ସଚେତନ ହେବା ଆବଶ୍ୟକ
ଜଣେ ବ୍ୟକ୍ତିର ଅର୍ଥ ଦେବା ନେବା କଥାର ସତ୍ୟତା, ଅନ୍ୟ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରାକୁ ନେଇ ତା’ର ଇଜ୍ଜତକୁ ମପାଯାଇଥାଏ। ଠିକ୍ ସେହିପରି ଗୋଟିଏ ସରକାରଙ୍କ ଅର୍ଥନୀତି, ଜନସାଧାରଣଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଓ କ୍ରିୟାକଳାପକୁ ନେଇ ତା’ର…
ଜଳବାୟୁ ସତର୍କବାଣୀ
ସମ୍ପ୍ରତି ୟୁରୋପରେ ଘାତକ ଗ୍ରୀଷ୍ମପ୍ରବାହ ଏବଂ ବନାଗ୍ନିଜନିତ ଉତ୍ତାପର ଶିକାର ହୋଇ ହଜାର ହଜାର ଲୋକ ସ୍ଥାନାନ୍ତରିତ ହେଉଛନ୍ତି, ଯାହା ହେଉଛି ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବର ପରିସ୍ଫୁଟନ I ରୁଷିଆ-ୟୁକ୍ରେନ୍ ମଧ୍ୟରେ ବିଧ୍ୱଂସକାରୀ ଯୁଦ୍ଧର ଘନଘଟା ଭିତରେ ୨୦୨୨ ଫେବୃୟାରୀରେ…
ଏଇ ଭାରତରେ
କୋରିଓଗ୍ରାଫର ବିନୟ ଶର୍ମାଙ୍କ ସମର୍ପିତ ଜୀବନ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ସେ ନିର୍ଦ୍ଦେଶନା ଛାଡ଼ି ବସ୍ତି ପିଲାମାନଙ୍କୁ ମାଗଣାରେ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିନୟଙ୍କ ବୟସ ୩୫। ରହୁଛନ୍ତି ଦିଲ୍ଲୀରେ। ସେ ୨୦୧୬ରେ ‘ଡ୍ୟାନ୍ସ ଆଉଟ ଅଫ୍ ପଭର୍ଟି’ ଆରମ୍ଭ…
ଇଡିକୁ ଏତେ କ୍ଷମତା?
ପୋଲିସ ଷ୍ଟେଟ୍କୁ ଏକ ପଲିଟିକାଲ ୟୁନିଟ୍ ଭାବେ ଶବ୍ଦକୋଷ ନିଶ୍ଚିତ କରିଛି, ଯାହା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପୋଲିସ ଦ୍ୱାରା କ୍ଷମତାର ମନଇଚ୍ଛା ପ୍ରୟୋଗ ଏବଂ ସରକାରଙ୍କ ଦମନକାରୀ ନିୟନ୍ତ୍ରଣକୁ ସୂଚିତ କରେ। ଏହା ବିଶେଷକରି ପ୍ରଶାସନ ଓ…
ବିଶ୍ୱ ଅର୍ଥନୀତିଜ୍ଞ
କୋଭିଡ୍ ମହାମାରୀ ଓ ପରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସମଗ୍ର ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ଆଜି ଶ୍ରୀଲଙ୍କାର ଶୋଚନୀୟ ସ୍ଥିତିକୁ ଦେଖିଲେ ଏହା ପଛର ମୂଳ କାରଣ ରହିଛି ଆର୍ଥିକ ଦୁଃସ୍ଥିତି। ଅନ୍ତର୍ଜାତୀୟ ସ୍ତରରେ ଏହିଭଳି ଅନେକ ରାଷ୍ଟ୍ର ଅଛନ୍ତି, ଯେଉଁଗୁଡ଼ିକର…
ବଦଳି ନ ହେବା ଆବହାୱାରେ ଭ୍ରଷ୍ଟାଚାର
ବାୟୁ ଚଳାଚଳ ନ ଥିବା କୋଠରିରେ କୋଭିଡ୍-୧୯ ଭାଇରସ୍ ଯେପରି ଆର୍ଦ୍ରବାୟୁବିନ୍ଦୁ (ଡ୍ରପ୍ଲେଟ୍)ରେ ବ୍ୟାପେ, ଭ୍ରଷ୍ଟାଚାର ମହାମାରୀର ବୀଜ ସେହିଭଳି ‘ରୁଦ୍ଧ’ ରାଜନୈତିକ ଆବହାୱାରେ ବ୍ୟାପେ। ଛୋଟ ବଡ଼ କର୍ମଚାରୀ ହୁଅନ୍ତୁ କି ମନ୍ତ୍ରୀ ହୁଅନ୍ତୁ, ସେ ଯଦି ଗୋଟିଏ ବିଭାଗରେ…
