସବୁ କ୍ଷେତ୍ରରେ ତାଙ୍କୁ ସହଯୋଗ କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri