ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଅପୂର୍ବ ମିଶ୍ରଣ

ଗିରିଜା ଶଙ୍କର ତରାସିଆ

ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନ ନିମନ୍ତେ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ଅପରିହାର୍ଯ୍ୟ। ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ରଚିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ମିଶ୍ରଣ। ୧୮୬୮ ଅଗଷ୍ଟ ୧୮ତାରିଖରେ ଏକ ସୂର୍ଯ୍ୟୋପରାଗ ଅନୁଷ୍ଠିତ ହୋଇଥିଲା। ଏହାର ସମୟ ଖଣ୍ଡପଡ଼ା ନିବାସୀ ସାମନ୍ତ ଚନ୍ଦ୍ରଶେଖର ପୂର୍ବରୁ ଠିକ୍‌ ଗଣନା କରିଥିଲେ। ସାମନ୍ତଙ୍କର ଏହି ଗଣନା ତତ୍‌କାଳୀନ ସମାଜରେ ବେଶ୍‌ ଆଲୋଚ୍ୟର ବିଷୟବସ୍ତୁ ହୋଇଥିଲା। ସାମନ୍ତଙ୍କର ଏହି କୃତିତ୍ୱ ସମ୍ପର୍କରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା। ତତ୍‌କାଳୀନ ଓଡ଼ିଶାରୁ ପ୍ରକାଶ ପାଉଥିବା ପ୍ରଥମ ଓଡ଼ିଆ ଖବର ସାପ୍ତାହିକ ଉତ୍କଳଦୀପିକାର ୧୮୬୮ ଅଗଷ୍ଟ ୨୨ ତାରିଖ ସଂଖ୍ୟାରେ ପ୍ରକାଶିତ ହୋଇଥିଲା କି ”ସାମନ୍ତ ମହାଶୟ ଏ ବିଷୟରେ ପରିଶ୍ରମ କରି କେବଳ ଆପଣାର ସୁଖ୍ୟାତି ବଢ଼ାଇଛନ୍ତି ଏମନ୍ତ ନୁହେଁ, ତାହାଙ୍କ ହେତୁ ଏ ସମୟରେ ବଙ୍ଗଦେଶଠାରୁ ଓଡ଼ିଶା ଓ ଓଡ଼ିଶା ଗଡ଼ଜାତ ମଧ୍ୟରେ କିଲ୍ଲା ଖଣ୍ଡପଡ଼ା ସୁଖ୍ୟାତି ଲାଭ କଲା।“
ଅବିଭକ୍ତ ପୁରୀ ଜିଲାର ଖଣ୍ଡପଡ଼ା ଗଡ଼ଜାତରେ ୧୮୩୫ ମସିହା ପୌଷମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପିତା ଶ୍ୟାମବନ୍ଧୁ ସିଂହ ଏବଂ ମାତା ବିଷ୍ଣୁମାଳୀଙ୍କ ସନ୍ତାନଭାବେ ଜନ୍ମଲାଭ କରିଥିବା ସାମନ୍ତ ଚନ୍ଦ୍ରଶେଖରଙ୍କର ଅପର୍ତ୍ତ୍ୟାଣି ନାମଥିଲା ପଠାଣି। ସାମନ୍ତ ଚନ୍ଦ୍ରଶେଖର ୧୮୬୯ ଏପ୍ରିଲ ୧୨ ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥିରେ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା ଆରମ୍ଭ କଲେ। ଶ୍ରୀଜଗନ୍ନାଥଙ୍କ ବନ୍ଦନା କରିବା ପୂର୍ବକ ସେ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା ଆରମ୍ଭ କରିଥିଲେ। ସ୍ବୟଂସମ୍ପୂର୍ଣ୍ଣ ବୈଜ୍ଞାନିକ ସାମନ୍ତ ଚନ୍ଦ୍ରଶେଖର ୧୮୯୨ ନଭେମ୍ବର ୧୨ ମାର୍ଗଶିର କୃଷ୍ଣ ନବମୀ ଶନିବାର ମହାର୍ଘ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା ସମାପ୍ତ କରିଥିଲେ ଏବଂ ଏହି ଗ୍ରନ୍ଥକୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ।