ଏଇ ଭାରତରେ
ମାଗଣାରେ ୟୁପିଏସ୍ସି କୋଚିଂ ଦେଉଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ କୁମାର। ସେ ଆଶାୟୀମାନଙ୍କୁ ପାଟନାରେ ଗଙ୍ଗାକୂଳରେ କୋଚିଂ ଦେଉଛନ୍ତି। ତାଙ୍କ ପାଖରୁ ପାଖାପାଖି ୩ ହଜାର ଛାତ୍ରୀଛାତ୍ର କୋଚିଂ ନେଉଛନ୍ତି। ଅରୁଣଙ୍କ ସ୍ତ୍ରୀ ଜଣେ ସାମାଜିକ କର୍ମୀ। ତାଙ୍କ ଦ୍ୱାରା…
ଏଇ ଭାରତରେ
ଆମ ଆଖପାଖରେ ରହୁଥିବା ବୁଲାକୁକୁରଙ୍କୁ ଦେଖିଲେ ଦୟା ଲାଗେ, କିନ୍ତୁ ସେମାନଙ୍କ ପାଇଁ କିଛି କରୁଥିବା ଲୋକମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ରଜନୀ ସେଟ୍ଟୀ ଅନ୍ୟତମ। ୨୦ ବର୍ଷ ହେଲା ସେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ବଡ଼ କଥା ହେଉଛି ସେ ନିଜ…
ଜଳ ଓ ଜଳାଭିଷେକ
ସୁଧିରାଜ ରାଉତ କିଛିଦିନ ତଳେ ଜଣେ ବନ୍ଧୁ ଏବର ବୋଲବମରେ ବିରକ୍ତ ହୋଇ କହିଲେ ”ଆମ ଧର୍ମକୁ ଲୋକହସା କରିବାଛଡ଼ା ଏସବୁ ଆଉ କ’ଣ ? ଏହାଠାରୁ ବଡ଼ ଅନ୍ଧ ଆବେଗ ଅନ୍ଧବିଶ୍ୱାସ କ’ଣ ଅଛି ? ବନ୍ଧୁଙ୍କର ପ୍ରଶ୍ନ ମୋତେ…
କାଶୀପୁର: ବିକାଶକୁ ହଇଜା
ବିଚିତ୍ର ବିଶ୍ୱାଳ ଦୀର୍ଘ ୧୦ବର୍ଷ ପରେ ପୁଣି ଥରେ ହଇଜା ଓ ମୃତ୍ୟୁ ପାଇଁ ଚର୍ଚ୍ଚାକୁ ଫେରିଛି କାଶୀପୁର। ରାୟଗଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ୍ କାଶୀପୁର ପୂର୍ବରୁ ଅନେକ ଥର ଚର୍ଚ୍ଚିତ ହୋଇଛି ଆମ୍ବଟାକୁଆ, ପିଲା ବିକ୍ରି, ଦାରିଦ୍ର୍ୟ ଓ…
ବରିଷ୍ଠଙ୍କୁ ଥଇଥାନ
ବରିଷ୍ଠ ଆଇପିଏସ୍ ଅଧିକାରୀ ତପନ ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ତାଙ୍କର ୪ ଜଣ ଆଇବି ସହକର୍ମୀଙ୍କୁ ପଛରେ ପକାଇ ଏହି ନିଯୁକ୍ତି ପାଇଥିଲାବେଳେ, ସେମାନେ ଆଇବି ଛାଡ଼ି ସମ୍ମାନଜନକ ସ୍ଥିତି ବା ପଦବୀକୁ…
ଏଇ ଭାରତରେ
କର୍ନାଟକର ଦିବ୍ୟା ସେଟ୍ଟୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ପରବେଶ ଚିନ୍ତା ବେଶ୍ ପ୍ରେରଣାଦାୟକ। ପ୍ରତି ମାସରେ ଏହି ଦମ୍ପତି ଅନେକ ଟନ୍ ବର୍ଜ୍ୟ ରିସାଇକ୍ଲିଂ କରୁଛନ୍ତି। ଉକ୍ତ ଦମ୍ପତି ସର୍କଲ ଏକ୍ସ, ପେପା ଏବଂ ଇଣ୍ଡିଆନ୍ ସୁପର ହିରୋ ନାମକ ତିନୋଟି…
Archives


