Posted inଫୁରସତ

ଫାଶୀଖୁଣ୍ଟରେ ଝୁଲିଥିଲେ ଏହି ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ରାଷ୍ଟ୍ର ଶାସନର ମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ଅଟନ୍ତି। ଏମାନଙ୍କ ନିର୍ଦ୍ଦେଶରେ ଶାସନ ଚାଲେ। ତେଣୁ ଏମାନଙ୍କ ଉପରେ ସାମାନ୍ୟ ଦୋଷଟିଏ ଲଦିବା ପୂର୍ବରୁ ମଧ୍ୟ ହଜାର ବାର ଭାବିବାକୁ ପଡ଼େ। ଫାଶୀ ତ ଦୂର କଥା। ମାତ୍ର ଏମିତି ଜଣେ ପ୍ରଧାନମନ୍ତ୍ରୀ ଯେ କି, ଦୋଷୀ ଭାବେ ଫାଶୀଖୁଣ୍ଟରେ ଝୁଲିଥିଲେ। ସେ ଆଉ କେହି ନୁହନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର ଅଲ୍ଲୀ ଭୁଟ୍ଟୋ। ଏହା ପୂର୍ବରୁ ସେ ରାଷ୍ଟ୍ରପତି ମଧ୍ୟ ଥିଲେ। ୨୦ ଡିସେମ୍ବର ୧୯୭୧ରୁ ୧୩ ଅଗଷ୍ଟ ୧୯୭୩ ପର୍ଯ୍ୟନ୍ତ ସେ ପାକିସ୍ତାନର ରାଷ୍ଟ୍ରପତି ଥିଲେ। ପରେ ୧୪ ଅଗଷ୍ଟ ୧୯୭୩ରୁ ୫ ଜୁଲାଇ ୧୯୭୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ। ଜୁଲ୍‌ଫିକରଙ୍କୁ ପାକିସ୍ତାନର ସବୁଠୁ ଶକ୍ତିଶାଳୀ ନେତା କୁହାଯାଉଥିଲା।

କିନ୍ତୁ ୧୯୭୭ରେ ପାକିସ୍ତାନର ତତ୍‌କାଳୀନ ସେନା ପ୍ରମୁଖ ଜେନେରାଲ ମହମ୍ମଦ-ଜିୟା-ଉଲ୍‌-ହକ୍‌ଙ୍କ ନେତୃତ୍ୱରେ ସେନା ପରିବର୍ତ୍ତନ କରିଥିଲେ। ଏହା ପରେ ୩ ସେପ୍ଟେମ୍ବର ୧୯୭୭ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଉପରେ ବିପକ୍ଷ ନେତାଙ୍କୁ ହତ୍ୟା ଅଭିଯୋଗ ଲାଗିଥିଲା। କିନ୍ତୁ ସେ ସବୁବେଳେ ହତ୍ୟା ଅଭିଯୋଗକୁ ପ୍ରତ୍ୟାଖାନ କରିଚାଲିଥିଲେ। ୧୮ ମାର୍ଚ୍ଚ ୧୯୭୮ରେ ଜୁଲ୍‌ଫିକରଙ୍କ ଜୀବନରେ ଏକ ବଡ଼ ନିଷ୍ପତ୍ତି ଆସିଲା। ଲାହୋର ହାଇକୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଦୋଷମୁକ୍ତ ପାଇଁ ଜୁଲ୍‌ଫିକର ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାତ୍ର ଅଦାଲତ ଏହାକୁ ଖାରଜ କରିଦେଇଥିଲେ। ଦୋଷୀ ଭାବରେ ସେ ରାଓ୍ବଲପିଣ୍ଡି ଜେଲ୍‌ରେ କଟାଇଥିଲେ। ୩ ଏପ୍ରିଲ ୧୯୭୯ରେ ରାତି ୨ଟା ୪ ମିନିଟ୍‌ରେ ତାଙ୍କୁ ରାଓ୍ବଲପିଣ୍ଡି ଜେଲ୍‌ରେ ହିଁ ଫାଶୀ ଦିଆଯାଇଥିଲା। ପ୍ରାୟ ଅଧ ଘଣ୍ଟା ଫାଶୀଖୁଣ୍ଟରେ ଝୁଲିବା ପରେ ଡାକ୍ତର ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri