କୁକୁର ଆତଙ୍କ ପାଇଁ ଦାୟୀ କିଏ

ଡ.ଜଗବନ୍ଧୁ ଷଡ଼ଙ୍ଗୀ

କିଛିଦିନ ତଳେ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଗୋଟିଏ ପୋଷା କୁକୁର ଜଣେ ବ୍ୟକ୍ତିଙ୍କୁ କାମୁଡ଼ିଦେଲା। ସେଠାକାର ଲୋକମାନେ ଆନ୍ଦୋଳନ କଲେ ଓ ଉକ୍ତ ପୋଷା କୁକୁରକୁ ତଡ଼ି ପାର କରିବାକୁ ଦାବି ହେଲା। ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଉକ୍ତ ଦାବିକୁ ସମର୍ଥନ କଲେ। ଉକ୍ତ କୁକୁରଟିର ମାଲିକାଣୀଙ୍କ ଦୁଃଖଭରା ମୁହଁ ଆମେସବୁ ଟିଭି ମାଧ୍ୟମରେ ଦେଖିଛୁ। ଯେଉଁ ଜନ୍ତୁଟିକୁ ସେ ପିଲାବେଳୁ ପାଳିଛନ୍ତି ତାକୁ ବର୍ତ୍ତମାନ କୁଆଡେ ତଡି଼ବେ? ତାଙ୍କୁ ଦୋଷ ଦିଆଗଲା ଯେ ସେ ଉକ୍ତ କୁକୁରକୁ ଉତ୍ତମ ଶିକ୍ଷା ଦେଇନାହାନ୍ତି। ପୋଷା କୁକୁରଙ୍କୁ ବିଭିନ୍ନ କିସମର ଟିକା ଦିଆଯାଏ, ଯଦ୍ଦ୍ବାରା ସେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ କାହାକୁ କାମୁଡ଼ିଲେ ମଧ୍ୟ ବିଶେଷ କ୍ଷତି ହେବନି। ମାଲିକାଣୀ ଏହି କୁକୁରଟିକୁ କେଉଁଠିକି ପଠାଇବେ, ଆଇନ କ’ଣ କହୁଛି ତା’ ବିଷୟରେ ଚର୍ଚ୍ଚା ହୋଇନି। ପୋଷା କୁକୁରମାନେ କ’ଣ ତାଙ୍କ ମାଲିକ ବା ମାଲିକାଣୀଙ୍କୁ କାମୁଡ଼ିବାର ଦୃଷ୍ଟାନ୍ତ ନାହିଁ ? ମୋର ମଧ୍ୟ ଏକ ପୋଷା କୁକୁର ଥିଲା, ସେ ମତେ କେତେଥର ଖଣ୍ଡିଆ ଖାବରା କରିଥିଲା, କିନ୍ତୁ ଅନ୍ୟ ଲୋକଙ୍କୁ କାମୁଡ଼ି ନ ଥିଲା।
ଯଦି ପୋଷା କୁକୁର ଜଣଙ୍କୁ କାମୁଡ଼ିଲା ତାକୁ କ’ଣ ଦଣ୍ଡ ଦିଆଯିବ ? ଜଙ୍ଗଲକୁ ପଠାଇଲେ ସେ କ’ଣ ଆଉ କାହାକୁ କାମୁଡ଼ିବନି ନା ତାକୁ ଆଉ କେଉଁ ଜୀବ କାମୁଡ଼ିବେନି ? ଯଦି କୌଣସି ଜନ୍ତୁ ପାଗଳ ହେଲା ଓ ମଣିଷ, ଗୋରୁଙ୍କୁ ବଧ କଲା ତେବେ ସରକାରଙ୍କ ଅନୁମତି ନେଇ ତାକୁ ମରାଯାଇପାରେ। ସବୁ ପୋଷା କୁକୁରଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବା କଥା। କୁକୁରଙ୍କୁ ପ୍ରଶିକ୍ଷଣ ଦେବା ବାଧ୍ୟତାମୂଳକ ନାହିଁ କିମ୍ବା ତା’ ପାଇଁ ଯଥେଷ୍ଟ ଅନୁଷ୍ଠାନମାନ ନାହିଁ।
ଏଥର ଆଲୋଚନା କରିବା ବୁଲା କୁକୁରମାନଙ୍କ କଥା। ଅଳ୍ପଦିନ ତଳେ ବାଲେଶ୍ୱର ସହରରେ ଗୋଟିଏ ବୁଲା କୁକୁର ୨୫ ଜଣ ଲୋକଙ୍କୁ କାମୁଡ଼ିଲା, ତା’ ପାଇଁ ଦାୟୀ କିଏ ହେବ ? ବୁଲା କୁକୁରଙ୍କ ଦୌରାତ୍ମ୍ୟ ଆମ ରାଜ୍ୟର ସବୁଠାରେ ଅଛି, ଗ୍ରାମଠାରୁ ସହରରେ ତାଙ୍କ ଆତଙ୍କ ବହୁତ ବେଶି। ବୁଲା କୁକୁରଙ୍କୁ ତ ସରକାର ଟିକାକରଣ କରୁନାହାନ୍ତି , ସେମାନେ ଅସଂଖ୍ୟ ଲୋକଙ୍କୁ କାମୁଡୁଛନ୍ତି, ସେଥିପାଇଁ କେଉଁ ମହାନଗର ନିଗମ ବା ମ୍ୟୁନିସିପାଲିଟି ଦାୟୀ ?
ଭୁବନେଶ୍ୱର ମହାନଗର ଅଧିକାରୀଙ୍କୁ କିଛି ବର୍ଷ ପୂର୍ବେ ପ୍ରସ୍ତାବ ଦିଆଯାଇଥିଲା ଯେ, ବୁଲା କୁକୁରମାନଙ୍କୁ ଏକ ଆଶ୍ରମ କରି ଗୋରୁମାନଙ୍କୁ କାଞ୍ଜିଆହୁଦାରେ ଖାଇବାକୁ ଦେଇ ରଖିଲା ଭଳି ରଖାଯାଉ। କିନ୍ତୁ ସେମାନେ ଆଇନ ଦର୍ଶାଇଲେ ଯେ କୁକୁରମାନେ ଜନବସତି ସହିତ ଜଡ଼ିତ। ଏଣୁ ତାଙ୍କୁ ତଡ଼ି ପାର କରାଯିବା ଆଇନ ବିରୋଧ। ତା’ହେଲେ ଏମାନଙ୍କର ମାଲିକ (ବର୍ତ୍ତମାନ ସ୍ଥିତିରେ ସରକାର/ସରକାରୀ ନିଗମ୍‌) କ’ଣ ଦଣ୍ଡ ପାଇବେ ସରକାର ସ୍ପଷ୍ଟ କରନ୍ତୁ।
କେତେକ ପୋଷା କୁକୁର ମାଲିକ ଏମାନଙ୍କୁ ବୁଲିବାକୁ ଜନବସତି ଅଞ୍ଚଳ ରାସ୍ତା ଦେଇ ଯିବା ସମୟରେ କୁକୁରମାନେ ଘର ଆଗରେ, ବିଜୁଳି ଖୁଣ୍ଟ କଡ଼ରେ ଝାଡ଼ା ଓ ପରିସ୍ରା କରନ୍ତି, ସେମାନଙ୍କୁ ସଚେତନ ବା ଦଣ୍ଡବିଧାନ କିଏ କରିବ?
ବିଦେଶରେ ଓ ମୁମ୍ବାଇ ପରି ସହରରେ କୁକୁର ମାଲିକମାନେ ତାଙ୍କୁ ବୁଲିବାକୁ ନେବାବେଳେ ଏକ ମୁଣା ଧରି ଯା’ନ୍ତି ଓ କୁକୁର ଝାଡ଼ା ଫେରିଲେ ତାକୁ ସଂଗ୍ରହ କରି ଅନ୍ୟ ଜାଗାରେ ପକାନ୍ତି,ନଚେତ୍‌ ସେମାନଙ୍କ ବିରୋଧରେ ଦଣ୍ଡବିଧାନ ଅଛି।
ଉପରୋକ୍ତ ଆଲୋଚନା ପରିପ୍ରେକ୍ଷୀରେ ସରକାର ତଥା ନିଗମମାନଙ୍କୁ ନିମ୍ନ୍‌ଲିଖିତ ପ୍ରସ୍ତାବ ଉପରେ ସମୀକ୍ଷା କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ :-୧) ସହରାଞ୍ଚଳରେ କୁକୁରମାନଙ୍କ ପାଇଁ ଜାଗା ଜାଗାରେ ସ୍ବତନ୍ତ୍ର ପାର୍କ ନିର୍ମାଣ ହେଉ, ୨) ପୋଷା କୁକୁରଙ୍କ ପାଇଁ ସ୍ବଳ୍ପ ଖର୍ଚ୍ଚରେ ଟ୍ରେନିଂ ସେଣ୍ଟରମାନ ଖୋଲା ଯାଉ, ୩) ସହରାଞ୍ଚଳରେ ବୁଲା କୁକୁରଙ୍କ ପ୍ରଜନନ କ୍ଷମତା ଶତ ପ୍ରତିଶତ ହ୍ରାସ କରାଯାଉ, ୪) ଯେଉଁ ଅଞ୍ଚଳରେ ବୁଲା କୁକୁରମାନେ ବେଶି ଉତ୍ପାତ କରୁଛନ୍ତି ସେମାଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଉ, ୫) ବୁଲା କୁକୁରଙ୍କୁ ଶତ ପ୍ରତିଶତ ଟିକାକରଣ କରାଯାଉ, ୬) ପୋଷା କୁକୁରଙ୍କ ମାଲିକମାନଙ୍କୁ ସଚେତନ କରାଯାଉ। ଆଶା ସରକାର ଓ ଜନସାଧାରଣଙ୍କ ସହଯୋଗ ରହିଲେ କୁକୁରମାନଙ୍କ ଉତ୍ପାତ ଅନେକାଂଶରେ ଦୂରୀଭୂତ ହୋଇପାରିବ।
ବରିଷ୍ଠ ନାଗରିକ
ଆଇଆର ସି ଭିଲେଜ ,ଭୁବନେଶ୍ୱର
ମୋ : ୯୪୩୭୦୧୫୨୦୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?