ସଂସ୍କୃତ ଭାଷାରେ, ଓଡ଼ିଆ ଲିପିରେ ତାଳପତ୍ର ପୋଥିରେ ଲିଖିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ସମୁଦାୟ ଶ୍ଳୋକ ସଂଖ୍ୟା ଥିଲା ୨୫୦୦। ତନ୍ମଧ୍ୟରୁ ସାମନ୍ତଙ୍କର ନିଜସ୍ବ ରଚନା ଶ୍ଳୋକ ୨୨୮୪ ଥିବାବେଳେ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କରୁ ୨୧୬ଟି ଶ୍ଳୋକ ଉଦ୍ଧୃତ କରାଯାଇଛି। ନକ୍ଷତ୍ରମାନଙ୍କ ସମ୍ପର୍କରେ ଟିପ୍ପଣୀ, ଚନ୍ଦ୍ରକଳା, ଗ୍ରହଚଳନ, ସୌରଜଗତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋପରାଗ ଆଦିର ନିର୍ଭୁଲ ଗଣନା କରି ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ ଲିପିବଦ୍ଧ କରାଯାଇଅଛି। ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥକୁ ସ୍ଥୂଳଭାଗରେ ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ ଭାବେ ଦୁଇଭାଗରେ ବିଭକ୍ତ କରାଯାଇଛି। ପୂର୍ବାର୍ଦ୍ଧରେ ପ୍ରଥମ ୧୫ ଗୋଟି ଅଧ୍ୟାୟ ଓ ଉତ୍ତରାର୍ଦ୍ଧରେ ଶେଷ ୯ ଗୋଟି ଅଧ୍ୟାୟ ଅନ୍ତର୍ଭୁକ୍ତ। ପରିଚ୍ଛେଦଗୁଡ଼ିକୁ ମଧ୍ୟମାଧିକାର, ସ୍ଫୁଟନାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କଳାଧିକାର ପରି ପାଞ୍ଚଗୋଟି ଅନୁ ବିଭାଗରେ ବିଭକ୍ତ କରାଯାଇଛି।
ଶରୀର ଉପରେ ଖାଦ୍ୟର ପ୍ରଭାବ ପଡ଼ୁଥିବାରୁ ଖାଦ୍ୟକୁ ତାମସିକ, ରାଜସିକ ଏବଂ ସାତ୍ତ୍ୱିକ ଭାବେ ବିଭକ୍ତ କରାଯାଇଛି। ସାମନ୍ତ ଶୃଙ୍ଖଳିତ ଜୀବନଯାପନ କରିବା ସହିତ ଭୋଜନରେ ମଧ୍ୟ ଶୃଙ୍ଖଳା ରକ୍ଷା କରୁଥିଲେ। ସେ ପ୍ରତିଦିନ ପୂର୍ବାହ୍ନରେ କୁକୁଡ଼ା ଅଣ୍ଡା ପ୍ରମାଣ ୨୪ଗୁଣ୍ଡା ଏବଂ ରାତ୍ରିରେ ସେହିପରି ୧୮ଗୁଣ୍ଡା ଅନ୍ନ ଭୋଜନ କରୁଥିଲେ। ବିଭିନ୍ନ ତିଥିମାନଙ୍କରେ କେତେକ ଦ୍ରବ୍ୟ ସେବନ ବାରଣ ଥିବାରୁ ସେ ସେବୁର ଅନୁପାଳନ କରୁଥିଲେ। ପ୍ରତିପଦାରେ ପାଣି କଖାରୁ, ଦ୍ୱିତୀୟାରେ ବୋଇତି କଖାରୁ, ତୃତୀୟାରେ ପୋଟଳ, ଚତୁର୍ଥୀରେ ମୂଳା, ପଞ୍ଚମୀରେ ବେଲ, ଷଷ୍ଠୀରେ ନିମ୍ବ, ସପ୍ତମୀରେ ତାଳ, ଅଷ୍ଟମୀରେ ନଡ଼ିଆ, ନବମୀରେ ଲାଉ, ଦଶମୀରେ କଳମ୍ବଶାଗ, ଏକାଦଶୀରେ ଶିମ୍ବ, ଦ୍ୱାଦଶୀରେ ପୋଇ, ତ୍ରୟୋଦଶୀରେ ବାଇଗଣ, ଚତୁର୍ଦ୍ଦଶୀରେ ବିରି ଏବଂ ଅମାବାସ୍ୟା ତଥା ପୂର୍ଣ୍ଣମୀରେ ମାଂସ (ଆମିଷ) ଭୋଜନ ଦୋଷାବହ ବୋଲି ସାମନ୍ତ ମତ ପ୍ରକାଶ କରୁଥିଲେ।
ବିସ୍ମୟ ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ ମତ ପ୍ରକାଶ କରିବାକୁ ଯାଇ ୧୯୦୪ ରେ ପ୍ରକାଶିତ ହୋଇଥିବା ପୁସ୍ତକ Astronomy without telescope ର ପ୍ରଣେତା ୱାଲଟର ମଣ୍ଡର ଦର୍ଶାଇଥିଲେ ଯେ;”ଟେଲିସ୍କୋପ୍‌ର ସ୍ବପ୍ନ ଦେଖିବାର ବହୁ ବର୍ଷ ପୂର୍ବରୁ ଓଡ଼ିଶା ଗ୍ରାମରେ ଏହି ନିର୍ଜନବାସୀ ବ୍ୟକ୍ତିଙ୍କଠାରୁ ସତେ ଯେମିତି ବିଜ୍ଞାନର ଜଣେ ଆଦିପିତା ଆବିର୍ଭୂତ ହୋଇଥିଲେ।“ ଉଭୟ ଆଧ୍ୟାମତ୍ିକତା ଏବଂ ବିଜ୍ଞାନର ଏହି ମହାନ୍‌ ସାଧକ ସାମନ୍ତ ଚନ୍ଦ୍ରଶେଖରଙ୍କ ଉଦ୍ଦେଶ୍ୟରେ ପଲ୍ଲୀକବି ନନ୍ଦ କିଶୋର ବଳ କହିଉଠିଥିଲେ କି; ହେ ଚନ୍ଦ୍ରଶେଖର ନବଉତ୍କଳ ମଣ୍ଡନ/ ନବଯୁଗ ଜ୍ଞାନବୀର କୁଳ ସୁନନ୍ଦନ।…
ନବ ବୈଜ୍ଞାନିକ – ଉଦ୍‌ଭାବନ- ନବଜ୍ଞାନ/ ମଧ୍ୟେ ଉତ୍କଳର ମଧ୍ୟ ଅଛି କିଛି ସ୍ଥାନ।
ସମ୍ପାଦକ, ପଠାଣିସାମନ୍ତ ମେମୋରିଆଲ ପରିଷଦ, ଖଣ୍ଡପଡ଼ା, ନୟାଗଡ଼
ମୋ: ୯୯୩୭୩୩୪୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?